Odisha News Portal

ଛାତ୍ରଛାତ୍ରୀ ଙ୍କ ପାଇଁ ଆସିଲା ବଡ ଖୁସି ଖବର ! ଏହି ତାରିଖରେ ଖୋଲିବ 1 ରୁ ନବମ ସ୍କୁଲ ଏବଂ କଲେଜ , ! ସ୍କୁଲ କଲେଜ ରେ ପାଠପଢୁଥିଲେ ପୋଷ୍ଟି ନିଶ୍ଚିତ ପଢନ୍ତୁ….

ଆପଣ ମାନେ ଜାଣିଛନ୍ତି ଏବେ ଏହି କରୋନା ପାଇଁ ପ୍ରାୟ ନଅ ମାସ ଧରି ପିଲା ମାନଙ୍କର ସ୍କୁଲ ଓ କଲେଜ ବନ୍ଦ ରହିଥିଲା । ପିଲା ମାନେ ପାଠ ପଢାରେ ବହୁତ ଅସୁବିଧା ହୋଇଥିଲା ମାତ୍ର ଏବେ କରୋନାର ସ୍ଥିତିକୁ ଲକ୍ଷ୍ୟ କରି ସରକାର ଏବେ ସ୍କୁଲ ଖୋଲିବାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ସ୍କୁଲ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୋଲା ହେବ ନାହିଁ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀ ଅର୍ଥାତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ମାନଙ୍କର କଲେଜ ଏବଂ ସ୍କୁଲ ଖୋଲା ଯାଇଛି । ଏହା ବ୍ୟତୀତ ଏବେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାରଙ୍କର ତରଫରୁ ଏକ ନୂଆ କଥା ଜାରି ହୋଇଛି ।

ଘରୋଇ ସ୍କୁଲରେ ଲାଗୁ ହେବ ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କ ପାଇଁ 25 ପ୍ରତିଶତ ସିଟ ସଂରକ୍ଷଣ ରହିବ ଏବଂ ଇଡବ୍ଲ୍ୟୁ ଏସ କୋଟାରେ ସେମାନେ ଅନଲାଇନରେ ନାମ ଲେକାଇ ପାରିବେ ।

ଏହି ସୂଚନା ପ୍ରଦାନ କରିଛନ୍ତି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଘରୋଇ ସ୍କୁଲରେ ନାମଲେଖା ବ୍ୟବସ୍ଥା କରାଗଲେ ସଂରକ୍ଷଣରେ ସୁବିଧା ଆସିବ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବେ ବୋଲି ମଧ୍ୟ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଆସନ୍ତା ଶିକ୍ଷା ବର୍ଷରୁ ଓଡିଶାର ସମସ୍ତ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ଷ୍ଟ୍ରିମ ଖୋଲିବ ଏଣିକି ରାଜ୍ୟ ସରକାରଙ୍କର ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ପାଠ ପଢିବେ ଛାତ୍ରଛାତ୍ରୀ । ତେବେ ସରକାରୀ ଆଦର୍ଶ ବିଦ୍ୟାଳୟରେ ସଫଳତା ପରେ ଏହି ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଧ୍ୟ କହିଛନ୍ତି ।

ଆର୍ଥିକ ଅନଗ୍ରସରରେ ପିଲା ମାନେ ପାଠ ପଢିବା ପାଇଁ 25 ପ୍ରତିଶତ ସିଟ ସଂରକ୍ଷଣ ରଖିବାକୁ ବାଧ୍ୟ ହେବେ ଘରୋଇ ସ୍କୁଲ । ପୂର୍ବରୁ ଏହି ସଂରକ୍ଷଣ ବ୍ୟବସ୍ଥା ଥିଲେ ମଧ୍ୟ କିଛି ଘରୋଇ ସ୍କୁଲରେ ବିଭିନ୍ନ ଆଳ ଦେଖାଇ ଏହାକୁ ମାନୁ ନଥିଲେ । ମାତ୍ର ଏ ନେଇ ଏବେ ଅଭିଯୋଗ ଆସିବା ପରେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଥିଲାଗି ଗଣସିକ୍ଷା ବିଭାଗ ପକ୍ଷରୁ ଏକ ପୋର୍ଟାଲ ମଦ୍ୟ ପ୍ରସ୍ତୁତ କରାଯାଇଛି । ଏ

ହି ପୋର୍ଟାଲ ଜରିଆରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ନାମ ଲେକାଇବା ପାଇଁ ନାମ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ବିଦ୍ୟାଳୟ ଠାରୁ 1 କିମି ଦୂରରେ ଥିବା ଯୋଗ୍ୟ ଛାତ୍ରଛାତ୍ରୀ ଅନଲାଇନରେ ନାମ ଲେଖାଇ ପାରିବେ । ସେହିପରି 3 କିମି ରୁ 10 କିମି ଭିତରେ ଥିବା ପିଲା ମାନଙ୍କ ପାଇଁ ଲଟେରୀ ବ୍ୟବସ୍ଥା କରାଯିବ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହି ପୋର୍ଟାଲର ଲୋକାର୍ପଣ କରିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।