ବନ୍ଧୁଗଣ ସ୍ୱାମୀ ସ୍ତ୍ରୀ ଙ୍କର ସମ୍ପର୍କ ଏକ ପବିତ୍ର ସମ୍ପର୍କ ହୋଇଥାଏ। ଆମ ପୁରାଣ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଏକ ପବିତ୍ର ଓ ସ୍ୱତନ୍ତ୍ର ସମ୍ପର୍କ ବିଷୟ ରେ ଯାହାକି ଅନ୍ୟ ସବୁ ସମ୍ପର୍କ ଠାରୁ ବହୁତ ବଡ଼ ହୋଇଥାଏ। ଏହା ବିଶ୍ୱାସ ,ଭଲ ପାଇବା ଏବଂ ବୁଝାମଣା ର ସଂସାର ହୋଇଥାଏ ଆଉ ଉଭୟ ଉଭୟ ଙ୍କ ପାଇଁ ନିଷ୍ଠା ଭାବ ରଖିଥାନ୍ତି। କିନ୍ତୁ ବର୍ତ୍ତମାନ ର ଟେକ୍ନୋଲୋଜି ତଥା ଆଡ଼ଭାନ୍ସ ଦୁନିଆଁ ରେ ସବୁ ଭୁଲି ଯାଉଛନ୍ତି ଏହାର ବିଶେଷତ୍ୱ। ସାମାନ୍ୟ କଥା କୁ ନେଇ ସ୍ୱାମୀ ସ୍ତ୍ରୀ କୁ ହତ୍ୟା କରୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ ଙ୍କୁ ହତାଦର କରୁଛି।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଏଠାରେ ଜଣେ ସ୍ତ୍ରୀ ନିଜ ପାରିକୀୟ ପ୍ରୀତି ପାଇଁ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଆସିଛି ଝଡ଼।ତେବେ ଘଟଣା ଟି ହେଉଛି ଖୋର୍ଦ୍ଧା ଜିଲ୍ଲା ର ପାକହାଡ଼ ଗ୍ରାମ ରେ ଯେଉଁ ଠାରେ କିଛି ଦିନ ତଳେ ମଞ୍ଜୁଲତା ନାମ ଜଣ ମହିଳା ନିଜର ଦୁଇ ଝିଅ ପିଲା ଙ୍କୁ ସ୍ୱାମୀ ଙ୍କ ଘର ଆଗରେ ଧାରଣା ବସିଥିଲେ ଆଉ ସ୍ୱାମୀ ଙ୍କ ଦ୍ଵିତୀୟ ବିବାହ କୁ ବିରୋଧ କରିଥିଲେ।
ସେ କହିଥିଲେ କି ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଦେଇଛନ୍ତି ତାଙ୍କର ୧୩ ବର୍ଷ ର ଝିଅ ଏବଂ ୯ ବର୍ଷ ର ପୁଅ କୁ ନେଇ ସେ ଭଙ୍ଗା କୁଡ଼ିଆ ଘରେ ରହୁଛନ୍ତି। ତାଙ୍କୁ ସ୍ଵାମୀ ଜଣଙ୍କ ଛାଡି ଦେଇ ଅନ୍ୟ ଯୁବତୀ ଙ୍କୁ ବିବାହ କରୁଛନ୍ତି। ମାତ୍ର ସ୍ୱାମୀ ଯାହା ପାଲଟା ଅଭିଯୋଗ ଆଣିଛନ୍ତି ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ସ୍ୱାମୀ ବସନ୍ତ ଜଣଙ୍କ କହିଛନ୍ତି କି ମୋ ସ୍ତ୍ରୀ ଦେହ ରେ ଲେଖା ଯାଇଛି ଆଇ ଲଭ ୟୁ ଲୁଲୁ , ସେ ଲୁଲୁ ଜଣଙ୍କ କିଏ। ତା ପରେ ସେ କହିଛନ୍ତି କି ମୁଁ ବାହାରେ ରହେ ମାସ କୁ ଗୋଟିଏ କିମ୍ବା ଦୁଇ ଦିନ ପାଇଁ ଆସେ।
ତେବେ ମୋ ସ୍ତ୍ରୀ ଗର୍ଭବତୀ ହେଲା କିପରି କୁହନ୍ତୁ। ମୋ ସ୍ତ୍ରୀ ର ଅନ୍ୟ ପୁରୁଷ ଙ୍କ ସହ ଶାରୀରିକ ସମ୍ପର୍କ ରହିଛି ତେଣୁ ମୁଁ ତାକୁ ଛାଡି ଦ୍ୱିତୀୟ ବିବାହ କରିଛି। ସେ ଏବେ ଆସି ମୋ ଘରେ ଧାରଣା ଦେଲେ ମୁଁ କିଛି କରି ପାରିବି ନାହିଁ। ତେବେ ଆମେ ଏହି ସ୍ୱାମୀ ସ୍ତ୍ରୀ ଙ୍କ ବିବାଦ କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି ଏବଂ କିଏ ସତ କହୁଛି କିଏ ମିଛ କହିଛନ୍ତି ତାହାର କୌଣସି ସତ୍ୟତା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ। ତେବେ ସମୟ ଅନୁସାରେ ସବୁ ସମସ୍ୟା ର ସମାଧାନ ହୋଇଯିବ ବୋଲି ଆମେ ଆଶା କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।