Odisha News Portal

ଶେଷ ଥର ପାଇଁ ମାଆଙ୍କ ବିଷୟରେ ଏମିତି କଥା କହିଥିଲେ ତପୁ ମିଶ୍ର, ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଝରି ଆସିବ….

ପୁଣି ସାମ୍ନାକୁ ଆସିଲା କଣ୍ଠଶିଳ୍ପୀ ସ୍ୱର୍ଗତଃ ତପୁ ମିଶ୍ରଙ୍କ ଆଉ ଏକ ସ୍ମରଣୀୟ ଭିଡିଓ। ଆପଣ ଜାଣିଛନ୍ତି ଓଡିଆ ଫିଲ୍ମ ଏବଂ ଆଲବମ ଇଣ୍ଡଷ୍ଟ୍ରି ରେ ନିଜର ଏକ ଭିନ୍ନ ଅନ୍ଦାଜ ର ଗାୟିକି ଦେଖାଇବାରେ ସକ୍ଷମ ହୋଇଥିଲେ ତପୁ ମିଶ୍ର। ଏହାଛଡ଼ା ଆଧୁନିକ ଓଡ଼ିଆ ସଂଗୀତ ଜଗତରେ ତାଙ୍କର ଅବଦାନ ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା। ଆଧୁନିକ ଓଡିଆ ସଙ୍ଗୀତ ପାଇଁ ବେଶ୍ ଜଣାଶୁଣା ଥିଲେ ତପୁ ମିଶ୍ର। କହିବାକୁ ଗଲେ ପାଖାପାଖି ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଥିଲେ ବହୁ ହିଟ୍ ଗୀତ। ଯେଉଁ ସବୁ ଗୀତ ସବୁବେଳେ ସ୍ମରଣୀୟ ହୋଇ ରହିବ। ଯାହା ଲୋକଙ୍କ ମନକୁ ଏତେ ମାତ୍ରାରେ ଛୁଇଁଛି ଯେ ଲୋକେ ଏହାକୁ ଅନେକେ ଥର ଶୁଣିବାକୁ ଭଲ ପାଆନ୍ତି।

ସଙ୍ଗୀତ ଯାହାଙ୍କ ଜୀବନର ବ୍ରତ ଥିଲା, ସଙ୍ଗୀତ କୁ ଭଲ ପାଉଥିବା ଜଣେ ନିଛକ ମନିଷ ଟିଏ ତପୁ ମିଶ୍ର ଜଣେ ଭର୍ସାଟାଇଲ ଫିମେଲ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ଅନେକ ପ୍ରଶଂସା ସାଉଁଟି ଥିଲେ। ଆପଣଙ୍କୁ କହି ରଖୁଛୁ ଯେ ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ଆଉ ଓଡିଶା ର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସେ ସେତେବେଳ ସାଜିଥିଲେ ଜଣେ ଆଗ ଧାଡ଼ିର ପ୍ରମୁଖ ଗାୟିକା। ବାସ୍ତବରେ ତାଙ୍କର ଅବଦାନ ଓଡିଆ ଫିଲ୍ମ ଜଗତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ।କେହି ଏକଥା କୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ଯେ ତପୁ ମିଶ୍ର ଆଉ ନାହାଁନ୍ତି ବୋଲି।

ମହାମାରି କରୋନାରେ ସଂକ୍ରମିତ ହୋଇ ସେ ସବୁଦିନ ପାଇଁ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ କିନ୍ତୁ ତାଙ୍କର କିଛି ଭିଡ଼ିଓ ଏବେବି ଜୀବନ୍ତ ରହିଛି। ଯାହା ଏବେ ସୋସିଆଲ ମିଡିଆରେ ବହୁତ୍ ମାତ୍ରାରେ ସେୟାର ହେବାରେ ଲାଗିଛି ଏବଂ ଭାଇରାଲ୍ ମଧ୍ୟ ହେଉଛି। ତାଙ୍କର ଶେଷ ଗୀତ, ମୃତ୍ୟୁ ପୁର୍ବରୁ ଲାଇଭ ଆସି ସେ ତାଙ୍କ ପ୍ରଶଂସକ ଙ୍କୁ କହୁଥିବା କଥା ଆଦିର ଅନେକ ଭିଡିଓ ଏବେ ଦେଖିବାକୁ ମିଳୁଛି। ସେହିପରି ଆଉ ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କର ପ୍ରଶଂସକ ମାନଙ୍କ ସହ ଲାଇଭ୍ ରେ ଆସି କଥା ହେଉଛନ୍ତି।

ତାଙ୍କ ମାଆ ଙ୍କ ଲିଖିତ ଏକ ଗୀତକୁ ସେ ଗାଇବା ପରେ, ତାଙ୍କ ମାଆଙ୍କ ଜନ୍ମ ଦିନରେ ସେ ଏହାକୁ ଡେଡିକେଟ କରିଛନ୍ତି ବୋଲି କହିଛନ୍ତି। ଏହି ଗୀତଟି ସେ ତାଙ୍କ ବାପାଙ୍କ ସହ କରିଥିଲେ।ତାଙ୍କ ମାଆ ଜଣେ ଲେଖକ। ଦୂରଦର୍ଶନ ଏବଂ ରେଡ଼ିଓ ରେ ସେ କାମ କରନ୍ତି। ଏହାଛଡ଼ା ସେ ଓଡ଼ିଆ ଇଣ୍ଡଷ୍ଟ୍ରି ବିଷୟରେ ମଧ୍ୟ ଜଣଙ୍କର ପ୍ରଶ୍ନର ଉତ୍ତରରେ କହିଛନ୍ତି କି ଓଡ଼ିଆ ସିନେମା ଜଗତ ରେ ବହୁତ୍ କିଛି ନୂତନତ୍ବ ରହିଛି ଆପଣ ଏହାକୁ ଉତ୍ସାହିତ କରନ୍ତୁ ଏବଂ ଯଦି କିଛି କମି ରହୁଛି ତେବେ ନିନ୍ଦା ନକରି ଉପଦେଶ ଦିଅନ୍ତୁ। ଏହିପରି କିଛି ସେ ଭିଡିଓ ଜରିଆରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।