Odisha News Portal

ସୀମାରୁ ଫେରିଲା ସାହସୀ ପୁଅ , ଯବାନଙ୍କ ପାଦରେ ଧୂଳିଲାଗିବନି ବୋଲି ହାତ ପାପୁଲିରେ ପାଛୋଟି ନେଲେ ଗାଁ ଲୋକ

0 0

ଆମେ ମାନେ ଆମ ଦେଶରେ ଶାନ୍ତିରେ ନିର୍ଭୟରେ ରହୁଛୁ ଯାହା ପାଇଁ ସେ ହେଉଛନ୍ତି ଆମ ଦେଶର ବୀର ଯବାନ। ସେମାନେ ଦିନ ରାତିକୁ ଏକ କରି ସୀମାରେ ସୀମାରେ ଜଗିରହି ଆମକୁ ସୁରକ୍ଷା ଦେଇଥାନ୍ତି। ଆମେ ଯଦି ରାତିରେ ଶାନ୍ତିରେ ଶୋଉଛେ ଏହାର କାରଣ ଆମ ଦେଶର ସୈନ୍ୟ ମାନଙ୍କ ପାଇଁ। ସେମାନେ ନିଜ ଜୀବନକୁ ବାଜିରେ ଲଗାଇ ଆମକୁ ସୁରକ୍ଷା ଦେଇଥାନ୍ତି। ଆପଣ ମାନେ ତୋ ଟିଭି ପରଦାରେ ଅନେକ ଫିଲ୍ମ ହୀରଙ୍କୁ ଦେଖିଥିବେ କିନ୍ତୁ ରିୟଲ ରେ ଯିଏ ପ୍ରକୃତ ହିରୋ ସେ ହେଉଛନ୍ତି ଆମ ଦେଶର ସୈନିକ।

ଆମ ଦେଶର ଯବାନ ମାନେ ଆମକୁ ସୁରକ୍ଷା ଦେବା ପାଇଁ ସେମାନଙ୍କୁ ଅନେକ କିଛି ତ୍ୟାଗ କରିବା ପାଇଁ ପଡ଼ିଥାଏ। ନିଜ ବାପା ମାଆ ପରିବାରକୁ ଛାଡି ସେମାନେ ଦୀର୍ଘ ଦିନ ଧରି ବାହାରେ ରହି ଆମକୁ ସୁରକ୍ଷା ପ୍ରଦାନ ଏହାଠୁ ବଡ ଆଉ କଣ ହୋଇପାରେ।

ଆମ ଦେଶର ଯବାନ ମାନେ ମାଟି ମାଆ ପାଇଁ ଜୀବନ ଦେବାକୁ ପଛେଇ ନଥାନ୍ତି। ସେମାନେ ନିଜ ଜୀବନରୁ ଅଧା ଜୀବନ ଦେଶର ସୁରକ୍ଷା ରେ ଲଗାଇ ଥାନ୍ତି। ତେବେ ଆଜି ଆମେ ଏପରି ଏକ ଯବାନ ବିଷୟରେ କହିବା ପାଇଁ ଯାଉଛୁ ଯିଏକି ଦୀର୍ଘ ୧୭ ବର୍ଷ ନିଜର ଜୀବନ କୁ ବାଜିରେ ଲଗାଇ ବର୍ତ୍ତମାନ ଅବସର ନେଇ ନିଜ ଗାଁ କୁ ଫେରି ଆସିଛି। ତେବେ ଗାଁ ଲୋକ କିପରି ସମ୍ମାନ କଲେ ଆସନ୍ତୁ ଜାଣିବା।

ଆମ ଦେଶର ଅନେକ ଏପରି ଯବାନ ଅଛନ୍ତି ଆମ ମାନକୁ ସୁରକ୍ଷା ଦେବାକୁ ଯାଇ ନିଜେ ଶତ୍ରୁର ଗୁଳିରେ ସହିଦ ହୋଇଯାଇଛନ୍ତି। କିନ୍ତୁ ଏହିପରି କ୍ଷେତ୍ରରେ ଏହି ଯବାନ ଜଣଙ୍କ ସୁରକ୍ଷିତ ଭାବରେ ଅଵସର ନେଇ ନିଜ ଗାଁକୁ ଫେରି ଆସିଛନ୍ତି।

ତେବେ ଏହାଠୁ ବଡ ଖୁସିର କଥା କଣ ହୋଇପାରେ। ଯବାନ ସୀମାରୁ ବିଦାୟ ନେଇ ଯେତେବେଳେ ଗାଁକୁ ଫେରିଥିଲେ, ଗାଁ ଲୋକମାନେ ଯବାନ ଜଣଙ୍କ ପାଦରେ ଧୂଳି ଲଗେଇବାକୁ ଦେଇନଥିଲେ, ଯବାନ ଜଣଙ୍କ ଗାଁ ଲୋକଙ୍କ ହାତ ପାପୁଲିରେ ଚାଲି ସେ ମନ୍ଦିର ଭିତରକୁ ଯାଇଥିଲେ।

ତେଵେ ଏହି ଯବାନ ଜଣଙ୍କ ନାମ ହେଉଛିବବୀର ବାହାଦୁର ସିଂ, ସେ ମଧ୍ୟପ୍ରଦେଶ ର ନେବୁର ଜିଲ୍ଲା ର ଜିରାଙ୍ଗ ଗ୍ରାମ ରେ ତାଙ୍କ ଜନ୍ମ ଗ୍ରହଣ କରିଥିଲେ। ଏହି ଯବାନ ଜଣଙ୍କ ୧୭ ବର୍ଷ ୨୬ ଦିନ ସୀମାରେ କାମ କରିଥିଲେ। ଜାନୁୟାରୀ 3 ତାରିଖ ୨୦୦୪ ମସିହାରେ ସେ ଭାରତୀୟ ସୀମାରେ ଯୋଗ ଦେଇଥିଲେ।

ପର୍ଯ୍ୟାୟ କ୍ରମେ ଜାମ୍ମୁ କାଶ୍ମୀର, କାର୍ଗିଲ, ଜୟପୁର, ବିକେନ୍ ଇତ୍ୟାଦି ସ୍ଥାନରେ ତାଙ୍କୁ ପୋଷ୍ଟିଂଗ ଦିଆ ଯାଇଥି। ସେ ଯେତେବେଳେ ୧୭ ବର୍ଷ ଧରି ସୀମାରୁ ଫେରି ଆସିଥିଲେ ଗାଁ ଲୋକମାନେ ତାହାକୁ ହାତ ପାପୁଲିରେ ପାଛଟି ନେଇଥିଲେ। ଯବାନ ଜଣଙ୍କ କହିଥିଲେ ସେ ଯେତେ ଦିନ ବଞ୍ଚିଛନ୍ତି, ଲୋକମାନଙ୍କ ସେବା କରିବେ ଏବଂ ଗ୍ରାମରେ ଯୁବକ ଯୁବତୀ ମାନକୁ ତାଲିମ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଡେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।