Odisha News Portal

SBI ମାନଙ୍କ ପାଇଁ ବହୁତ ବଡ ଖୁସିର ଖବର , ଏଣିକି ବ୍ୟାଙ୍କ ଆସିବ ଆପଣଙ୍କ ଘରକୁ ଜାରିହେଲା ଗୋଟିଏ ନମ୍ବର.. ଜାଣିରଖନ୍ତୁ

ଏସବିଆଇ ଗ୍ରାହକଙ୍କୁ ବହୁତ ବଡ ସୁବିଧା , ଆଉ କାଟିବାକୁ ପଡିବନି ବ୍ୟାଙ୍କର ଚକ୍କର କାରଣ ଏବେ ଗ୍ରାହକଙ୍କ ଘରେ ପହଞ୍ଚିବ ବ୍ୟାଙ୍କ । ଏସବିଆଇ ଗ୍ରାହକଙ୍କ ପାଇଁ ଖୁସିର ଖବର , ଏଣିକି ଘରେ ବସି ମିଳିବ ବ୍ୟାଙ୍କ ସହ ଜଡିତ ଅନେକ ସୁବିଧା । ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ବା ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଭେଟି ଦେଉଛି ଡେର ଷ୍ଟେପ ସର୍ଭିସ । ଯାହା ଦ୍ୱାରା ଏବେ ଏସବିଆଇର ଗ୍ରହକଙ୍କୁ ଏବେ ଟଙ୍କା ଉଟାଇବା ପାଇଁ ନା ଏଟିଏମ ଦଉଡିବାକୁ ପଡିବ ନା ହିଁ କ୍ୟାସ ଡିପୋଜିଟ ପାଇଁ ବ୍ୟାଙ୍କର ଚକ୍କର କାଟିବାକୁ ହେବ ।

ଅର୍ଥାତ ଏବେ ଷ୍ଟେଟ ବ୍ୟାଙ୍କର ଗ୍ରହକଙ୍କୁ କୋଣସି କାମ ପାଇଁ ଏବେ ଷ୍ଟେଟ ବ୍ୟାଙ୍କ ଉପରେ ଭରସା କରିବାକୁ ପଡିବ ନାହିଁ । ଏହି ସଂକ୍ରନ୍ତରେ ସୂଚନା ନିଜେ ଏସବିଆଇ ନିଜ ୱେବସାଇଟ ଏବଂ ଟ୍ୱିଟର ପେଜରେ ସେୟାର କରିଛି । ଏଥି ସହିତ ହିଁ ଏହି ସୁବିଧାର ଲାଭ ଉଠାଇବା ପାଇଁ ବ୍ୟାଙ୍କ ପାଖରୁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି ।

କେମିତି ପାଇବେ ଡୋର ଷ୍ଟେପ ବ୍ୟାକିଙ୍ଗର ସୁବିଧା

ବ୍ୟାଙ୍କର ମୋବାଇଲ ଆପ୍ଲିକେସନ ୱେବସାଇଟ କିମ୍ବା କଲ ସେଣ୍ଟର ଜରିଆପେ ଆପଣ ମାନେ ଏହି ଏସବିଆଇର ଡୋର ଷ୍ଟେପ ବ୍ୟାଙ୍କ ସର୍ଭିସ ପାଇଁ ରେଜିଷ୍ଟର କରିପାରିବେ । ଏହା ଛଡା କାର୍ଯ୍ୟ ଦିବସରେ ବ୍ୟାଙ୍କର ଟୋଲ ଫ୍ରି ନମ୍ବର 18001037188 କିମ୍ବା 18001213721 ରେ ଯୋଗାଯୋଗ କରି ଡୋର ଷ୍ଟେପ ବ୍ୟାକିଙ୍ଗ ସେବା ପାଇପାରିବେ ।

ତେବେ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ଜାଣିବା ପାଇଁ ଆପଣ ଏସବିଆଇର ଅଧିକାରୀକ ୱେବ ସାଇଟ https://bank.sbi/dsb କୁ ବିଜିଟ କରି ମଧ୍ୟ ପାଇପାରିବେ । ଆପଣ ଚାହିଁଲେ ବ୍ୟାଙ୍କର ଶାଖାକୁ ଯାଇ ମଧ୍ୟ ଏହି ସୁବିଧାର ଲାଭ ସଂପର୍କରେ ସମସ୍ତ ସୂଚନା ପାଇପାରିବେ ।

ସାଧାରଣତଃ ଏସବିଆଇରେ ସର୍ବନିମ୍ନ 1000 ଏବଂ ସର୍ବାଧିକ 20000 ଟଙ୍କା ନଗଦ ଉଠାଇବାର ନିୟମ ରହିଛି । ତେବେ କ୍ୟାସ ୱିଡ୍ରାଲ ପାଇଁ ରିକ୍ୱେଷ୍ଟ ପଠାଇବା ପୂର୍ବରୁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣର ବାଲାନ୍ସ ରହିଥିବା ନିତାନ୍ତ ଜରୁରୀ । ଯଦି ଆଫଣଙ୍କର ଖାତାରେ ଏତିକି ପରିମାଣର ଟଙ୍କା ନଥିବ ତେବେ ଆପଣଙ୍କର ଟ୍ରାନଜାକସନ ବ୍ୟାଙ୍କ ପକ୍ଷରୁ କ୍ୟାନସେଲ କରିଦିଆଯିବ ।

ଡୋର ଷ୍ଟେପ ବ୍ୟାକିଙ୍ଗ ସର୍ଭିସ କଣ

 ଡୋର ଷ୍ଟେପ ବ୍ୟାକିଙ୍ଗ ସର୍ଭିସ ଜରିଆରେ ଟଙ୍କା ଜମା କରିବା , ଟଙ୍କା ଉଠାଇବା ଏବଂ ଜମା କରିବା ଜୀବନ ପ୍ରମାଣ ପତ୍ର ନେବା ଏମିତି ଅନେକ ସୁବିଧା ଗ୍ରାହକ ମାନେ ନିଜ ଘରେ ବସି ପାଇପାରିବେ । ତେବେ ଏହି ସୁବିଧା 70 ବର୍ଷରୁ ଉଦ୍ଦ୍ୱ ବୟସ୍କ ବ୍ୟକ୍ତି , ଦିବ୍ୟାଙ୍ଗ ତଥା ଶାରିରୀକ ଅକ୍ଷମ ଥିବା ବ୍ୟକ୍ତି ବିଶେଳକଙ୍କ ପାଇଁ ହିଁ ସହାୟକ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।