Odisha News Portal

ହେ ଭଗବାନ ! ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ୍ ,ତାଙ୍କର ସୁସ୍ଥତା ପାଇଁ ଇଶ୍ବର ଙ୍କ ନିକଟରେ ପ୍ରାର୍ଥନା କରନ୍ତୁ……..

0 70

ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୃଦଘାତର ଶିକାର ହୋଇଛନ୍ତି । ସୌରଭ ସକାଲେ ଜିମ କରିବା ସମୟରେ ହଠାତ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ , ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଘରୋଇ ଡାକ୍ତର ଆସି ଚିକିତ୍ସା କରିଥିଲେ ମାତ୍ର ପରେ କୋଲକତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଡାକ୍ତର କହିଥିଲେ କି ତାଙ୍କୁ ମାଇଲ ହାର୍ଟ ଆଟାକ ଆସିଛି ବୋଲି । ତେବେ ପୂର୍ବରୁ ମଧ୍ୟ ସେ ଏମିତି ଅସୁସ୍ଥ ହୋଇଥିଲେ ମାତ୍ର ପରେ ସୁସ୍ଥ ହୋଇଯାଇଥିଲେ ।

ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସେ ସ୍ୱାଭାବିକ ସ୍ଥିତିକୁ ଆସିନାହାନ୍ତି , ଡାକ୍ତର ମାନେ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି । ଆଜି ସନ୍ଧ୍ୟାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇ ପାରେ ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ସମସ୍ତ ପ୍ରକାର ଟେଷ୍ଟ କରାଯାଇଛି , ଡାକ୍ତର ମାନେ କହିଛନ୍ତି କି ଭୟ କରିବାର କିଛି ନାହିଁ ।

ତେବେ କୋଲକାତାରେ ସୌରଭଙ୍କ ଅସୁସ୍ଥତା ନେଇ ଅତଙ୍କ ଖୋଳିଯାଇଛି । ତାଙ୍କର ଅସୁସ୍ଥି ପାଇଁ ବିଭିନ୍ନ ଯୁବ ସମାଜ ଏବେ ଅସୁସ୍ଥିରେ ପଡିଛନ୍ତି । ତାଙ୍କର ଅସୁସ୍ଥତାର କାରଣ କଣ ବୋଲି ଡାକ୍ତର ମାନେ ଏବେ ଯାଞ୍ଚ କରୁଛନ୍ତି । ତେବେ ତାଙ୍କର କୌଣସି ଉଦବେଗଜନକ କାରଣ ନାହିଁ ଡାକ୍ତର ମାନେ ସତ ଚେଷ୍ଟା କରୁଛନ୍ତି ଡାକ୍ତର ମାନେ ସମସ୍ତ ଅନୁସଙ୍ଗିକ ସମସ୍ତ ପରୀକ୍ଷା ଶେଷ କରିଛନ୍ତି ।

ସୌରଭ ଗାଙ୍ଗୁଲିଙ୍କର ଏପରି ହାର୍ଟ ଆଟାକ ପାଇଁ ସମସ୍ତ କ୍ରିକେଟ ଜଗତ ବହୁତ ଚିନ୍ତାରେ ରହିଛନ୍ତି । କାହଁକିନା ଏହା ପୂର୍ବରୁ ଭାରତର କ୍ୟାପନେଟ କପିଲଦେବଙ୍କୁ ମଧ୍ୟ ହାର୍ଟ ଆଟାକ ହୋଇଥିଲା ମାତ୍ର ପରେ ସେ ସୁସ୍ଥ ହୋଇଥିଲେ। ତେବେ ଏବେକା ସମୟରେ ସୌରଭ ଗାଙ୍ଗିଲିଙ୍କୁ ହାର୍ଟ ଆଟାକ ଆସିଛି । ତେବେ ଏପରି ଏକ କରୋନା ପରିସ୍ଥିତିରେ ଆଇପିଏଲକୁ ଆୟୋଜନ କରିବାରେ ତାଙ୍କର ବହୁତ ବଡ ହାତ ରହିଥିଲା ।

ତେବେ ସମସ୍ତେ ପ୍ରାର୍ଥାନ କରୁଛନ୍ତି କି ସୌରଭ ଗାଙ୍ଗୁଲି ଯେପରି ବହୁତ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ଏବଂ ପୁଣି ଥରେ କ୍ରିକେଟ ଦୁନିଆକୁ ଫେରି ଆସନ୍ତୁ । ଗାଙ୍ଗୁଲିଙ୍କର ଏପରି ଏକ ଖବର ଶୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଗାଙ୍ଗୁଲିଙ୍କୁ ଶୀଘ୍ର ସୁସ୍ଥ କରି ଦେବା ପାଇଁ ସେ ପ୍ରାର୍ଥନା କରିଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି । ଏହା ସହିତ ରାଜ୍ୟପାଳ ଜଗଦିଶ ଧନକର ମଧ୍ୟ ତାଙ୍କର ଏହି ଦୁଃଖଦ ଖବର କଥା ପଚାରି ବୁଝିଛନ୍ତି । ସେହିଠାରେ ବିସିସିଆଇର କେତେକ କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।