ମାତ୍ର ୨ ମିନିଟରେ (ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା) ଭଲ ହୋଇଯିବ | Toothache Home Remedies

ବନ୍ଧୁଗଣ ଆଜିକାଲି ପ୍ରାୟ ସମସ୍ତେ ଘରେ ଦାନ୍ତ ଯନ୍ତ୍ରଣା ଜନିତ ସମସ୍ୟା ଅଧିକ ଦେଖାଗଲାଣି |ଏହି ଦାନ୍ତ ବିନ୍ଧା ହେଉଥିବା ବ୍ୟକ୍ତି ବହୁତ କଷ୍ଟ ପାଇଥାନ୍ତି |ଏଥିପାଇଁ ଆପଣ ଔଷଧ ଖାଇଲେ ମଧ୍ୟ ଆପଣକୁ ଅଳ୍ପ ସମୟ ପାଇଁ ଉପଶମ ମିଳିଥାଏ |କିନ୍ତୁ ମୁଁ ଆଜି ଆପଣକୁ ଏମିତି ତିନୋଟି ଘରୋଇ ଉପଚାର ବିଷୟରେ କହିବି, ଯାହାକୁ ବ୍ୟବହାର କଲେ ଆପଣଙ୍କ ଅତି ପୁରୁଣା ଦାନ୍ତ ଯନ୍ତ୍ରଣା ହୋଇଥିଲେ ମଧ୍ୟ୍ୟ ତାହା ସପୂର୍ଣ ଭଲ ହୋଇଯିବ |ତେବେ ଆସନ୍ତୁ ଜାଣିବା ଏହି ରିମିଡି ଗୁଡିକ କଣ ଓ ଏହାର ବ୍ୟବହାର କିପରି କରିବା |

ପ୍ରଥମ ରିମିଡ଼ି :-

ଏହି ରିମିଡି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣକୁ ହେଙ୍ଗୁର ଆବଶ୍ୟକତା ପଡିବ,ଆପଣ ଚାରିରୁ ପାଞ୍ଚ ଚିମୁଟା ହେଙ୍ଗୁ ପାଉଡର ନିଅନ୍ତୁ |ଏଥିରେ ଆପଣ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ,ଯେପରି ହେଙ୍ଗୁ ପାଉଡର ସହ ଏହି ଲେମ୍ବୁ ରସ ଭଲରେ ମିଶିଯିବ |ପରେ ଏହାକୁ ଗ୍ୟାସରେ 1 ରୁ 2 ମିନିଟ ଉଷମ କରାନ୍ତୁ,ଏହି ମିଶ୍ରଣ ହାଲକା ଉଷମ ଥିବା ସମୟରେ ଏହାକୁ ଏକ ତୁଳା ସାହାଯ୍ୟରେ ନେଇ ଆପଣଙ୍କର ଦାନ୍ତ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇ ଦିଅନ୍ତୁ |ଏହି ତୁଳାକୁ ଆପଣ ଏକ ଘଣ୍ଟା ପ୍ରଯ୍ୟନ୍ତ କାମୁଡି ରଖନ୍ତୁ, ଏହି ତୁଳା ପାଟିରେ ଥିବା ସମୟରେ ଆପଣ କୌଣସି ଖାଦ୍ୟ କିମ୍ବା ପାଣି ପିଅନ୍ତୁ ନାହିଁ |ଏକ ଘଣ୍ଟା ପରେ ଏହି ତୁଳାକୁ ଆପଣ ବାହାର କରିଦିଅନ୍ତୁ, ଦେଖିବେ ଆପଣଙ୍କର ଦାନ୍ତ ଯନ୍ତ୍ରଣା ସମ୍ପୂର୍ଣ ଭଲ ହୋଇଯିବ |

ଦ୍ୱିତୀୟ ରିମିଡି :-

ଏଥିପାଇଁ ଆପଣ ଗୋଟିଏ ପିଆଜ ନିଅନ୍ତୁ, ଏହାକୁ କାଟି ଗ୍ରାଇଣ୍ଡିଙ୍ଗ କରି ଏହାର ରସ ବାହାର କରନ୍ତୁ |ଏହି ରସକୁ ଆପଣ ଏକ ପାତ୍ରରେ ରଖନ୍ତୁ, ଏହି ପିଆଜ ରସରେ ତୁଳାକୁ ଭିଜାଇ ଅପଣଂକର ଯନ୍ତ୍ରଣା ହେଉଥିବ ସ୍ଥାନରେ ଏହାକୁ ରଖାନ୍ତୁ |ଏହି ସମୟରେ ଆପଣ ଖାଦ୍ୟ କି ପାଣି ପିଅନ୍ତୁ ନାହିଁ |ଏହାକୁ ଏକ ଘଣ୍ଟା ପ୍ରଯ୍ୟନ୍ତ ଦାନ୍ତରେ ଚାପି ରଖାନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ବିନ୍ଧା ଖୁବ ଶୀଘ୍ର ଭଲ ହୋଇଯିବ |

ତୃତୀୟ ରିମିଡ଼ି :-

ଏଥିପାଇଁ ଆପଣକୁ ପିଜୁଳି ପତ୍ରର ଆବଶ୍ୟକତା ରହିଛି, ଆପଣ ଦୁଇ ରୁ ତିନୋଟି ପିଜୁଳି ପତ୍ର ଏଥିପାଇଁ ନିଅନ୍ତୁ |ଯେତେବେଳେ ଆପଣଙ୍କ ଦାନ୍ତ ବିନ୍ଧା ହେଉଛି କିମ୍ବା ପାଟିରେ ଅନ୍ୟ କୌଣସି ପ୍ରକାର ସମସ୍ୟା ଦେଖା ଦେଉଛି, ସେହି ସମୟରେ ଆପଣ ଏହି ପତ୍ରକୁ ଚୁବାଇ ଖାଆନ୍ତୁ |ଏହାଦ୍ୱାରା ଆପଣ ପାଟିରେ ଥିବା ସମସ୍ୟା ଦୂର ହେବା ସହିତ ଆପଣଙ୍କ ଦାନ୍ତ ବିନ୍ଧା ମଧ୍ୟ କମିଯିବ |

ଆପଣ ଯଦି ପିଜୁଳି ପତ୍ର ଚୁବାଇ ପାରୁନାହାନ୍ତି ତେବେ ଆପଣ ଏକ ଗ୍ଲାସ ପାଣିରେ ପିଜୁଳି ପତ୍ର ପକାଇ ତାକୁ ପାଞ୍ଚ ରୁ ଦଶ ମିନିଟ ଫୁଟାନ୍ତୁ |ପରେ ଏହାକୁ ଥଣ୍ଡାକରି ଛାଣି ହାଲକା ଉଷମ ଥିବା ସମୟରେ ଏହି ପାଣିରେ କୁଳି କରନ୍ତୁ, ଏହା କରିବା ଦ୍ଵାରା ଆପଣଙ୍କ ଦାନ୍ତ ବିନ୍ଧା କମିଯିବା ସହିତ ପାଟିରେ ହେଉଥିବ ଓଲସର, ପଇରିଆ ଏବଂ ମାଢି ଫୁଲିବା ପରି ସମସ୍ୟାକୁ ଦୂର କରିଥାଏ |ଏହି ତିନୋଟି ରିମିଡି ମଧ୍ୟରୁ ଆପଣ କୌଣସି ବି ରିମିଡିକୁ ବ୍ୟବହାର କରିପାରିବେ, ଯାହା ଆପଣଙ୍କ ସମସ୍ତ ପାଟି ଜନିତ ସମସ୍ୟାକୁ ଦୂର କରିଦେବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment