Odisha News Portal

Family Tips – ଶାରୀରିକ ସମ୍ପର୍କ ପରେ ପରିସ୍ରା ଲାଗିଲେ କ’ଣ ଇଛା ହୁଏ ମହିଳା ମାନଙ୍କର ଜାଣନ୍ତୁ…

ଆମର ସ୍ୱସ୍ଥ୍ୟକୁ ଠିକ ରଖିବା ପାଇଁ ହେଲେ ଅନେକ ପଦ୍ଧତି ମାନ ଗ୍ରହଣ କରିବା ପାଇଁ ପଡିଥାଏ , ଆମ ଶରୀର ର ପ୍ରତ୍ୟେକ କାର୍ଯ୍ୟକାଳପ ସିଧାସଳଖ ଆମ ସ୍ୱାସ୍ଥ୍ୟ ଉପରେ ହିଁ ପ୍ରଭାବ ପକାଇଥାଏ । ଏହା ଆମର ଆଭ୍ୟନ୍ତରୀଣ ଅଙ୍ଗ ହେଉ ବା ବାହ୍ୟସ୍ତର ସବୁଥିରେ ହିଁ ଏହାର ପ୍ରଭାବ ପଡିଥାଏ । ଆପଣ ମାନେ ଜାଣିଥିବେ କି ଅନେକ ଲୋକମାନେ କାମ ବା ଅନ୍ୟ କୌଣସି କାରଣ ଯୋଗୁଁ ଦୀର୍ଘ ସମୟ ଧରି ପରିସ୍ରା ରଖନ୍ତି । କିନ୍ତୁ ଏହା କରିବା ଦ୍ୱାରା ଆମ ଶରୀରରେ ବଡ ସମସ୍ୟା ମାନ ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ପରିସ୍ରାକୁ ଅଧିକ ସମୟ ଧରି ରଖବା ଦ୍ୱାରା କେଉଁ ସବୁ ଅସୁବିଧା ର ସାମ୍ନା କରିବାକୁ ପଡିଥାଏ ।

ଆପଣ ମାନେ ହୁଏତ ଏହା ଜାଣିଥିବେ କି ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରା ବନ୍ଦ କରିବା ଦ୍ୱାରା ମୂତ୍ରନଳୀ ସଂକ୍ରମଣ ହେବାର ଆଶଙ୍କା ବଢିଥାଏ । ଯାହା ସିଧାସଳଖ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଯେଉଁ ବ୍ୟକ୍ତିମାନେ ବାରମ୍ୱାର ବା ପ୍ରତିଦିନ ପରିସ୍ରା ବନ୍ଦ କରନ୍ତି , ସେମାନଙ୍କ ଠାରେ କିଡିନୀ କିମ୍ୱା ମୂତ୍ରନଳୀ ରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଏହା ସହିତ ଆପଣ ଯେତେବେଳେ ଦୀର୍ଘ ସମୟ ପରେ ପରିସ୍ରା କରିବା ପାଇଁ ଯାଆନ୍ତି , ପରିସ୍ରା କରିବା ସମୟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହା ସହିତ ପରିସ୍ରା କରିବା ପରେ , ମାଂସପେଶୀ ଗୁଡିକ ଆଂଶିକ ସଙ୍କୁଚିତ ହୋଇପାରେ ।

ଯେଉଁ କାରଣରୁ ପେଲଭିକ୍ ଅଂଶର ମାଂଶପେଶୀ ଗୁଡିକ ଖରାପ ହୋଇପାରେ । ଏହା ଜାଣି ରଖନ୍ତୁ ଆମ ଶରୀରରେ ଯାହା ବି କିଛି ଅପରିଷ୍କାର ବା ଖଦଡା ଜିନିଷ ରହିଥାଏ ତାହା ଆମ ପରିସ୍ରା ମାଧ୍ୟମରେ ବାହାର କରାଯାଇଥାଏ । ଯଦି ପରିସ୍ରା ଠିକ ସମୟରେ ପରିତ୍ୟାଗ ନହୁଏ ତେବେ ଶରୀରରେ ସଂକ୍ରମଶ ହେବାର ଆଶଙ୍କା ବଢିପାରେ । ଆପଣ ମାନେ ହୁଏତ ଏହା ଜାଣି ନଥିବେ ଯେ ପରିସ୍ରା ବନ୍ଦ କରିବା ଦ୍ୱାରା ମୂତ୍ରାଶୟ , କିଡିନୀ କିମ୍ୱା ମୂତ୍ରନଳୀରେ ଉତ୍ତେଜନା ବା ପ୍ରଦାହ ସୃଷ୍ଟି ହୋଇପାରେ । ଏହା କିଡିନୀ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ବୋଲି ବିବେଚନା କରାଯାଏ ।

ଆପଣ ମାନଙ୍କୁ କହି ରଖୁଛୁ କି ଅଧିକ ସମୟ ଧରି ପରିସ୍ରା ବନ୍ଧ କରି ରଖିବା ଦ୍ୱାରା ଏହା କିଡିନୀ କାର୍ଯ୍ୟରେ ବାଧା ସୃଷ୍ଟି କରେ ଏବଂ ଏହାର କାର୍ଯ୍ୟ ଦକ୍ଷତା ଉପରେ ପ୍ରଭାବ ପକାଇଥାଏ । ତେଣୁ ଆପଣ ମାନେ ସର୍ବଦା ଧ୍ୟାନ ରଖିବେ କି ପରିସ୍ରା ଲଗିବେ ମାତ୍ରେ ତାକୁ ବାହାର କରି ଦିଅନ୍ତୁ ନଚେତ୍ ଏହି ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଧୀରେ ଧୀରେ ଶରୀରରେ ଅନେକ ରୋଗ ସୃଷ୍ଟି କରିବ ଏବଂ ଆମ ଶରୀରକୁ ଦୁର୍ବଳ ମଧ୍ୟ କରିଦେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।