Odisha News Portal

( ଶଙ୍ଖ ) ଘରେ ରଖିଛନ୍ତି କି ? ଥରେ ମାତ୍ର ନିଶ୍ଚୟ ଦେଖନ୍ତୁ

ବନ୍ଧୁମାନେ ଆମ ଠାକୁର ପୂଜାରେ ବିଭିନ୍ନ ପ୍ରକାରର ଜିନିଷ ବ୍ୟବହାର କରାଯାଇଥାଏ ଆଉ ସେସବୁ ଭିତରେ ଶଙ୍ଖ ହେଉଛି ଗୋଟିଏ ।ତେବେ ଶଂଖକୁ ଆମ ସମାଜରେ ଶୁଭ ବୋଲି ମାନା ଯାଏ ଓ ଶଙ୍ଖର ଧ୍ଵନି ଶୁଣିଲେ ସମସ୍ତଙ୍କ ମନ ପବିତ୍ର ହେଇଯାଏ ।ଆମର ଯେତେବେଳେ କି କିଛି ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ହେଇଥାଏ ସେତେବେଳେ ଶଙ୍ଖ ଫୁଙ୍କି ସେହି ସ୍ଥାନକୁ ପବିତ୍ରତା ର ବାତାବରଣ ସୃଷ୍ଟି କରାଯାଏ ଓ ଏହାଦ୍ବାରା ନକରାତ୍ମକ ଦୁର ହରିଥାଏ ।

ତେବେ ପ୍ରାୟ ପ୍ରତ୍ୟେକ ଲୋକ ମାନଙ୍କ ଘରେ ଶଙ୍ଖ ନିଶ୍ଚିତ ରହିଥାଏ ଓ ନୀତିଦିନ ପୂଜାରେ ତାହାକୁ ବ୍ୟବହାର ବି କରାଯାଏ ।ବନ୍ଧୁମାନେ ଆପଣ ଦେଖିଥିବେ ଭଗବାନ ବିଷ୍ଣୁଙ୍କ ହାତରେ ବି ଶଙ୍ଖ ରହିଥାଏ, ଆଉ ସନ୍ଧ୍ୟା ସମୟରେ ଶଙ୍ଖ ବଜାଇଲେ ସବୁ ନକରାତ୍ମକ ଶକ୍ତି ର ବିନାଶ ହେଇଥାଏ ।

-ଯେତେବେଳେ ବି ଆପଣ ଶଙ୍ଖ ବଜାଉଛନ୍ତି ସେତେବେଳେ 3 ଥର ଓ ଅଧା ବଜେଇବା ଦରକାର ଏହାଠାରୁ ଅଧିକ ଓ କମ ହେଲେ ତାହାକୁ ଅଶୁଭ କୁହାଯାଏ ।

-ବନ୍ଧୁମାନେ ମନେ ରଖିବେ କେବେକି ଭୁଲରେ ଅଧା ଶଙ୍ଖ ବଜେଇବେ ନାହିଁ ଆଉ ସଂଧ୍ୟା ସମୟରେ ଏପରି ଜମା କରିବେ ନାହିଁ ଏପରି ହ୍ରଲେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ର ଆଶୀର୍ବାଦ ପଡିବ ନାହିଁ ।ଆଉ ଯେଉଁ ଘରେ ଶଙ୍ଖ ନଥାଏ ସେହି ଘରେ ସବୁବେଳେ ଧନର ଅଭାବ ଲାଗି ରହିଥାଏ

-ତେବେ ମନେ ରଖନ୍ତୁ ଶଙ୍ଖ କୁ ସବୁବେଳେ ଉଚ୍ଚ ସ୍ଥାନରେ ରଖିବେ କେବେବି ଶଙ୍ଖକୁ ତଳେ ରଖିବେ ନାହିଁ ।

-ଶଙ୍ଖ ବଜାଇଲେ ବହୁତ ରୋଗ ବ୍ୟାଧି ଭଲ ହେଇଥାଏ ତେବେ ଅନେକ ଲୋକ ମାନଙ୍କ ପାଖରେ ହାର୍ଟ ଓ ପେଟ ଜନିତ ସମସ୍ୟା ରହିଥାଏ ସେମାନଙ୍କୁ ନିଶ୍ଚିତ ଶଙ୍ଖ ବଜାଇବା ଦରକାର ଦେଖିବେ ପେଟରେ ଥିବା ଗ୍ୟାଷ୍ଟିକ ଭଳି ସମସ୍ୟା କମିଯିବ ଓ ହାର୍ଟ ପ୍ରବ୍ଲେମ ବି କମିବାକୁ ଲାଗିବ ।

-ଶଙ୍ଖ କୁ ଧରିଲେ ଆପଣ ପବିତ୍ର ହେଇ ଯାଆନ୍ତି ତେବେ ଶଙ୍ଖ ସବୁବେଳେ ଗାଧେଇ ଛୁଇଁବା ଉଚିତ ।ଯଦି ମାଆ ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଚାହାନ୍ତି ତାହେଲେ ଘରେ ଦୁଇଟି ଶଙ୍ଖ ରଖନ୍ତୁ ।ଗୋଟିଏ ନିଜ ଠାକୁର ଘରେ ଓ ଅନ୍ୟଟି ଦକ୍ଷିଣବର୍ତୀ ଶଙ୍ଖ ରଖନ୍ତୁ, ତେବେ ଦକ୍ଷିଣବର୍ତୀ ରହିବା ଦ୍ୱାରା ଘରେ ଧନ ଧାନ୍ୟରେ ଭରପୁର ରହେ ।ଯଦି ଘରେ ବହୁତ ପ୍ରେତ ଜନିତ କିଛି ସମସ୍ୟା ଥାଏ ତାହେଲେ ଶଙ୍ଖ ବଜେଇଲେ ସବୁ ନକରାତ୍ମକ ଦୁର ହେଇଯାଏ ।

-ଆଉ ଗୋଟିଏ କଥା ମନେ ରଖନ୍ତୁ ଶଙ୍ଖରେ ପାଣି ଦେଇ ରଖିବେ ଆଉ ତାକୁ ପାଦୁକା ପରି ସବୁଦିନ ପିଇଲେ ସବୁ ରୋଗ ଭଲ ହେଇଯାଏ ।ଆଉ ଘରେ ଶଙ୍ଖ କୁ ବଜାଇବା ଦରକାର ତେବେ ଧ୍ୟାନ ଦେବେ ସେଥରେ ଯେମିତି କାହାର ଗୋଡ଼ ବାଜିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।