Vastu Shastra – ଧନର ବୃଦ୍ଧି ପାଇଁ ଗୁରୁବାର ଦିନ କରନ୍ତୁ ଏହି ୪ଟି ଉପାୟ ? ଦେଖନ୍ତୁ ଚମତ୍କାର..

ବନ୍ଧୁଗଣ ଆମେ ଆମର ଧନ ବୃଦ୍ଧି ହେବାପାଇଁ ମା ଲଷ୍ମୀଙ୍କ ଆରାଧନା କରିଥାଉ |ମା ଲଷ୍ମୀ ଯଦି ଆପଣଙ୍କ ଉପରେ ପ୍ରସନ୍ନ ରୁହନ୍ତି ତେବେ ଆପଣଙ୍କ ଘର ଧନ ଧନ୍ୟରେ ପୁରି ଉଠିବ |ମା ଲଷ୍ମୀଙ୍କ ଅତି ପ୍ରିୟ ବାର ହେଉଛି ଗୁରୁବାର |ଏହି ଗୁରୁବାର ବାର ଦିନ ଆପଣ ମା ଲଷ୍ମୀଙ୍କୁ ପ୍ରସନ୍ନ କରିପାରିବେ |ଆପଣ କେବଳ ମା ଲଷ୍ମୀଙ୍କ ପୂଜା କଲେ ମା ପ୍ରସନ୍ନ ହୁଅନ୍ତି ନାହିଁ, ତାଙ୍କର ପୂଜା ସହ କେତେକ ନିୟମ ମଧ୍ୟ୍ୟ ମାନିବାକୁ ପଡିଥାଏ |ମା ଯଦି ଆପଣଙ୍କ ଉପରେ କୃପା କରନ୍ତି ଆପଣଙ୍କ ଘରେ ସବୁ ଦୁଃଖ ଦୂର ହୋଇଯିବ |

ଆପଣ ଶାନ୍ତିରେ ପରିବାର ସହିତ ଦିନ ବିତାଇବେ,ଏବଂ ଖୁସିରେ ରହିବେ |ମୁଁ ଆପଣଙ୍କୁ ଆଜି ଚାରୋଟି ଉପାୟ କଥା କହିବି, ଏହି ଚାରୋଟି ଉପାୟ ଆପଣ ଗୁରୁବାର ଦିନ କଲେ ଆପଣ ଘରେ ଧନର ବୃଦ୍ଧି ନିଶ୍ଚିତ ହେବ |ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ |ଆସନ୍ତୁ ଜାଣିବା ଏହି ଗୁଡିକ କଣ କଣ, କଣ କଲେ ଧନର ବୃଦ୍ଧି ହେବ |

1:-ଯେକୌଣସି ଗୁରୁବାର ଦିନ ଆପଣ ତିନୋଟି ଅଭିମନ୍ତ୍ରିତ ଗୋମୂଦି ଚକ୍ର, ତିନୋଟି ଧନ କାରକ ହଳଦିଆ କଉଡ଼ି ଓ ତିନୋଟି ହଳଦୀ ଗାଠକୁ ଏକା ସହ ମିଶି, କୌଣସି ଏକ ହଳଦିଆ କପଡ଼ାରେ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ |ଦେଖିବେ ଆପଣଙ୍କ ଘରେ ଧନର ବୃଦ୍ଧି ନିଶ୍ଚିତ ହେବ |ଦରିଦ୍ରତା ଆପଣଙ୍କୁ ଛୁଇଁ ପାରିବ ନାହିଁ, ଆପଣ ଖୁସିରେ ଜୀବନ ବିତାଇବେ |

2:-ଆପଣ ପ୍ରତ୍ୟେକ ଦିନ ତୁଳସୀ ଚଉରାରେ ପାଣି ଦଉଥିବେ ନିଶ୍ଚିତ |ପ୍ରତ୍ୟେକ ଗୁରୁବାର ଦିନ ଯଦି ଆପଣ ତୁଳସୀ ଚଉରା ମୂଳରେ କ୍ଷୀର ଅର୍ପଣ କରିବେ ତେବେ ଆପଣଙ୍କ ଘରେ ଧନର ବୃଦ୍ଧି ନିଶ୍ଚିତ ହେବ |ଆପଣଙ୍କ ଦରିଦ୍ରତା ଧୀରେ ଧୀରେ ଦୂର ହୋଇଯିବ |ଏହିପରି ଯଦି ଆପଣ କିଛି ଦିନ କରନ୍ତି ତେବେ ଆପଣଙ୍କ ଉପରେ ମା ଲଷ୍ମୀ ସର୍ବଦା ପ୍ରସନ୍ନ ରହିବେ |ଆପଣ ଘର ଧନ ଧାନ୍ୟରେ ପୁରି ଉଠିବ |

3:-ଗୁରୁବାର ଦିନ ପୁଷ୍ପ ନକ୍ଷତ୍ରରେ କଳା ହଳଦୀକୁ କାମାକ୍ଷା ସିନ୍ଦୁର ଓ ଗୁଗୁଲ ର ସିନ୍ଦୁର ଦେଇ ନାଲି କପଡ଼ାରେ ବାନ୍ଧି ଏକ ମୁଦ୍ରା ସହ ଏହାକୁ ନିଜ ଆଲମାରୀରେ ରଖାନ୍ତୁ |ଏହିପରି କିଛି ଦିନ କରନ୍ତୁ ଦେଖିବେ ଆପଣଙ୍କ ଘରେ ଧନର ବୃଦ୍ଧି ହେବ |ଅଭାବ ଧୀରେ ଧୀରେ ହୋଇଯିବ |

4:-ଯଦି ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ପାଣି ଢାଳି ଘିଅ ର ଦୀପ ଜଳାନ୍ତି ତେବେ ଆପଣ ଆପଣଙ୍କ ଜୀବନରେ କେବେବି ଧନର ଅଭାବ ଦେଖିବେ ନାହିଁ |ମା ଲଷ୍ମୀ ଆପଣଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ନିଶ୍ଚିତ ପକେଇବେ |
ଆପଣ ଏହି ଚାରୋଟି ଉପାୟ କରନ୍ତୁ ଦେଖିବେ ଆପଣଙ୍କ ଦୁଃଖ ଦୂର ହୋଇଯିବ, ଆପଣ ମା ଲଷ୍ମୀଙ୍କ କୃପାରୁ ଭଲରେ ରହିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment