ଶୀତଦିନେ ଓଠ ର ଯତ୍ନ କିପରି ନେବେ ? କଳା ଓଠ ଗୋଲାପୀ ହେବ – Lips Tips

ହଁ ଦର୍ଶକ ବନ୍ଧୁ ଏବେ ଶୀତ ଦିନ ଆସିଗଲାଣି ତେବେ ଶୀତ ଦିନ ମାନଙ୍କରେ ଅଧିକାଂଶ ଲୋକଙ୍କ ର ସେ ଝିଅ ହେଉ କିମ୍ୱା ପୁଅ ସମସ୍ତଙ୍କ ଏହି ଦିନ ମାନଙ୍କରେ ଓଠ ଫାଟିବା ଓଠ ଶୁଖିଲା ଦେଖାଯିବା, ଓଠ କଳା ପଡିଯିବା ଭଳି ସମସ୍ୟା ଦେଖାଯାଏ | ତେବେ ଏହି ସବୁ ହେଇଥାଏ କେବଳ ଆମ ଶରୀରରେ ଜଳୀୟ ଅଂଶ କମିଗଲେ ତେଣୁ ଆମ ଶରୀର ଜଳୀୟ ଅଂଶ କମିଲେ ବା ଅନ୍ୟ ଏକ କାରଣ ହେଉଛି ଭିଟାମିନ( E) ଯଦି ଆପଣଙ୍କ ଶରୀର ଭିଟାମିନ E ସାଙ୍ଗକୁ ଜଳୀୟ ଅଂଶ କମିଯାଇଥାଏ ତାହାଲେ ଆପଣଙ୍କ ଓଠ ଫାଟିବା, ଓଠ, ରୁ ରକ୍ତ ବାହାରିବା, ଓଠ କଳା ପଡିଯିବା, ଶୁଖିଲା ଦେଖା ଯିବା ଆଦି ସମସ୍ୟା ଦେଖା ଦେଇଥାଏ | ତେବେ ଏହିଭଳି ସମସ୍ୟା ରୁ ମୁକ୍ତି ପାଇବାର କେତେକ ଘରେଇ ଉପାୟ ଗୁଡ଼ିକ ରହିଛି | ତାହେଲେ ଆସନ୍ତୁ ସେ ବିଷୟରେ ଜାଣିବା |

ତେବେ ଖାଲି ଏତିକି ନୁହେଁ ଦର୍ଶକ ବନ୍ଧୁ, ଗୁଟଖା, ତମ୍ଭାଖୁ, ମଦ, ବିଡି, ସିଗାରେଟର ସେବନ ଦ୍ୱାରା ମଧ୍ୟ ଆପଣଙ୍କର ଓଠ କଳା ଦେଖା ଯିବା ସହିତ ଓଠ ଫାଟି ମଧ୍ୟ ଥାଏ | ତେଣୁ ଏହି ସମସ୍ୟା ରୁ ନିଜକୁ ଏହି ଶୀତ ଦିନ ରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ତଟକା ପନିପରିବା ଖାଇବା ସହିତ, ଫଳ ମୂଳ ମଧ୍ୟ ଆପଣଙ୍କ ଖାଇବା ରେ ସାମିଲ କରିବା ପାଇଁ ହେବ ଏହା ସହିତ ଅଧିକ ପାଣି ମଧ୍ୟ ପିଇବା ଆବଶ୍ୟକ | ଯାହା ଦ୍ୱାରା ଆପଣଙ୍କର ଶରୀର ଜଳୀୟ ଅଂଶ ଠିକ ରହିବା ସହିତ ଶରୀର କୌଣସି ଭିଟାମିନ ର ଅଭାବ ଦେଖିବାକୁ ମିଳିବନି | ଏହା ବ୍ୟତୀତ କିଛି ଘରେଇ ଉପଚାର ମଧ୍ୟ ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଓଠ ଫାଟିବା କୁ ଦୂର କରିବା ସହିତ ଆପଣଙ୍କର ଓଠ କଳା ହେବନି, ଓ ଶୁଖିଲା ମଧ୍ୟ ଦେଖା ଯିବନି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଘିଅ,ଭିଟାମିନ E,ବିଟ

ପ୍ରସ୍ତୁତି ପ୍ରଣାଳୀ :-

ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତି କରିବା ପାଇଁ ଆପଣଙ୍କୁ ପ୍ରଥମେ ଦେଶୀ ଘିଅ ଏକ ଚାମଚ ନେବାକୁ ହେବ | ତାପରେ ଏଥିରେ ଭିଟାମିନ E କ୍ୟାପସୁଲ 2 ta ବା ଭିଟାମିନ E ଯୁକ୍ତ ତେଲ ନିୟନ୍ତୁ, ଓ ବିଟ କୁ ଭଲ ଭାବରେ କୁରି ଦେଇ ତାହାର ରସ ଏକ ଚାମଚ ବାହାର କରନ୍ତୁ ଏବେ ଏହି ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ଏକ ଲିବ ବାମ ପ୍ରସ୍ତୁତ କରନ୍ତୁ | ଏହା ପ୍ରସ୍ତୁତ ହେଇସାରିବା ପରେ ଏହାକୁ ଏକ ଛୋଟ ବୋତଲ ରେ ପୁରେଇ ରଖନ୍ତୁ ଓ ତାକୁ ଫ୍ରିଜ ରେ ରଖିଦିୟନ୍ତୁ |

ବ୍ୟବହାର : –

ଏବେ ଆପଣ ପ୍ରସ୍ତୁତ କରିଥିବା ଲିବ ବାମ କୁ ଫ୍ରିଜ କାଢି ଆଣି ଏହାକୁ ଆପଣଙ୍କର ଓଠ ରେ ଲଗାନ୍ତୁ ଦେଖିବେ ଆପଣଙ୍କର ସମସ୍ତ ପ୍ରକାର ର ସମସ୍ୟା ମାତ୍ରା କିଛି ଦିନ ରେ ଦୂର ହେଇଯିବ | ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଘରେଇ ଉପଚାର ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ଓଠ ଜନିତ ସମସ୍ତ ସମସ୍ୟା ଅତି ସହଜରେ ଦୂର ହେଇପାରିବ |

ତେବେ ଏହା ଥିଲା ଶୀତ ଦିନେ ଓଠ କେମିତି ନ ଫାଟିବ ତାହାର ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment