ତୋ ନାଁ ରେ କିଏ କହିଲେ ..”ଗୀତ ଗାଈ ଚହଳ ସୃଷ୍ଟି କରିଥିବା ଶୈଳଭାମା କହିଲେ ନିଜ ପ୍ରେମର କଥା କହିଲେ …ଦେଖନ୍ତୁ ଏହି viral video ଟିକୁ ….

ତେବେ ଦର୍ଶକ ବନ୍ଧୁ ଓଡ଼ିଆ ସଂଗୀତ ଜଗତରେ କାମ କରି ବହୁତ ସାରା ସୁନାମ ଅର୍ଜନ କରିଥିବା, ତଥା ତାଙ୍କର କଣ୍ଠରେ ଉଚ୍ଚାରିତ ସୁମଧୁର ସଂଗୀତ ମାଧ୍ୟମରେ ଦର୍ଶକ ଙ୍କୁ ହୃଦୟକୁ ମୁଗ୍ଧ କରେଇ ପାରିଥିବା ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ ଜଣଙ୍କ ହେଉଛନ୍ତି ଶୌଳଭାମା | ଯିଏକି ଖାଲି ଆମ ଓଡିଶା ରେ ନୁହନ୍ତି ଓଡିଶା ବାହାରେ ମଧ୍ୟ ନିଜର ସଂଗୀତ ମାଧ୍ୟମରେ ପ୍ରସିଦ୍ଧି ଅର୍ଜନ କରିଥିବା କଣ୍ଠ ଶିଳ୍ପୀ ଶୌଳଭାମା ନିଜର ତଥା ତାଙ୍କର ସଂଗୀତ ଯୁଗରେ ସୃଷ୍ଟି କରିଥିବା କେରିୟର ବିଷୟରେ କଣ କହିଛନ୍ତି ଆମର ଗଣ ମାଧ୍ୟମ ସାମ୍ନାରେ | ଆସନ୍ତୁ ତାହେଲେ ସେ ସବୁ ବିଷୟରେ ଅଧିକ ଆଲୋଚନା କରିବା |
ତେବେ ଆମେ ଜାଣିଛୁ କି ଶୌଳଭାମା ହେଉଛନ୍ତୁ ଜଣେ ଏମିତି ସିଙ୍ଗର ଯାହାଙ୍କର କଣ୍ଠ ରେ ରହିଛି ଏକ ନିଆରା ଯାଦୁ | ଆଉ ଯେଉଁ ଯାଦୁ କୁ ଯିଏ ଥରେ ଶୁଣିଛି ତାର ମନ କୁ ସେ ଝୁମେଇ ନେଇଛି |ତେବେ ଠିକ ସେହିଭଳି ନିଜର କେରିୟର କୁ ଆରମ୍ଭ କରିଥିଲେ ଆଲବମ ଗୀତ ରେ | ଆଉ ” ତୋ ନାଁ ରେ କେହି କହିଲେ ତୋ ଛାଇକୁ କେହି ଛୁଇଁଲେ ” ଏହି ସୁନ୍ଦର ଗୀତ ଟିକୁ ଗାଇଥିଲେ ଶୌଳଭାମା | ଆଉ ଗୀତ ଟିର ସ୍ୱର ଏତେ ସୁନ୍ଦର ଥିଲା କି ସେହି ଗୀତ ଟି ସମସ୍ତଙ୍କୁ ଆକୃଷ୍ଟ କରେଇଥିଲା | ଆଉ ଯେଉଁ ଗୀତ ର ମ୍ୟୁଜିକ ଡିରେକ୍ଟର ଥିଲେ ପ୍ରେମାନନ୍ଦ |
ଆଉ ଏହି ଗୀତ ଟି ହିଟ ହେବା ପରେ କୁମାର ବାପି ଙ୍କ ସହିତ ଗାଇକି, ପ୍ରେମାନନ୍ଦ ଙ୍କର ଅନେକ ଫ୍ଲିମ ରେ ଶୌଳଭାମା ଗୀତ ଗାଇଥିଲେ ବୋଲି କହିଛନ୍ତି | ଆଉ ତାଙ୍କର କହିବା କଥା କି ସେ ସଂଗୀତକୁ ତାଙ୍କର ପ୍ରେମିକ ଭାବନ୍ତି | ଆଉ ଯିଏ ବି ତାଙ୍କ ସହିତ ଗାଇଥାନ୍ତି ତାଙ୍କୁ ସେ ପ୍ରେମିକ ବୋଲି ଭାବନ୍ତି ଆଉ ମନରୁ ଗୀତ ଟିକୁ ଗାଇଥାନ୍ତି ||ତେବେ ସେ କୋରାପୁଟ ରେ ଜନ୍ମ ହୋଇଥିବାରୁ କୋରାପୁଟ ବାସୀ ମଧ୍ୟ ଗର୍ବିତ ତାଙ୍କ ପାଇଁକି ବୋଲି କହିଛନ୍ତି | ତେବେ ଖାଲି ଓଡିଶା ରେ ନୁହଁ ମୁମ୍ବାଇ ରେ ମଧ୍ୟ ସେ ଅନେକ ଗୀତ ଗାଇଛନ୍ତି |

ତେବେ ସେ ପୁରୀ ବେଳା ଭୂମିରେ ଗୀତ ଗାଉଥିବା ସମୟରେ ମୁମ୍ବାଇ ରେ ଗାଇବାର ଅଫର ମିଳିଥିଲା | ଆଉ ସେଠାରେ ସିଏ ଗୁରୁଲକ୍ଷିଣା ନାମକ ସିରିଏଲ ଗୀତ ଗାଇକି ବହୁତ ପ୍ରସଂଶା ସାଉଁଟି ଥିଲେ | ତେବେ ସେ କୁମାର ସାନୁ, ଉଦିତ ନାରାୟଣ, ସୋନୁ ନିଗମ, ଏମିତି ଅନେକ କଣ୍ଠ ଶିଳ୍ପୀ ମାନଙ୍କ ସହିତ ଗୀତ ଗାଇଛନ୍ତି | ଆଉ ନିଜର ସ୍ବରର ଯାଦୁ ରେ ସମସ୍ତଙ୍କୁ ବେଶ ଆକୃଷ୍ଟ ମଧ୍ୟ କରାଇଛନ୍ତି |ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |

Leave a Comment