ଦାମ୍ପତ୍ୟ ଜୀବନରେ ଶାରୀରିକ ସମ୍ଭୋଗ ନ ରଖିଲେ ଶରୀରର ଏହି ତିନୋଟି ମହତ୍ତ୍ବପୂର୍ଣ୍ଣ ଅଙ୍ଗ ହୋଇଯାଇଥାଏ ଦୁର୍ବଳ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହା ଜାଣିରଖିବା ଦରକାର ?

ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଆଜିର ଯୁବପିଢ଼ିଙ୍କ ଶାରୀରିକ ସମ୍ଭୋଗ ରେ ଅନେକ ବାଧାପ୍ରାପ୍ତ ହେଉଛି । ତେବେ ଜୀବନରେ ତ ସବୁବେଳେ ଲୋକ ମାନେ କୌଣସି ନାଁ କୌଣସି ପ୍ରକାରର କାର୍ଯ୍ୟରେ ବ୍ୟସ୍ତ ତଥା ମାନସିକ ସ୍ତରରେ ଚିନ୍ତାରେ ରହିଥାନ୍ତି । କିନ୍ତୁ ଏହି କାର୍ଯ୍ୟବ୍ୟସ୍ତତା ଓ ଚିନ୍ତା ଯୋଗୁ ଦାମ୍ପତ୍ୟ ଜୀବନରେ ଅନେକ ବାଧା ଆସୁଥିବା ବେଳେ ଏହା ଦ୍ୱାରା ବେଡ୍‌ରୁମ୍‌ ଜୀବନ‌ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ ହେଉଛି ।ତେବେ ଗୋଟିଏ ସୁସ୍ଥ ଜୀବନ ପାଇଁ ଶାରୀରିକ ସମ୍ପର୍କ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏହା କେବଳ ମାନସିକ ସ୍ତରରେ ସ୍ବାମୀ ସ୍ତ୍ରୀଙ୍କୁ ଏକାଠି କରିନଥାଏ ବରଂ, ଶରୀର ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ ଶାରୀରିକ ସଂପର୍କ ।

ଡାକ୍ତରୀ ବିଜ୍ଞାନଙ୍କ କହିବା ଅନୁସାରେ , ଯଦି ଆପଣ ଲମ୍ବା ସମୟ ଧରି ସେକ୍ସ କରିନାହାନ୍ତି ତେବେ ଆପଣଙ୍କ ଶରୀରର କିଛି ଅଙ୍ଗ ଦୁର୍ବଳ ହେବାକୁ ଲାଗିଥାଏ ଏବଂ ଶାରୀରିକ କ୍ଷତି ମଧ୍ୟ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଅଙ୍ଗ ଗୁଡିକ ବିଷୟରେ ଯାହା ସେକ୍ସ ନ କରିବା ଦ୍ୱାରା ଦୁର୍ବଳ ହୋଇଯାଇଥାଏ।

1. ଗର୍ଭାଶୟ 

ଶରୀରର ଗୋଟିଏ ମୁଖ୍ୟ ଅଂଗ ହେଉଛି ଗର୍ଭାଶୟ । ଏହାକୁ ସୁସ୍ଥ ରଖିବାକୁ ହେଲେ ଆପଣଙ୍କୁ ସେକ୍ସ କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । କାରଣ ସେକ୍ସ ନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇନଥାଏ, ଯେଉଁ କାରଣରୁ ଗର୍ଭାଶୟରେ ସଂକୁଚନ ଆସିଥାଏ ଏବଂ ମହିଳାଙ୍କ ଗର୍ଭାଶୟ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଥାଏ । ଏହାସହିତ ଶାରୀରିକ ସମ୍ପର୍କ ନ ରଖିଲେ ଗର୍ଭାଶୟରେ ଆହୁରି ଅନେକ ପ୍ରକାର ସମସ୍ୟା ମଧ୍ୟ ଦେଖାଦେଇଥାଏ ।

2. ମସ୍ତିଷ୍କ ବା ବ୍ରେନ –

ମସ୍ତିଷ୍କ ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଂଗ ଅଟେ । ତେବେ ଶାରୀରିକ ସଂପ୍ରକ ନ ରଖିଲେ ମଣିଷଙ୍କର ବ୍ରେନ ଦୁର୍ବଳ ହୋଇଯାଇଥାଏ। ଡାକ୍ତରୀ ବିଜ୍ଞାନଙ୍କ କହିବା ଅନୁଯାୟୀ ଯଦି ଆପଣ ନିୟମିତ ଭାବରେ ଶାରୀରିକ ସମ୍ବନ୍ଧ ରଖୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କର ରକ୍ତ ସାର୍କୁଲେସନ ବହୁତ ଭଲ ଭାବରେ ହୋଇଥାଏ ।

ଯାହାଫଳରେ ବ୍ରେନ୍ ର ସମସ୍ତ କାର୍ଯ୍ୟ ପ୍ରଣାଳୀ ବହୁତ ଭଲ ଭାବରେ ହୋଇଥାଏ । ଯଦି କେଉଁ ଦମ୍ପତି ଶାରୀରିକ ସମ୍ବନ୍ଧ ରଖୁନାହାନ୍ତି ତେବେ ସେମାନଙ୍କ ଠାରେ ଚିନ୍ତା ଏବଂ ବିରକ୍ତିଭାବ ଅଧିକ ଉତ୍ପନ୍ନ ହୋଇଥାଏ । ଏହା ସହିତ ଯଦି ଆପଣ ଶାରୀରିକ ସମ୍ବନ୍ଧ ରଖୁନାହାନ୍ତି ତେବେ ଆପଣ ଅଧିକ ଡିପ୍ରେସନର ମଧ୍ୟ ଶିକାର ହୋଇପାରନ୍ତି ଏବଂ ମସ୍ତିଷ୍କରେ ଡୀମେନସିଆ ଭଳି ସମସ୍ୟା ମଧ୍ୟ ଦେଖା ଦେଇ ଥାଏ ।

3. ହୃଦୟ ବା ହାର୍ଟ 

ହାର୍ଟ ହେଉଛି ମନୁଷ୍ୟ ଶରୀରର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଅଂଗ ଅଟେ ,ଶାରିରୀକ ସଂମ୍ବନ୍ଧ ନରଖିଲେ ଏହା ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିଥାଏ । ମେଡିକାଲ ସାଇନ୍ସ ଅନୁଯାଇ ଶାରୀରିକ ସଂପର୍କ ହୃଦୟ ବା ହାର୍ଟ ପାଇ ବହୁତ ଭଲ ବ୍ୟାୟାମ ଅଟେ । କାରଣ ଏହି ସମୟରେ ମନୁଷ୍ୟର ହୃତସ୍ପନ୍ଦନ ବହୁତ କ୍ଷିପ୍ର ଗତିରେ ଚାଲିଥାଏ ଏବଂ ହାର୍ଟର କାର୍ଯ୍ୟ ପ୍ରଣାଳୀ ମଧ୍ୟ ବହୁତ ଭଲ ହୋଇଥାଏ । ଏହାଦ୍ୱାରା ହାର୍ଟ ଆଟାକର ଭୟ ମଧ୍ୟ ବହୁତ କମ୍ ଥାଏ କିନ୍ତୁ ସେକ୍ସ ନ କରିବା ଦ୍ୱାରା ମଣିଷର ହାର୍ଟ ଦୁର୍ବଳ ହେବାକୁ ଲାଗିଥାଏ ଏବଂ ହୃଦୟର କାର୍ଯ୍ୟ ପ୍ରଣାଳୀରେ ଏହାର ବହୁତ ମଧ୍ୟ ପ୍ରଭାବ ପଡିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment