Odisha News Portal

ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବହୁତ ହିଁ ବଡ ଖବର, ସରକାର ଆଣିଲେ ନୂଆ ଯୋଜନା ଷ୍ଟୁଡେଣ୍ଟ ସେଫଟି ଇନସୁରାନ୍ସ ସ୍କିମ , ମିଳିବ ଏହି ବିଶେଷ ଫାଇଦା , ନିଶ୍ଚିତ ଜାଣି ରଖନ୍ତୁ…

ଆଜିର ସମୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ ଖବର , ଯାହା କି କରୋନା କାଳରେ ତାଙ୍କର ସୁରକ୍ଷା ପାଇଁ ସରକାର ଗ୍ରହଣ କରିଛନ୍ତି ଏକ ବହୁତ ହିଁ ବଡ ପଦକ୍ଷେପ । ଏବେ କିଛି ବଡ ଖବର ଆସିଛି ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ , ଯାହା ହେଉଛି କି ରାଜ୍ୟରେ ଥିବା ସମସ୍ତ ପ୍ରକାର ଶିକ୍ଷାନୁଷ୍ଟାନ ଯଥା ପ୍ରାଥମିକ , ଉଚ୍ଚ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଏବଂ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ବୀମା ଭୁକ୍ତ କରିବା ପାଇଁ ଷ୍ଟୁଡେଣ୍ଟ ସେଫଟି ଇନସୁରାନ୍ସ ସ୍କିମ ପ୍ରଚଳନ କରାଯିବ । ତେବେ ଏହି ଷ୍ଟିଟେଣ୍ଡ ସେଫଟି ଇନସୁରାନ୍ସ ସ୍କିମ କଣ ଏବଂ ଏହା ଦ୍ୱାରା ପିଲା ମାନଙ୍କୁ କଣ ଲାଭ ମିଳିବ ସେ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ ।

ତେବେ ଏହା ସହିତ ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି କରୋନା ପାଇଁ ଏବେ ସମସ୍ତ ରାଜ୍ୟରେ ସ୍କୁଲ , କଲେଜ ବନ୍ଦ ରହିଛି ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ । ରାଜ୍ୟରେ ଥିବା ସମସ୍ତ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଟାନ ଯଥା ପ୍ରାଥମିକ , ଉଚ୍ଚ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଏବଂ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ ରତ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ବୀମା ଭୁକ୍ତ କରିବା ପାଇଁ ଷ୍ଟିଡେଣ୍ଟ ସେଫଟି ଇନସୁରାନ୍ସ ସ୍କିମ ପ୍ରଚଳନ କରାଯାଇଛି ।

ସେହି ଅନୁସାରେ ପ୍ରାଥମିକ , ଉଚ୍ଚ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଏବଂ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ମାନଙ୍କ ଠାରେ ଶିକ୍ଷାର୍ଥୀ ମାନଙ୍କ ପାଖରୁ 2 ଟଙ୍କା ଆକାରରେ ରାଶି ଆଦାୟ କରାଯାଇ ତାହାକୁ ପୈଠ କରାଯାଉଛି । ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଏବଂ ଜିଲ୍ଲା ଶିକ୍ଷା ପ୍ରତିଷ୍ଟାନର ବିଦ୍ୟାର୍ଥୀଙ୍କ ଠାରୁ 3 ଟଙ୍କା ଲେଖାଏଁ ବୀମା ରାଶି ଆଦାୟ କରାଯାଇ ପୈଠ କରାଯାଉଛି । ରାଜ୍ୟର ଏହି ସ୍କୁଲ ଗୁଡିକରେ ମୋଟ 21,28,246 ଜଣ ଛାତ୍ରଛାତ୍ରୀ ଅଧ୍ୟନୟ କରୁଥିବା ବେଳେ ତାମଧ୍ୟରୁ 8,84,499 ଜଣ ବୀମା ଭୁକ୍ତ ହୋଇଛନ୍ତି ।

ବିଧାନ ସଭାରେ ବିଧାୟକ ସୁଧିର ସାମଲଙ୍କ ଲିଖିତ ପ୍ରଶ୍ନ ଉତ୍ତରରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ତଥ୍ୟ ପ୍ରଦାନ କରିଛନ୍ତି । ତେବେ ଛାତ୍ରଛାତ୍ରୀ ମାନଙ୍କୁ କେମିତି ସୁରକ୍ଷା ପ୍ରଦାନ କରିଯିବ ସେଥିପାଇଁ ଷ୍ଟିୁଡେଣ୍ଟ ସେଫଟି ସ୍କିମ ଲଞ୍ଚ କରାଯାଇଛି । ଯେଉଁଥିରେ କି ପ୍ରାଥମିକ , ଉଚ୍ଚ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଏବଂ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ମାନଙ୍କ ଠାରେ ଶିକ୍ଷାର୍ଥୀ ମାନଙ୍କ ପାଖରୁ 2 ଟଙ୍କା ଏବଂ ମାଧ୍ୟମିକ ଛାତ୍ରଛାତ୍ରୀ ମାନଙ୍କ ଠାରୁ 3 ଟଙ୍କା ବୀମା ରାଶି ଆକାରରେ ଗ୍ରହଣ କରାଯିବ । ଯାହା ଦ୍ୱାରା ଆପଣ ମାନଙ୍କୁ ମିଲିବ ଷ୍ଟିଡେଣ୍ଟ ସେଫଟି ଇନସୁରାନ୍ସ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।