Odisha News Portal

ଶେଷରେ ମାନସିକ ଭାରସ୍ୟାମ ହରାଇ ବସିଲେ ଆଦିତ୍ୟ ଙ୍କ ପନ୍ତ୍ରୀ ବିଦ୍ୟାଶ୍ରୀ ! ସେଥିପାଇଁ ତାଙ୍କୁ ମାନସିକ ରୋଗ ବିଭାଗ ରେ ଭର୍ତ୍ତି କରା ଯାଇଛି…କଣ ଏହା ବିଦ୍ୟାଶ୍ରୀ ଙ୍କର ଚକ୍ରାନ୍ତ ନୁହେଁ ତ ?

ସମାଜ ସେବୀ ଆଦିତ୍ୟ ଦାଶ ଙ୍କ ମୃତ୍ୟୁ ଉପରୁ ଏପର୍ଯ୍ୟନ୍ତ ପରଦା ନ ଉଠି ଥିଲେ ମଧ୍ୟ ସ୍ତ୍ରୀ ବିଦ୍ୟାଶ୍ରୀ ଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ନିକଟରେ ବିଦ୍ୟାଶ୍ରୀ ଫେସବୁକ୍ ଲାଇଭ୍ ଭିଡିଓ କରି ନିଦ ବଟିକା ଖାଇ ମୃତ୍ୟୁ ବରଣ କରିବାକୁ ବସିଥିଲେ । ଯାହାକି ସେ ନିଜେ ନିଜ ଫେସବୁକ୍ ଆଇଡି ରେ ଲାଇଭ୍ କରି ଥିଲେ ଆଉ ଯାହାକି ତାଙ୍କୁ ଚର୍ଚ୍ଚା ଆଡକୁ ଟାଣି ଆଣି ଥିଲା । ଆଉ ଏହା ପରେ ବିଦ୍ୟାଶ୍ରୀ ଙ୍କୁ କଟକ ର ଏସିବି ମେଡିକାଲ୍ ରେ ଭର୍ତ୍ତି କରା ଯାଇ ଥିଲା । ଏହାପରେ ବିଦ୍ୟାଶ୍ରୀ ଙ୍କ ସ୍ବାସ୍ଥ୍ୟବସ୍ଥା ଟିକେ ସୁଧୁରି ଆସୁ ଥିଲା ଏବଂ ଆଉ ତା ପରେ ଏସିବି ର ଡକ୍ଟର ମେଡିକାଲ୍ ବିଭାଗ ରେ ଯାଇ ଦେଖି ଥିଲେ ଯେ , ବିଦ୍ୟାଶ୍ରୀ ଙ୍କ ମାନସିକ ରୋଗ ଏବଂ ଦୁଶ୍ଚିନ୍ତା ବଢି ବାରେ ଲାଗିଛି । ସେଥିପାଇଁ ତାଙ୍କୁ ମାନସିକ ରୋଗ ବିଭାଗ ରେ ଭର୍ତ୍ତି କରା ଯାଇଛି ।

ତେବେ ଆଦିତ୍ୟ ଙ୍କ ପତ୍ନୀ ବିଦ୍ୟାଶ୍ରୀ ଏବଂ ମାନସିକ ରୋଗ ବିଭାଗ ରେ ଅଛନ୍ତି ଏବଂ ତାଙ୍କ ମାନସିକ ସ୍ତରରେ ଯେତେବେଳେ ସୁଧାର ଆସିବ ସେତେ ବେଳେ ତାଙ୍କୁ ହସ୍ପିଟାଲ ରୁ ଡିସଜାର୍ଚ କରା ଯିବ ବୋଲି ଏସିବି ର ଡାକ୍ତର ମାନେ କହିଛନ୍ତି ।

ତେବେ ଏସିବି ର ଡାକ୍ତରଙ୍କ କହିବା ଅନୁଯାୟୀ , ନିଦ ମେଡିିସିନ୍ ଖାଇବା ପୂ୍ର୍ବରୁ ବିଦ୍ୟାଶ୍ରୀ ମାନସିକ ସ୍ତରରେ ପୂରା ଭାଙ୍ଗି ପଡିଥିଲେ , ତେଣୁ ସେହି କାରଣରୁ ସେ ଏବେ ମାନସିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେଥି ପାଇଁ ସେ ଯେବେ ମାନସିକ ରୋଗରୁ ବର୍ତ୍ତିବେ ସେବେ ଯାଇଁ ହିଁ ବିଦ୍ୟାଶ୍ରୀ ଙ୍କୁ ଡିସଚାର୍ଜ କରା ଯିବ ।

ତେବେ ଆଦିତ୍ୟ ଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଙ୍କୁ ସେହି ମାମଲାରେ ସପୃକ୍ତ ଥିବା ନେଇ ସବୁବେଳେ ଟ୍ରୋଲ କରାଯାଉଛି ଏବଂ ସେ ଏହି ହତ୍ୟା କରିଛନ୍ତି ବୋଲି ଅନେକ କହୁଛନ୍ତି ଏବଂ ତାଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଇଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଶ୍ରୀ ଙ୍କୁ ଅନେକ ସମୟରେ ଟଣା ଯାଇଛି ଏବଂ କୁହାଯାିଛି ଯେ ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବରେ ବିଦ୍ୟାଶ୍ରୀ ହିଁ ଦାୟୀ ।

ଆଉ ବିଦ୍ୟାଶ୍ରୀ ଙ୍କ ଉପରେ ଅନେକ ଆରୋପ ପ୍ରତ୍ୟାରୋପ ପରେ ସେ ଶେଷରେ ଫେସବୁକ୍ ରେ ଲାଇଭ କରି ନିଦ ମେଡିସିନ୍ ଖାଇଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଏହା ପରେ ମଧ୍ୟ ଭଗବାନଙ୍କ କୃପାରୁ ବିଦ୍ୟାଶ୍ରୀ ଙ୍କ ଦେହ ସୁସ୍ଥ ଥିଲା ହେଲେ ସେ ଏବେ ମାନସିକ ଭାରସ୍ୟାମ ହରାଇ ବସିଥିବାର ଶୁଣିବାକୁ ମିଳୁଛି ଏବଂ ମାନସିକ ରୋଗର ଶିକାର ହୋଇଥିବାରୁ ତାଙ୍କୁ ଏବେ ମାନସିକ ସ୍ତରରେ ସୁଦୃଢ କରିବା ପାଇଁ ମାନସିକ ରୋଗ ବିଭାଗରେ ଭର୍ତ୍ତି କରାଯାଇଛି । ତେବେ ଦେଖାଯାଉ ଆଗକୁ ବିଦ୍ୟାଶ୍ରୀଙ୍କ ଅବସ୍ଥା କଣ ହେଉଛି ଏବଂ ଆଦିତ୍ୟଙ୍କୁ କେବେ ନ୍ୟାୟ ମିଳୁଛି ଓ ଏହାର ପଛରେ କାହାର ହାତ ରହିଛି ତାହା କେବେ ଜଣାପଡୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।