Odisha News Portal

ଦେଖନ୍ତୁ ଭିଡ଼ିଓ – ସେଲ୍ୟୁଟ ମାଡାମ ! ଗର୍ଭବତୀ ଙ୍କୁ ବୀଚ ରାସ୍ତାରେ ପ୍ରସବ କାରାଇଲେ Lady କନେଷ୍ଟବଳ, ସେହି ବେଳର ଦୃଶ୍ୟ ଦେଖିଲେ ହୋଇଯିବେ ତାଯୁବ…

ଦର୍ଶକ ବନ୍ଧୁ ଆପଣ ଏଠାରେ ଏହି ଭିଡିଓ ରେ ଦେଖିବାକୁ ପାଉଥିବା ଦୃଶ୍ୟ ହେଉଛି ଭଦ୍ରକ ସହରର ବନ୍ତ ଛକର ଅଟେ।ଏହି ଛକରେ ଖରାରେ ଛିଡ଼ା ହୋଇଥିବା ଏହି ଟ୍ରାଫିକ ମାଡ଼ାମ୍ ଙ୍କୁ ମଧ୍ୟ ଆପଣ ଦେଖି ପାରୁଥିବେ। ସବୁ ଟ୍ରାଫିକ ପୋଲିସ୍ ଙ୍କ ଭଳି ଏହି ମହିଳା ଟ୍ରାଫିକ ପୋଲିସ୍ ମଧ୍ୟ ତାଙ୍କର କାର୍ଯ୍ୟ କରୁଛନ୍ତି। ହାତ ଦେଖାଇ ତାଙ୍କର ଯାତ୍ରୀ ମାନଙ୍କୁ ସେ ଦିଗ ଦେଖାଇ ଦେଉଛନ୍ତି। ନିଜର ଏହି କାର୍ଯ୍ୟ ସହିତ ସେ ଅନେକ ଜନହିତ କର କାର୍ଯ୍ୟ କରିଥାନ୍ତି। ତାଙ୍କ ଭିତରେ ଥିବା ମଣିଷ ପଣିଆ କୁ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ଆପଣ ଜାଣିଛନ୍ତି ତାଙ୍କ ପାଇଁ ଜଣେ ମହିଳା ଙ୍କ ଜୀବନ ବଞ୍ଚି ଯାଇଛି।

କେବଳ ଏହି ମହିଳାଙ୍କ ଜୀବନ ବଞ୍ଚି ଯାଇନି ବରଂ ତାଙ୍କ ପାଇଁ ଏ ଦୁଣିଆକୁ ଆସିଚି ଏକ ନୂଆ ଅତିଥି। ତେବେ ଆସନ୍ତୁ ଘଟଣା କଣ ଜାଣିବା। ବନ୍ତ ଛକରେ କାର୍ଯ୍ୟରତ ଟ୍ରାଫିକ କନେଷ୍ଟବଳ ହେଉଛନ୍ତି ସାବିତ୍ରୀ ନାୟକ। ଆଜି ସେ ଡିଉଟି ରେ ଥିବା ସମୟରେ ସେ ଜାଣିବାକୁ ପାଇଲେ ଯେ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଜଣେ ଆଦିବାସୀ ମହିଳା ମାଲେ ହୋ। ଅସହାୟ ଅବସ୍ଥାରେ ଥିବା ଏହି ମହିଳାଙ୍କ ପାଖକୁ ସମସ୍ତେ ଯିବାକୁ ଭୟ କରିଥିଲେ ମଧ୍ୟ ତାଙ୍କ ପାଖକୁ ଧାଇଁ ଯାଇଥିଲେ ଏହି ଟ୍ରାଫିକ କନେଷ୍ଟବଳ ସାବିତ୍ରୀ ନାୟକ।ଆଉ ସେଠାକୁ ଯାଇ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ସେ ମହିଳାଙ୍କର ସୁରକ୍ଷିତ ପ୍ରସବ କରାଇଥିଲେ।

ଏହାପରେ ଏହି ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସମସ୍ତେ ଟ୍ରାଫିକ କନେଷ୍ଟବଳ ସାବିତ୍ରୀ ନାୟକ ଙ୍କ ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଗର୍ଭବତୀ ମହିଳା ଙ୍କ ଘର ଲୋକ ଙ୍କ ସହିତ ଏହି ଘଟଣା ଘଟିଥିବା ସ୍ଥାନରେ ଥିବା ପ୍ରତ୍ୟକ୍ଷ ଦର୍ଶୀ ମଧ୍ୟ ସାବିତ୍ରୀ ଙ୍କ ଏତାଦୃଶ କାର୍ଯ୍ୟକୁ ବହୁତ ପ୍ରଶଂସା କରିଛନ୍ତି। ତାଙ୍କର ମହାନତା ର ପ୍ରମାଣ ଦେଇଛନ୍ତି ଏହି ମହିଳା ଜଣଙ୍କ। ଗର୍ଭବତୀ ମହିଳା କଷ୍ଟରେ ଯନ୍ତ୍ରଣା ପାଉଥିବା ଜାଣିବା ପରେ କିଛି ନଭାବି ସେ ତାଙ୍କ ପାଖକୁ ଦୋୖଡି ଯାଇଥିଲେ ଏବଂ କିଛି ବ୍ୟବସ୍ଥା କରି ସେଠାରେ ସେ ସୁରକ୍ଷିତ ପ୍ରସବ କରାଇଥିଲେ ଏବଂ ଆମ୍ବୁଲାନ୍ସ ଡାକି ତାଙ୍କୁ ହସ୍ପିଟାଲ୍ ପଠାଇଥିଲେ।

ବନ୍ଧୁଗଣ ଭଲ କାମ କରିବା ପାଇଁ ଭଲ ପଦବୀ ଆଉ ଅର୍ଥ ଲୋଡା ହୋଇଥାଏ। ଏହିଭଳି କଥା କହୁଥିବା ଲୋକ ମାନଙ୍କ ପାଇଁ ଏହି ଘଟଣା ହୁଏତ ଉଚିତ୍ ଜବାବ୍ ହେବ। ଭଲ କାମ କରିବା ପାଇଁ ବହୁତ୍ ପଇସା, ବଡ଼ ପଦବୀ ନୁହଁ ବରଂ ବଡ଼ ମନ, ଭଲ ମନ ଥିବା ଦରକାର୍। ଭଲ ମନ ଏବଂ ଅନ୍ୟକୁ ସାହାଯ୍ୟ କରିବାର ଇଚ୍ଛା ଶକ୍ତି ଥିଲେ ଆପଣ ବି ସାବିତ୍ରୀ ଙ୍କ ଭଳି କାର୍ଯ୍ୟ କରି ପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ବଡ଼ ଡିଗ୍ରୀ ର ଆବଶ୍ୟକତା ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।