Odisha News Portal

ସରିଥିଲା ନିର୍ବନ୍ଧ, ଦୁଇ ମାସ ପରେ ସାଜିଥାନ୍ତେ କନ୍ୟା ଏବଂ ହୋଇଥାନ୍ତା ବାହାଘର । କିନ୍ତୁ ସେଲଫି ଛଡେଇ ନେଲା ଜୀବନ…..

ସରିଥିଲା ନିର୍ବନ୍ଧ, ଦୁଇ ମାସ ପରେ ସାଜିଥାନ୍ତେ କନ୍ୟା ଏବଂ ହୋଇଥାନ୍ତା ବାହାଘର । କିନ୍ତୁ ସେଲଫି ଛଡେଇ ନେଲା ଜୀବନ । ତେବେ ସେଲ୍ଫି୍ ନେଲା ବେଳେ ଖସି ପଡିଲେ ନଦୀ ରେ , ଆଉ ଅଧା ରେ ରହି ଗଲା ବାହାଘର । ତେବେ ଚାଲନ୍ତୁ ଜାଣିନେବା କଣ ରହିଛି ସଂମ୍ପୂର୍ଣ୍ଣ ଘଟଣା ବିଷୟ ରେ । ସେଥିପାଇଁ ଆପଣ ମାନେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ୍ ନିହାତି ଭାବରେ ଥରେ ପଢନ୍ତୁ ।

ତେବେ ଘଟଣା ଅନୁସାରେ ହସର ଖୁସି ରେ ପିକନିକ୍ କରିବା ପାଇଂ ଆସି ଥିବା ପରିବାର ସହିତ ଏତେ ଦୁଃଖ ଦାୟକ ଘଟଣା ଘଟିବ ବୋଲି କେହି ଭାବି ନଥିଲେ । ଖୁସି ର ସେଲିବ୍ରେସନ କରୁ କରୁ ନଦୀ ରେ ସେଲ୍ଫି ନେବାକୁ ଚାଲି ଗଲେ । ଆଉ ତା ପରେ ସରି ଗଲା ସବୁ କିଛି ।

ସୁନ୍ଦରଗଡ ଜିଲ୍ଲା ତଲୁସରା ଥାନା ଅନ୍ତ୍ରର୍ଗତ ଗଘୋର ଗ୍ରାମ ସ୍ଥିତ ଇଫ୍ ନଦୀ ରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ନଦୀ କୂଳରେ ସେଲ୍ପି ନେବା ବେଳେ ଖସି ପଡିଲେ 27 ବର୍ଷିୟ ଯୁବତୀ ଅନୁପମା ପ୍ରଜାପତି । ସବୁ ଠାରୁ ଦୁଃଖର ବିଷୟ ହେଉଛି ନିର୍ବନ୍ଧ ସରିଥିଲା , ଆଉ ଦିନ କେଇଟା ପରେ ବାହାଘର ହୋଇଥାନ୍ତା । ହେଲେ ବାହାଘର ପୂର୍ବରୁ ହିଁ ସବୁ ଦିନ ପାଇଁ ଚାଲି ଗଲା ଜୀବନ ।

ନଦୀ କଢ ରେ ସେଲ୍ଫି ନେବା ହେଲା କାଳ । ପରିବାର ଲୋକ ଏବଂ ସାଙ୍ଗସାଥୀ ଙ୍କ ସହିକ ବଣଭୋଜି କରିବାକୁ ଘୋଗର ଇଫ୍ ନଦୀ କନାକୁଣ୍ଡା ପାଖକୁ ଯାଇଥିଲେ । ହେଲେ ପରିବାର ଲୋକ ମାନେ ରୋଷେଇ କରିବା ରେ ବ୍ୟସ୍ତ ଥିବା ବେଳେ ସାଙ୍ଗ ମାନଙ୍କ ସହିତ ଫୋଟ ଉଠେଭା ପାଇଁ ଯାଇ ଥିଲେ ଅନୁପମା ପ୍ରଜାପତି ।

ପରିବାରର ଅନ୍ୟ ସଦସ୍ୟ ମାନେ ରୋଷେଇ କରି ବାରେ ବ୍ୟସ୍ତ ଥିବା ବେଳେ ସେ ଅନ୍ୟ ଦୁଇ ବନ୍ଧୁ ଙ୍କ ସହିତ ନଦୀ କୂଳକୁ ଯାଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ ଏବଂ ନଦୀ ପାଣି ସହିତ ନିଜର ସେଲ୍ଫି ମୋବାଇଲ୍ ରେ ନେଉଥିଲେ । ହେଲେ ଫୋଟ ଉଠାଇବାରେ ଏତେ ବ୍ୟସ୍ତ ହୋଇଯାଇଥିଲେ ଯେ ସେ ନଦୀ କୂଳରେ ଥିବା କଥାକୁ ହୁଏତ ଭୁଲି ଯାଇଥିଲେ ।

 ଆଉ ଅସାବଧାନତା ଯୋଗୁଁ ତଳକୁ ଖସି ପଡି ଗଭୀର ପାଣିରେ ଭାସି ଯାଇଥିଲେ । ଆଉ ଦେଖୁ ଦେଖୁ ନିଖୋଜ ହୋଇ ଯାଇଥିଲେ ଅନୁପମା । ଦୀର୍ଘ 22 ଘଣ୍ଟାର ଖୋଜାଖୋଜି ପରେ ଗତ କାଲି ତାଙ୍କର ମୃତ ଦେହକୁ ଉଦ୍ଧାର କରିଛନ୍ତି ଛଅ ଜଣିଆ ଉଦ୍ଧାର କାରୀ ଦଳ ।

ସୂଚନାଯୋଗ୍ୟ ,ରାଜଗାଙ୍ଗପୁରର ଅନୁପମା ପ୍ରଜାପତିଙ୍କ 2 ମାସ ତଳେ ନିର୍ବନ୍ଧ ହୋଇଥିଲା ଏବଂ ଫେବୃଆରୀ 16 ତାରିଖରେ ତାଙ୍କର ବିବାହ ହେବାକୁ ଥିଲା । ଅନୁପମାଙ୍କର ଏଭଳି ମୃତ୍ୟୁ ପରିବାର ଏବଂ ରାଜଗାଙ୍ଗପୁରରେ ଶୋକର ଛାୟା ଖେଳାଇ ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।