School ବିଲ୍ଡିଂ କଂକ୍ରିଟ ହାତ ଘୋଷି ଦେଲେ ଖସି ପଡୁଛି, ହଲେଇ ଦେଲେ ହଲେଇ ଯାଉଛି ଖୁଣ୍ଟ…ଦେଖନ୍ତୁ ଭିଡ଼ିଓ

ସରକାର ସବୁ କିଛି କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ଥାଆନ୍ତି। ସରକାରଙ୍କ ତରଫୁରୁ ହେଉଥିବା କାର୍ଯ୍ୟକୁ ବହୁ ମାତ୍ରାରେ ଓଭର ବ୍ରିଜ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ଆଦି କ୍ଷେତ୍ରରେ ଗୁରୁତ୍ୱ ଦେଇ ଥାଆନ୍ତି। ଯେଉଁ ସବୁ କାର୍ଯ୍ୟ କରା ଯାଇ ଥାଏ ସରକାର ସେହି କାର୍ଯ୍ୟ ପାଇଁ ଟଙ୍କା ପଠାଇ ଥାଆନ୍ତି। ଯାହା ଫଳରେ କି ଲୋକ ମାନେ ଅସୁବିଧାର ସମ୍ମୁଖିନ ହେବେ ନାହିଁ। ସରକାର ପଠାଉ ଥିବା ଟଙ୍କାକୁ ହଡପ କରି କୌଣସି ବି କାର୍ଯ୍ୟ ଠିକ ଭାବରେ ହୋଇ ପାରୁ ନାହିଁ। ସରକାରଙ୍କ ଅନୁସାରେ ଯେଉଁ ସବୁ କାର୍ଯ୍ୟ କରା ଯାଉଛି ଠକେଇ ଭାବରେ କାର୍ଯ୍ୟ କରା ଯାଉଛି। ସରକାରଙ୍କ ଯେଉଁ ସବୁ ସଂସ୍ଥା ମାନ ରହିଛି, ସେଥିରେ ମଧ୍ୟ ତ୍ରୁଟି ବ୍ୟୁଚିତ ଦେଖା ଯାଇ ଥାଏ। ଏଭଳି ଖବର ଟିଭି, ସମ୍ବାଦ ଠାରୁ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଘୃଣା ଅନୁଭବ କରିବେ। ତାହା ହେଉଛି ସ୍କୁଲର ଖୁଣ୍ଟକୁ ହାତରେ ଘଷି ଦେଲେ କଂକ୍ରୀଟ ଛାଡି ଯାଉଛି। ଯାହାକି ଏହା ଏକ ଅନ୍ୟାୟ ଭାବରେ କାର୍ଯ୍ୟ କରା ଯାଇଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା

ଏଭଳି ଏକ ଘଟଣା ଭାଲୁ ଡୁଙ୍ଗୁରୀ ପଞ୍ଚାୟତର ବଣାଇ ଅଞ୍ଚଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି ଅଞ୍ଚଳରେ ଏକ ହାଇସ୍କୁଲ ତିଆରି କରିବା ପାଇଁ କାର୍ଯ୍ୟ ଚାଲିଛି। ହାଇସ୍କୁଲ କାର୍ଯ୍ୟ ପାଇଁ ଡିଏମ ଫଣ୍ଡରୁ ୧ କୋଟି ୨୦ ଲକ୍ଷ୍ୟ ଟଙ୍କାର କାମ ଆସିଛି। କିନ୍ତୁ ସମାଜର ଅସଭ୍ୟ ଲୋକ ମାନେ ସରକାରଙ୍କ ତରଫୁରୁ ଆସୁ ଥିବା ଟଙ୍କା ସବୁ ହଡପ କରି ରଖି ଦେଉଛନ୍ତି। ଯାହା ଫଳରେ କି ସ୍କୁଲ ତିଆରି କାର୍ଯ୍ୟକୁ ମଧ୍ୟ ନିମ୍ନମାନର କାର୍ଯ୍ୟ କରୁଛନ୍ତି। ସ୍କୁଲକୁ ଏଭଳି ଭାବରେ ତିଆରି କରା ଯାଇଛି ଯେ, ସ୍କୁଲର ସବୁ ଖୁଣ୍ଟ ଗୁଡିକର ସିମେଣ୍ଟ ଓ ବାଲି ଝଡି ପଡୁ ଥିବାର ଦେଖିବା ପାଇଁ ମିଳିଥିଲା।

ତେବେ ଖୁଣ୍ଟ ଗୁଡିକୁ ହାତରେ ଘଷି ଛଡାଇ ଦେଲେ ଭୁଷୁ ଭୁଷୁ ହୋଇ ସବୁ ଗଳି ପଡୁଛି। ଏଥି ସହିତ ସ୍କୁଲର ସବୁ ଖୁଣ୍ଟ ମଧ୍ୟ ହଲି ଯାଉଛି ଓ ରଡ଼ ସବୁ ବାହାରକୁ ବାହାରି ଦେଖା ଯାଉଛି। ଏହି ଦୃଶ୍ୟକୁ ଦେଖି ସେହି ଅଞ୍ଚଳର ଗାଁ ଲୋକ ମାନେ ଖୁବ ଜୋର ଉତକ୍ଷିପ୍ତ ହୋଇ ଅଭିଯୋଗ କରିଥିଲେ। ତେବେ ବନ୍ଧୁଗଣ ଯଦି ଏଭଳି ନିମ୍ନମାନର କାର୍ଯ୍ୟ କରା ଯିବ ତା’ହେଲେ ବହୁତ ବଡ଼ ଅସୁବିଧା ସୃଷ୍ଟି ହେବ। ସେହି ଅଞ୍ଚଳର ଲୋକ ମାନେ ସ୍କୁଲ କାର୍ଯ୍ୟକୁ ସଠିକ ଭାବରେ ପୁଣି ଥରେ କରା ଯିବା ପାଇଁ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment