ବର୍ତ୍ତମାନ ସମୟରେ ସାରା ବିଶ୍ବ ର ସମସ୍ତ ଦେଶ ନିଜକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି । ତେବେ ଆଜିର ଏହି ଯୁଗକୁ ତ ଇଣ୍ଟରନେଟ୍ ର ଯୁଗ , କମ୍ୟୁଟରର ଯୁଗ ବୋଲି କୁହାଯାଏ । କିନ୍ତୁ କଣ ବର୍ତ୍ତମାନ ଏହି ଅତ୍ୟାଧୁନିକ ଟେକନୋଲୋଜି ର ଦୁନିଆଁ ରେ ମଧ୍ୟ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ଯେକୌଣସି ସ୍ତରରେ ଥିଲେ ମଧ୍ୟ ନାରୀ ସୁରକ୍ଷିତ ନୁହେଁ , କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ହୋଇ ଏ ଦୁନିଆରେ ଜନ୍ମ ଗ୍ରହଣ କରିଛି ।
ଆଜି ଆମ ସମାଜର ଯୁବପିଢି ମାନେ ଭୁଲି ଯାଇଛନ୍ତି ସେମାନଙ୍କର ମାନବିକତା , ଲିଭି ଯାଇଛି ସେମାନଙ୍କର ମଣିଷଶ୍ବ ଏବଂ ହଜି ଯାଇଛି ସେମାନଙ୍କର ବିବେକ ପଣିଆ । ଆଜି ସେମାନ ପଶୁ ସହିତ ସମାନ ହୋଇ ଯାଇଛନ୍ତି ।
ମଣିଷ ଜଗତକୁ ସମସ୍ତଙ୍କ ଠାରୁ ଶ୍ରେଷ୍ଠ କୁହାଯାଏ କାହିଁକି ନାଁ ତା ପାଖରେ ବିବେକ, ବୁଦ୍ଧି ତଥା ମାନବିକତା ରହିଛି କିନ୍ତୁ ଆଜି ସେହି ମଣିଷ ପଶୁତୁଲ୍ୟ କାମ କରୁଛି । ଆପଣ ମାନେ ପ୍ରତି ଦିନ ଖବର କାଗଜ, ଟେଲିଭିଜନ ଇତ୍ୟାଦିରେ ଦେଖୁଥିବେ ନାରୀ ନିର୍ଯ୍ୟାତନା, ଗଣଦୁଷ୍କର୍ମ ଭଳି ଅମାନବୀୟ ଘଟଣା ସବୁର ଶିକାର ହେଉଛନ୍ତି ନାରୀମାନେ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦୁଃଖଦ ଘଟଣା ବିଷୟରେ ଜଣେଇବାକୁ ।
ସୂଚନାଯୋଗ୍ୟ, , ଦିଲ୍ଲୀର ବାହାର ବିଦ୍ୟାଳୟରେ ଘଟିଛି ଏକ ଅତ୍ୟନ୍ତ ଲଜ୍ୟାଜନକ ଘଟଣା ଯାହା ଜାଣିଲେ ଆପଣଙ୍କର ଲୋମ ତାଙ୍କୁରି ଉଠିବ । ସେହି ବିଦ୍ୟାଳୟର ଜଣେ ଛାତ୍ର ଜଣେ ଛାତ୍ରୀର ବଳାତ୍କାର କରିଛି । ଏନେଇ ଛାତ୍ରୀର ପରିବାରଲୋକ ଥାନାରେ ଅଭିଯୋଗ କରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ସମସ୍ତଙ୍କ ସାମ୍ନାକୁ ଆସିଅଛି ।
ଛାତ୍ରୀଟିର ମାଁଙ୍କ କହିବା ଅନୁସାରେ ବୁଧବାର ଦିନ ତାଙ୍କର ଝିଅ ବିଦ୍ୟାଳୟରୁ ଫେରିବା ପରେ ତାର ଗୁପ୍ତାଙ୍ଗରେ କଷ୍ଟ ଏବଂ ଯନ୍ତ୍ରଣା ଅନୁଭବ କରିଥିଲେ ।ଏହାପରେ ସେ ମାଁଙ୍କୁ ଏ ବିଷୟରେ କହିବା ପରେ ତାର ପରିବାର ଲୋକେ ତାକୁ ଏକ ହସ୍ପିଟାଲରେ ଚିକିତ୍ସା କରିଥିଲେ । ଆଉ ଯେତେବେଳେ ଡାକ୍ତର କହିଲେ କି ଝିଅର ଦୁଷ୍କର୍ମ ହୋଇଛି ସେତେବେଳେ ସମସ୍ତଙ୍କ ହୋସ ଉଡିଯାଇଥିଲା । ଏହାପରେ ଝିଅଟୀକୁ ପଚାରିବାରୁ ଝିଅଟି କହିଥିଲା କି , ତାର ଶ୍ରେଣୀରେ ପଢ଼ୁଥିବା ଜଣେ ଯୁବକ ତା ସହ ଦୁଷ୍କର୍ମ କରିଛି ।
ଏହା ଜାଣିବା ପରେ ଝିଅଟିର ପରିବାରବର୍ଗ ସହ ସେଠାରେ ଅଧ୍ୟୟନ କରୁଥିବା ଅନ୍ୟ ପିଲାମାନଙ୍କର ପିତାମାତା ମିଶି ପ୍ରାୟ 50 ଜଣ ସେହି ବିଦ୍ୟାଳୟକୁ ଯାଇ ବିଦ୍ୟାଳୟର ମୁଖ୍ୟଙ୍କୁ ଏ ବିଷୟରେ ପ୍ରଶ୍ନ କରିଥିଲେ । ଏହାପରେ ପୋଲିସରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ପୋଲିସ ଏକ ବଳାତ୍କାର ଫାଇଲ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ଏଥିଲାଗି ବିଦ୍ୟାଳୟର ଶ୍ରେଣୀ ଗୃହ ମଧ୍ୟରେ ଲାଗିଥିବା ସିସି କ୍ୟାମେରାକୁ ଯାଞ୍ଚ କରିବ ବୋଲି ଜଣାପଡିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।