Exclusive Interview – ଛୋଟ ବେଳେ ଖନେଇ ଖନେଇ ଗୀତ ବୋଲୁଥିଲି, 9ବର୍ଷ ବୟସରେ ପ୍ରଥମେ ମଞ୍ଚ ଚଢିଥିଲି… ଏ ନେଇ କଣ କହିଲେ ଲିଟିଲ କର, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ମାନେ ଅନେକ ପ୍ରକାରର କଳାକାର ମାନଙ୍କର ଅନେକ ପ୍ରକାରର ପ୍ରତିଭା ମାନ ଦେଖିବାକୁ ପାଉଥିବେ | ତେବେ ଆଜି ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛି ସେ ଯେଉଛନ୍ତି ଜଣେ ସଂଗୀତ କାର, ଆଉ ଯିଏ କି ଜଣେ ମଞ୍ଚ କଳାକାର ଆଉ ମଞ୍ଚ ଉପରେ ସଂଗୀତ ପ୍ରଦର୍ଶନ କରିବା ହେଉଛି ତାଙ୍କର କାମ | ତାହା ସହିତ ଲିଟିଲ ଙ୍କର ଆହୁରି ଅନେକ କାର୍ଯ୍ୟ କରିବାକୁ ସେ ପସନ୍ଦ କରିଥାନ୍ତି ସେମିତିଟି ଓଡିଶୀ ଡାନ୍ସ, ଏକ୍ଟିଙ୍ଗ ଏହିଭଳି ଅନେକ କିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ତାଙ୍କ ମୁହଁରୁ ତାଙ୍କର ଏହି ଭଳି ପ୍ରତିଭା ପଛରେ ଥିବା ରାଜ ବିଷୟରେ ଜାଣିବା |

ତେବେ ଲିଟିଲ ଙ୍କର କହିବା କଥା କି ସଂଗୀତ ହେଉଛି ତାଙ୍କର ଜୀବନ ଆଉ ସେ ସଂଗୀତ କୁ ବହୁତ ଭଲ ପାଇଥାନ୍ତି ସଂଗୀତ ଛଡା ସେ ଆଉ କାହା ପ୍ରତି ମଧ୍ୟ ମନ ବଳେଇ ପାରିବେ ନାହିଁ | ତେବେ ସଂଗୀତ ସହିତ ସେ ଜଣେ ଭଲ ଓଡିଶୀ ଡାନ୍ସର ମଧ୍ୟ ଆଉ ସେ ଅଭିନୟ କରିବାକୁ ମଧ୍ୟ ବହୁତ ଅଧିକ ପସନ୍ଦ କରିଥାନ୍ତି | ସଂଗୀତରେ ଥିବା ଯାଦୁ ତାଙ୍କୁ କିମିଆ କରିଛି | ଆଉ ଯେଉଁଥିପାଇଁ ଜଣା ପଡିଛି କି ସଂଗୀତ ର ଯାଦୁ ରେ ସେ ମଞ୍ଚ ରେ ଅଭିନୟ କରିକି ବହୁତ ପ୍ରସଂଶା ମଧ୍ୟ ଅର୍ଜନ କରିଛନ୍ତି | ଆଉ ତାଙ୍କର କହିବା କଥା କି ଯେହେତୁ ସେ ଜଣେ କଳାକାର ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି ତେଣୁ ସେ କଳା କୁ ବହୁତ ଭଲ ପାଇଥାନ୍ତି |

ତେବେ ତାଙ୍କର ସଂଗୀତ ପ୍ରତି ଭଲ ପାଇବା ପିଲା ଦିନରୁ ରହି ଆସିଛି | ଆଉ ଯେଉଁଥିପାଇଁ ସେ ଯେତେବେଳେ ଛୋଟ ଥିଲେ ସେତେବେଳେ ଅମୃତଭଣ୍ଡା ର ନଳୀ ରେ ଗୀତ ଗାଉଥିଲେ ଆଉ ଯାହାକୁ ଦେଖିକି ତାଙ୍କର ମା ଜାଣି ପାରିଥିଲେ କି ଲିଟିଲ ଙ୍କର ସଂଗୀତ ପ୍ରତି ଆନ୍ତରିକତା ରହିଛି | ଆଉ ଯେଉଁଥିପାଇଁ ତାଙ୍କର ବାପା ଆଉ ମା ମିଶିକି ତାଙ୍କୁ ଗୀତ ଶିଖାଇବାକୁ ଗୁରୁଙ୍କ ପାଖକୁ ପଠାଇ ଥିଲେ | ଆଉ ଯାହା ଜଣା ପଡିଛି କି ତାଙ୍କର ମା ହେଉଛନ୍ତି ତାଙ୍କର ପ୍ରଥମ ଗୁରୁ |

ତେବେ ସେ ଯେତେବେଳେ 9 ବର୍ଷ ର ଥିଲେ ସେତେବେଳେ ପ୍ରଥମେ ଷ୍ଟେଜ ରେ ଅନୁରାଧ ପରୁଆଡ଼ ଙ୍କର ଏକ ଗୀତ ଗାଇ ସମସ୍ତଙ୍କର ପ୍ରସଂସାର ପାତ୍ର ହୋଇଥିଲେ ଲିଟିଲ | ତେବେ ତାଙ୍କର କହିବା କଥା କି କଳାକାର ମାନଙ୍କୁ କଷ୍ଟ କରିବାକୁ ପଡିଥାଏ, କୌଣସି ଜିନିଷ ଆମକୁ ସହଜରେ ମିଳି ନ ଥାଏ ସେଥିପାଇଁ ଆମକୁ ସାଧନା କରିବାକୁ ପଡିଥାଏ, ଆଉ ଶେଷରେ ଆମକୁ ସଫଳତା ମିଳିଥାଏ | ତେବେ ଲିଟିଲ ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment