Odisha News Portal

ଖୋଲିଲା ସ୍କୁଲ ମାଡିଲା କରୋନା ,ସ୍କୁଲ ଖୋଲିବା କୁ ନେଇ ମୋଦୀ ସରକାର ନେଇଛନ୍ତି ବଡ ନିଷ୍ପତି , ଏହି ମାସରୁ ଆରମ୍ଭ ହେବ ଶିକ୍ଷାବର୍ଷ…..

0 1

ଆପଣ ମାନେ ତ ଜାଣିଛନ୍ତି ଏବେ ସାରା ଦେଶରେ କରୋନା ମହାମାରୀର ପ୍ରଭାବ ବିସ୍ତାର କରିଛି , ଏହି ମହାମାରୀ ପାଇଁ ସାଧାରଣ ଜନତା ମାନେ ବହୁତ ହିଁ କ୍ଷତିଗ୍ରସ୍ତ ହୋଇ ସାରିଲେଣି । ଏହା ସହିତ ପିଲା ମାନଙ୍କର ପାଠ ପଢାରେ ମଧ୍ୟ ଏହି ମହାମାରୀ ବହୁତ ହିଁ ପ୍ରଭାବ ପକାଇଛି । ମାତ୍ର ଏହି ମହାମାରୀକୁ ରୋକିବା ପାଇଁ ଏବେ ପର୍ଯ୍ୟନ୍ତ ମଧ୍ୟ ଟୀକା ବାହାରି ନାହିଁ ମାତ୍ର ବହୁତ ଶୀଘ୍ର ତାହା ବାହାରିଯିବ । ତେବେ ଏଥିପାଇଁ ଆମର ଆର୍ଥିକ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି , ପିଲା ମାନଙ୍କର ପାଠ ପଢାରେ ବହୁତ ଅସୁବିଧା ମଧ୍ୟ ହେଉଛି ।

ମାତ୍ର ଧୀରେ ଧୀରେ ଏହାର ପ୍ରଭାବ କମ ରହିଥିବା ଦେଖି କେନ୍ଦ୍ର ସରକାର ସମସ୍ତ ନିତି ନିୟମରେ କୋହଳ କରିଛନ୍ତି ଏହା ସହିତ ସମସ୍ତ ରାଜ୍ୟର ସରକାରଙ୍କ ହାତରେ ନିଷ୍ପତ୍ତି ପ୍ରଦାନ କରିଛନ୍ତି କି ସେମାନେ କରୋନାର ପରିସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟରେ ସ୍କୁଲ ଖୋଲିବାର ନିଷ୍ପତ୍ତି ନେବେ ।

ତେବେ କେନ୍ଦ୍ର ସରକାରଙ୍କର ଏପରି ନିଷ୍ପତ୍ତିକୁ ଲକ୍ଷ୍ୟ ରଖି କେତେକ ରାଜ୍ୟରେ ହୁଏତ ସ୍କୁଲ ଖୋଲାଲାଣି । ତେବେ ଏହି ସ୍କୁଲ ଖୋଲିବା ପରେ ଏକ ବହୁତ ବଡ ଖବର ସାମ୍ନାକୁ ଆସିଛି , କାହିଁକିନା ସ୍କୁଲ ଖୋଲିବାର ତିନି ଦିନପରେ ଅନେକ ପିଲା ଏବଂ ଶିକ୍ଷକ ମାନେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା କି କେଉଁ ରାଜ୍ୟରେ ସ୍କୁଲ ଖୋଲିବାର ତିନି ଦିନ ପରେ କରୋନା ମହାମାରୀ ତାର ବିସ୍ତାର ଲାଭ କରିଛି ।

ଖେଲିଲା ସ୍କୁଲ ମାଡିଲା କରୋନା . ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବାର ତିନି ଦିନ ପରେ 262 ଜଣ ଛାତ୍ରଛାତ୍ରୀ ଏବଂ 160 ଜଣ ଶିକ୍ଷକ କରୋନା ପଜିଟିଭ । ତେବେ ସରକାରଙ୍କୁ ଏବେ ବଡ ଚିନ୍ତାରେ ପକେଇ ଦେଇଛି ଏହି ବ୍ୟାଡ ନ୍ୟୁଜ । ଚଳିତ ମାସରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଚିନ୍ତା କରୁଥିବା ସମୟରେ ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତା ଜନକ ଖବର । ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବାର ତିନି ଦିନରେ ଛାତ୍ର ଏବଂ ଶିକ୍ଷକ ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ପିଟିଆଇରୁ ମିଶିଥିବା ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରୁ 262 ଜଣ ଛାତ୍ର କରୋନା ପଜିଟିଭ ହୋଇଛନ୍ତି ବୋଲି କୁହାଯାଉଛି । ସେହିପରି 160 ଜଣ ଶିକ୍ଷକ ମାନେ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି ଏନେଇ ଆନ୍ଧ୍ରର ଗଣଶିକ୍ଷା ବିଭାଗ ଜଣେ ସରକାରୀ ସୂଚନା ପ୍ରଦାନ କରିଥିବା ପିଟିଆଇ ସୂଚନା ପ୍ରଦାନ କରିଛନ୍ତି ।

ନଭେମ୍ବର 2 ରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଆନ୍ଧ୍ରରୁ ସ୍କୁଲ ଖୋଲିଥିଲା । ଯାହା ଦ୍ୱାରା ଏହି କଥା ଏବଂ ଆନ୍ଧ୍ରର ସରକାରଙ୍କୁ ଚିନ୍ତା ଗ୍ରସ୍ତ କରିଛି । ଅନ୍ୟପଟେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତ ହୋଇଛନ୍ତି ସରକାର । ମାତ୍ର ବର୍ତ୍ତମାନ ସମୟରେ ପଡୋଶୀ ରାଜ୍ୟ ଏହି କଥାକୁ ନେଇ ଚିନ୍ତା ଗ୍ରସ୍ତ ହୋଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।