Odisha News Portal

Pregnancy Tips – ଶୀଘ୍ର ଗର୍ଭବତୀ ହେବା ପାଇଁ କରନ୍ତୁ ଏହି ୩ ଟି ଉପାୟ ୧୦୦% ଗ୍ୟାରେଣ୍ଟି

ମାତୃତ୍ୱ ଲାଭ କରିବା ଜଣେ ମହିଳା ପାଇଁ ଏକ ସୁନ୍ଦର ଅନୁଭବ। ବିବାହ ପରେ ଯେତେବେଳେ ଜଣେ ନାରୀ ମାଆ ହେବାର ସୋୖୖଭାଗ୍ୟ ଅର୍ଜନ କରିଥାଏ ସେତେବେଳେ ତାର ଜୀବନରେ ପୂର୍ଣ୍ଣତା ଆସିଥାଏ।ତେବେ ଏଥିପାଇଁ ସ୍ବାମୀ ସ୍ତ୍ରୀ ଉଭୟଙ୍କ ଭିତରେ ଶାରିରୀକ ସମ୍ପର୍କ ସ୍ଥାପନ କରିଥାନ୍ତି।ତେବେ ବହୁତ ଜଣ ଦମ୍ପତି ବାପା ମାଆ ହେବାର ସୋୖୖଭାଗ୍ୟ ଅର୍ଜନ କରି ପାରି ନଥାନ୍ତି।

ଏଥିପାଇଁ ବହୁତ ସମୟରେ ପରିବାର ଲୋକେ ସନ୍ତାନ ସନ୍ତତି ନହେବା କାରଣରୁ ବୋହୂକୁ ଦାୟୀ କରିଥାନ୍ତି ଏବଂ ଦୋଷ ମଧ୍ୟ ଦେଇଥାନ୍ତି। ଏଥିପାଇଁ ଦମ୍ପତ୍ତି ବହୁତ ଚିନ୍ତାରେ ମଧ୍ୟ ରହିଥାନ୍ତି।ତେବେ କିଛି କାରଣ ପାଇଁ ଜଣେ ମହିଳା ଗର୍ଭବତୀ ହୋଇ ପାରି ନଥାଏ। ଆସନ୍ତୁ ଜାଣିବା ସେହି ସବୁ କାରଣ ସମ୍ପର୍କରେ।

୧) ଅନିୟମିତ ମାସିକ ଋତୁସ୍ରାବ (Irregular Periods)– ଅନେକଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖା ଦେଇଥାଏ। ଯେଉଁ କାରଣରୁ ମହିଳା ମାନେ ଗର୍ଭ ଧାରଣ କରିବାରେ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ତେଣୁ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଆପଣ ଏହି ସମସ୍ୟାର ତୁରନ୍ତ ସମାଧାନ କରନ୍ତୁ। ଆପଣଙ୍କ ପରବର୍ତ୍ତୀ ପିରିଅଡ୍ ଆସିବା ଯାଏଁ ଦିନେ ଛାଡ଼ି ଦିନେ ଆପଣ ଶାରିରୀକ ସମ୍ପର୍କ ରଖି ପାରିବେ।

୨) ଡାଇବେଟିସ,

ଥାଇରଏଡ଼ କିଛି କିମ୍ବା ଅଧିକ ଓଜନ ଥିଲେ- ଏହା ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ଥାଇରଏଡ଼ ସମସ୍ୟା ନାହିଁ କିମ୍ବା ଆପଣ ମଧୁମେହ ରୋଗରେ ଆକ୍ରାନ୍ତ ନାହାନ୍ତି।ଏହା ଆପଣଙ୍କ ଗର୍ଭ ଧାରଣ କରିବାରେ ସମସ୍ୟା ସୃଷ୍ଟି କରିପାରେ।ଏହା ସହିତ ଅଧିକ ଓଜନ ବଢିବା ଏବଂ ଚର୍ବି ହେବା କାରଣରୁ ମଧ୍ୟ ଅଧିକାଂଶ ମହିଳା ଗର୍ଭ ଧାରଣ କରିବାରେ ଅସୁବିଧାରେ ପଡନ୍ତି। ତେଣୁ ଏସବୁ ସମସ୍ୟା ପାଇଁ ଆପଣ ଡାକ୍ତରଙ୍କ ନିକଟକୁ ଯାଇ ଉଚିତ୍ ଚିକିତ୍ସା ପଦ୍ଧତି କୁ ଆପନାନ୍ତୁ ଏବଂ ନିଜକୁ ସୁସ୍ଥ ରଖିବାକୁ ପ୍ରଥମେ ଚେଷ୍ଟା କରନ୍ତୁ।

୩) ଅଭୁଲେଶନ ଡେ ର ସଠିକ୍ ହିସାବ କରନ୍ତୁ-

ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ କି ଆପଣ ଆପଣଙ୍କ ଅଭୁଲେଶନ ଡେ ର ସଠିକ୍ ହିସାବ କରି ପାରୁଛନ୍ତି କି ନାହିଁ।ଏହି ଡେ ର ସଠିକ ହିସାବ କରିବା ସହିତ ସଠିକ୍ ଦିନରେ ଶାରିରୀକ ସମ୍ପର୍କ ସ୍ଥାପନ କଲେ ଆପଣ ଗର୍ଭ ଧାରଣ କରି ପାରିବେ। ନଚେତ୍ ଆପଣଙ୍କୁ ସମସ୍ୟା ହୋଇପାରେ ଗର୍ଭ ଧାରଣ କରିବାରେ।

ତେବେ ଆପଣ ଉପରୋକ୍ତ ୩ ଟି କଥାକୁ ବିଶେଷ ଭାବରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ। ନହେଲେ ଅଧିକାଂଶ ସମୟରେ ଗର୍ଭ ଧାରଣ କରିବା ପରେ ମଧ୍ୟ ପିଲା ନଷ୍ଟ ହେବା ବା ମିସ୍ କେରେଜ୍ ହେବାର ଅଧିକ ସମ୍ଭାବନା ରହିଥାଏ। ତେଣୁ ଆପଣ ପ୍ରଥମେ ନିଜେ ସୁସ୍ଥ ରୁହନ୍ତୁ ତାପରେ ଶାରିରୀକ ସମ୍ପର୍କ ସ୍ଥାପନ କରନ୍ତୁ ଏବଂ ସମସ୍ୟାରୁ ଦୂରରେ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।