Odisha News Portal

ସବୁଠୁ ବଡ ଖବର ପରୀ ମା ସହିତ ଫୋନ କରି କଥା ହେଲେ ନିର୍ଭୟା ଓକିଲ ସୀମା ! କହିଲେ ମା, ତୁମେ ବ୍ୟସ୍ତ ହୁଅନା ପରୀ ଙ୍କୁ ମୁଁ ନିଶ୍ଚିତ ନ୍ୟାୟ ଦେବି ! ଏପରି ଓକଲି ପାଇଁ ହୃଦୟରୁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ?

5 ବର୍ଷର ପରୀ ହତ୍ୟା ମାମଲାକୁ ନେଇ ଆସିଛି ଏକ ନୂଆ ଟୁଇଷ୍ଟ । ପରୀ ହତ୍ୟା ମାମଲା ରେ ନିର୍ଭୟା ଓକିଲ ସୀମା ନିଜେ ପରୀ ମା ଙ୍କ ସହିତ ଫୋନ ରେ କଥା ହେଇଛନ୍ତି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ରାଜ୍ୟ ରାଜନୀତି ପର୍ଯ୍ୟନ୍ତ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି କୁନି ପରୀର ମୃତ୍ୟୁ ମାମଲା । ତେବେ ପରି କେସ ଦିନ କୁ ଦିନ ଭିନ୍ନ ମୋଡ଼ରେ ପହଂଚି ଗଲାଣି । 5 ବର୍ଷ ଶିଶୁ କନ୍ୟାର ହତ୍ୟାକୁ 5 ମାସ ରୁ ଉର୍ଦ୍ଧ ସମୟ ହୋଇ ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ପ୍ରକୃତ ଦୋଷୀ ସାମ୍ନାକୁ ଆସିଲା ନାହିଁ ।

ତେବେ ବହୁ ଚର୍ଚିତ ପରୀ ହତ୍ୟା ମାମଲାରେ ନିର୍ଭୟା ଓକିଲ ସୀମା ନିଜେ ପରୀ ମାଁଙ୍କ ସହିତ ଫୋନରେ କଥା ହୋଇଛନ୍ତି I ଆଉ ଏନେଇ ନିଜେ ଆଇନଜୀବୀ ସୀମା ସୂଚନା ଦେଇଛନ୍ତି I

ନିକଟରେ ସୋସିଆଲ ମିଡିଆରେ ପରୀ କେସ ସୀମା ଲଢନ୍ତୁ ବୋଲି ଅନୁରୋଧ ହେଉଥିଲା ଏପରିକି ଏହାକୁ ନେଇ ସମ୍ବିତ ନନ୍ଦ ସୀମା ଙ୍କୁ ଟ୍ୱିଟ କରିଥିବା ବେଳେ ,କେସ ର ସବିଶେଷ ତଥ୍ୟ ମାଗିଥିଲେ ନିର୍ଭୟା ଙ୍କ ଓକିଲ I

ଆଉ ଏହାସହିତ ସମାଜସେବୀ ଶିବ ଶଙ୍କର ସ୍ୱାଇଁ ଲଗାତାର ନିର୍ଭୟାଙ୍କ ଓକିଲ ସୀମାଙ୍କ ସହିତ ଏନେଇ ଯୋଗାଯୋଗରେ ଅଛନ୍ତି । ତେବେ ପରୀ କିଭଳି ନ୍ୟାୟ ପାଇବ ସେଥିପାଇଁ କିଛି ବୁଦ୍ଧିଜୀବୀ ଏବଂ ଯୁବବର୍ଗ ସବୁପ୍ରକାର ପ୍ରୟାସ ଜାରି ରଖିଛନ୍ତି । ପରୀ କେସର ସବିଶେଷ ତଥ୍ୟ ଯୋଗାଡ଼ କରି ଏହା ଉପରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛନ୍ତି ନିର୍ଭୟାଙ୍କ ଓକିଲ ସୀମା I ଆଉ ଗତକାଲି ଶିବଶଙ୍କରଙ୍କ ମାଧ୍ୟମରେ ପରୀ ମାଙ୍କ ସହିତ ଫୋନରେ କଥା ହେଇଛନ୍ତି ସୀମା I

 

ସୀମା ସୂଚନା ଦେଇ ଲେଖିଛନ୍ତି, ବର୍ତ୍ତମାନ ପରୀ ପିତାମାତାଙ୍କ ସହ କଥା ହୋଇଛି ,ଏଭଳି ଅମାନୁଷିକ କାର୍ଯ୍ୟ କରିଥିବା ଅପରାଧୀଙ୍କୁ କିଭଳି ଯଥାଶୀଘ୍ର ଦଣ୍ଡ ଦିଆଯିବ ସେହି ପ୍ରୟାସ ଜାରି ରହିବ I ଜଷ୍ଟିସ ଫର ପରୀ ,ଏହାସହିତ ସେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟ୍ୟାଗ କରି ଲେଖିଛନ୍ତି ନବିନ ପଟ୍ଟନାୟକ ଜୀ ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଲଜ୍ଜାଜନକ I

ତେବେ ସୀମାଙ୍କ ଏପରି ଲେଖା ମାଧ୍ୟମରେ ବୟାନ ପରେ ଏବେ ପରୀ ମାଁଙ୍କ ମନରେ ଟିକେ ଆଶା ସଞ୍ଚାର ହୋଇଛି ଯେ ଝିଅ ଏଥର ନିଶ୍ଚିୟ ନ୍ୟାୟ ପାଇବ କାହିଁକିନା ତାଙ୍କୁ ନିର୍ଭୟାଙ୍କ ଓକିଲ ଆଶ୍ଵସନା ଦେଇଛନ୍ତି ଅର୍ଥ ନିହାତି ଦୋଷୀଙ୍କୁ ଦଣ୍ଡ ମିଳିବ I

ସୂଚନାଯୋଗ୍ୟ, ନିର୍ଭୟା ଘଟଣାରେ ଦୋଷୀଙ୍କ ଓକିଲ ଯେତେ ବାହାନା କରିଥିଲେ ମଧ୍ୟ ସୀମାଙ୍କ ଯୁକ୍ତି ଏବଂ ପ୍ରମାଣ ଆଗରେ ଶେଷରେ ହାର ମାନିଥିଲେ ଏବଂ ଦୋଷୀ ମାନଙ୍କୁ ଫାସୀରେ ଝୁଲା ଯାଇଥିଲା I

ଏହାପରେ ଏବେ ଯୋଉଠି ଅନ୍ୟାୟ ସୀମା ଲଂଘୁଛି ସେହିଠାରେ ସୀମାଙ୍କୁ ନ୍ୟାୟ ଦେବାକୁ ଅନୁରୋଧ ହେଉଛି I ତେବେ ପରୀ ଘଟଣାରେ ବର୍ତମାନ ସୁଦ୍ଧା ସୀମାଙ୍କ ପକ୍ଷରୁ ସକାରାତ୍ମକ ସୂଚନା ଆସିଛି ଯାହା ଜଣାପଡୁଛି ସେ ନିହାତି ପରୀ କେସ ଲଢ଼ିବେ ଏବଂ ପରୀକୁ ନ୍ୟାୟ ଦେବେ I

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।