Odisha News Portal

ଦୀର୍ଘ 35 ବର୍ଷ ପରେ 2021 ରେ ସିଂହ ରାଶିରେ ବନୁଛି ଏହି ମହାରାଜଯୋଗ ! ମୁହଁରୁ ବାହାରୁ ଥିବା କଥା ସତ ହେବ….

ଆଜି ଆମେ ଜାଣିବା ସିଂହରାଶି ବ୍ୟକ୍ତିବିଶେଷଙ୍କ ଏହି ଯେଉଁ ବର୍ଷଟି କିପରି ରହିବାର ଅଛି । ତେବେ ସବୁଠାରୁ ପ୍ରଥମେ ସିଂହରାଶି ବ୍ୟକ୍ତିବିଶେଷ ଙ୍କ ଗୁଣ ବିଷୟରେ ଜାଣିବା ଆବଶ୍ୟକ ଅଟେ ଓ କଣ ସବୁ କାରଣ ରହିଥାଏ ଯେଉଁ କାରଣ ପାଇଁ ଏମାନେ ପ୍ରାୟତଃ ଜୀବନରେ ସଫଳ ହୋଇ ପାରନ୍ତି ନାହିଁ ।ସିଂହରାଶିର ବ୍ୟକ୍ତିମାନେ ସାଧାରଣତଃ ସବୁବେଳେ ଲୋକମାନଙ୍କୁ ସପୋର୍ଟ କରିଥାନ୍ତି । ସାମାଜିକା କାର୍ଯ୍ୟରେ ଇଚ୍ଛା ଅନୁସାରେ ଭାଗନେଇଥାନ୍ତି, ଧାର୍ମିକ ପ୍ରବୃତିର ହୋଇଥାନ୍ତି ଏବଂ ଏମାନଙ୍କୁ କେହି ଯୁକ୍ତିରେ ପାରନ୍ତି ନାହିଁ କାରଣ ଏମାନଙ୍କର ଯୁକ୍ତି ବହୁତ ପ୍ରଖର ହୋଇଥାଏ । ଯେତେବେଳେ ଏମାନେ କଥା କୁହନ୍ତି ଏମାନଙ୍କସାମ୍ନା କେହି କରିପାରିନ୍ତି ନାହିଁ, କାରଣ ଏମାନଙ୍କର କଥାବାର୍ତ୍ତା ୟୁନିକ ହୋଇଥାଏ । ତେବେ ଏତେ ଭଲ ଗୁଣ ଥାଇ ମଧ୍ୟ କାହିଁକି ଏମାନେ ଅସଫଳ ହୋଇଥାନ୍ତି ।

ସବୁଠାରୁ ପ୍ରଥମେ ଆପଣ ନିଜର ଦେଖେଇ ହେବା ଗୁଣକୁ କମ୍ କରନ୍ତୁ । ଯେତିକି ରୋଜଗାର ସେହି ଅନୁସାରେ ବ୍ୟୟ କରନ୍ତୁ ନଚେତ ଲୋକମାନେ ଆପଣଙ୍କ ବିଷୟରେ ଭୂଲ ନିର୍ଣ୍ଣୟ ନେଇପାରିନ୍ତି । ଏହାଦ୍ବାରା ଆପଣଙ୍କର ହିଁ କ୍ଷତି ହୋଇଥାଏ , ଏହି ଗୋଟିଏ କାରଣରୁ ଆପଣଙ୍କୁ ସଫଳତା ମିଳିପାରିନଥାଏ । ତେବେ ଗୋଟିଏ କଥାର ଧ୍ୟାନ ରଖନ୍ତୁ କି ଆସନ୍ତା ନୂଆବର୍ଷଟି ଆପଣ କେବେ ବି ଦେଖେଇହେବା ଭଳି ଗୁଣ କରିବେ ନାହିଁ । ଚାଲନ୍ତୁ ଜାଣିବା ସିଂହରାଶିର କେମିତି କଟିବ ନୂଆବର୍ଷ ।

ସ୍ବାସ୍ଥ୍ୟର ସ୍ଥିତି-

ତେବେ ଗତ ବର୍ଷରେ ଆପଣ ଯେଉଂ ରକ୍ତଚାପ ଏବଂ ଅନ୍ୟାୟ ରୋଗରେ ପିଡିତ ଥିଲେ ସେଥିରୁ ଏହି ବର୍ଷ ମୁକ୍ତି ପାଇପାରିବେ । ଏହି ବର୍ଷ ନିଜକୁ ଆରୋଗ୍ୟ ରଖିବା ପାଇଁ ଓଁ ମନ୍ତ୍ରର ଜପ କରନ୍ତୁ ଦେଖିବେ ବର୍ଷଟି ବହୁତ ଭଳରେ କଟିବ । ମଇଦା ଚିନି ଏବଂ ତେଲଜାତୀୟ ଜିନିଷରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।

ଧନରସ୍ଥିତି –

ଧନାଧିପତି ଯୋଗ ରହିଛି । ଧନର ସ୍ଥିତିରେ ବହୁତ ସୁଧାର ଆସିଯିବ । ଯେଉଁ ସବୁ ଧନ ଜନିତ ସମସ୍ୟା ରହିଥିଲା ଏବଂ ଯେଉଁମାନେ ଆପଣଙ୍କ ଅଟକି ରହିଥିବା ଧନକୁ ଫେରସ୍ତ କରୁନଥିଲେ ସେସବୁ ପୁଣି ଆପଣଙ୍କ ପାଖକୁ ଫେରି ଆସିବ ।

ପାରିବାରିକସ୍ଥିତି-

2020ରେ ଯେଉଁ ଭାଇ ବା ବନ୍ଧୁମାନଙ୍କ ସହିତ ତିକ୍ତତା ଚାଲୁଥିଲା ସେସବୁ ଏହି ବର୍ଷ ଦୂରେଇ ଯିବ । ଏହି ବର୍ଷ ପାରିବାରିକ ସୁଖସମୃଦ୍ଧି ବୃଦ୍ଧିହେବ । ମାତାପିତାଙ୍କ ସ୍ବାସ୍ଥ୍ୟରେ କିଛି ପରିବର୍ତ୍ତନ ଦେଖାଯିବ ତେଣପ ସେମାନଙ୍କର ବିଶେଷ ଯତ୍ନ ନେବାକୁ ହେବ ।

ଚାକିରୀ ଓ ବ୍ୟାପାର –

ସଂପତି କ୍ରୟ ଏବଂ ବିକ୍ରୟ ଯୋଗ ରହିଛି । ଛୋଟ ଘରକୁ ପରିବର୍ତ୍ତନ କରି ବଡ ଘରକୁ ପ୍ରବେଶ କରିପାରନ୍ତି । ବ୍ୟପାରରୁ ବହୁତ ଅଧିକ ଧନଲାଭର ଯୋଗ ରହୁଛି । ପରିଶ୍ରମ କରିଚାଲନ୍ତୁ ହଠାତ୍ ଆପଣଙ୍କୁ ସହଯୋଗର ହାତ ମିଳିଯିବ । ଯେଉଂମାନେ ସରକାରୀ ଚାକିରି ଚାହୁଁଛନ୍ତି କିମ୍ବା ଚାକିରି ଚାଲି ଯାଇଛି ସେମାନଙ୍କୁ ଜୁଲାଇ ମାସ ଭିତରେ ହିଁ ବହୁତ ଭଲ ସଫଳତା ଦେଖିବାକୁ ପାଇବେ । ମନେ ରଖନ୍ତୁ ଫେବୃଆରି ରୁ ଜୁଲାଇ ମଧ୍ୟରେ ସରକାରୀ ହେଉ ବା ବେସରକାରୀ ଆପଣଙ୍କୁ ଉଚ୍ଚଧରଣର ସଫଳତା ମିଳିବ ।

ଦାମ୍ପତ୍ୟ ଜୀବନ –
ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହେବ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ବର୍ଷଟି ଅତ୍ୟନ୍ତ ଭଲ ରହିବ । ଅବିବାହିତା ମାନଙ୍କର ବିବାହଯୋଗ ରହୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।