Odisha News Portal

ପ୍ରବଚନ ପାଇଁ ଚାଲିଚି ଭିତିରିଆ ପ୍ରସ୍ତୁତି ! ସାରଥି ଉପରୁ ଉଠିଲା କଟକଣା, ପୁଣି ପ୍ରବଚନ ଦେବେ କି ସାରଥି !

ବନ୍ଧୁଗଣ ଆପଣ ତ କେଲେଙ୍କାରି ବାବା ସାରଥୀ ଙ୍କୁ ଭୁଲି ନଥିବେ।ଏହି ବିବାଦୀୟ ବାବା ଜଣଙ୍କ ତାଙ୍କ କଳା କାରନାମା ପାଇଁ ବେଶ୍ ପରିଚିତ ହୋଇ ପାରି ଥିଲେ ଏବଂ ଲୋକ ଲୋଚନକୁ ମଧ୍ୟ ଆସିଥିଲେ। ଓଡିଶା ଇତିହାସରେ ସେ ଏଭଳି ଜଣେ ଚେହେରା ଯିଏକି ତାଙ୍କର ଏକ ଭିନ୍ନ ସାମ୍ରାଜ୍ୟ ପ୍ରତିଷ୍ଠା କରି ନିଜକୁ ଅଧିଷ୍ଠିତ କରିବାରେ ସଫଳ ହୋଇଥିଲେ। ବାବା ସାରଥୀ ଜଣେ ଏମିତି ବ୍ୟକ୍ତିତ୍ଵ ଥିଲେ ଯିଏକି ଭଣ୍ଡାମୀ ର ସବୁ ସୀମାକୁ ଶେଷରେ ଟପି ଯାଇଥିଲେ। କେନ୍ଦ୍ରାପଡ଼ା ରେ ସେ ତାଙ୍କର ଆଶ୍ରମର ସାମ୍ରାଜ୍ୟ କରି ପ୍ରବଚନ ଦେବାରେ ଲାଗିଥିଲେ।

ଠକାମୀ ର ସବୁ ସୀମା ପାର କରିଯିବା ପରେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଥିଲା। କିନ୍ତୁ ଏଥିରେ ତାଙ୍କର କିଛି ଭକ୍ତ ସନ୍ତୁଷ୍ଟ ହୋଇ ନଥିଲେ। ଏବେବି ସେମାନେ ସାରଥୀଙ୍କୁ ନିଜ ଭଗବାନ ଭାବି ପୂଜା କରୁଛନ୍ତି।ତେବେ ଏଣିକି ପ୍ରବଚନ ଦେଇ ପାରିବା ନେଇ କିଛି ଦିନ ତଳେ ବହୁ ଚର୍ଚ୍ଚିତ ସାରଥି ବାବା ଙ୍କୁ କୋର୍ଟ ଅନୁମତି ଦେଇଥିଲେ। ପ୍ରବଚନ ନିମିତ୍ତ ସାରଥୀଙ୍କୁ ଅନୁମତି ହାଇକୋର୍ଟ ଙ୍କ ଦ୍ଵାରା ମିଳିବା ପରେ ତାଙ୍କର ଭକ୍ତ ମଧ୍ୟ ବହୁତ୍ ଖୁସି ହୋଇଥିଲେ। କୋଭିଡ କଟକଣା ମାନି ପ୍ରବଚନ ଦେବାକୁ ସାରଥୀ ଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଏଥିରେ କୁହା ଯାଇଥିଲା କି ସର୍ବାଧିକ ଦୁଇ ଶହ ଲୋକଙ୍କୁ ନେଇ ସାରଥୀ ଏହି ପ୍ରବଚନ ଦେଇ ପାରିବେ।

ତେବେ ସୂଚନା ଅନୁଯାୟୀ ଗତ ୬ ବର୍ଷକାଳ ଜେଲ ଦଣ୍ଡ ଭୋଗିବା ପରେ ଗତ ଫେବୃଆରୀ ରେ ବାହାରକୁ ଆସିଛନ୍ତି ବାବା ସାରଥୀ।ଏବେ କୋର୍ଟ ଙ୍କ ପକ୍ଷରୁ ପ୍ରବଚନ ଦେବା ନିମନ୍ତେ ସାରଥୀ ଙ୍କୁ ଗ୍ରୀନ ସିଗ୍ନାଲ ମିଳିବା ପରେ ଏନେଇ ଜୋରଦାର ଭିତିରିଆ ପ୍ରସ୍ତୁତି ଚାଲିଛି ବୋଲି କୁହା ଯାଉଛି। କିନ୍ତୁ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ଏବଂ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି। କୁହା ଯାଉଛି କି ପ୍ରବଚନ କୁ ଆଳ କରି ପୁଣି ଥରେ ନିଜ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ସହିତ ନିଜର ପତିଆରାକୁ ସାରଥୀ ବିସ୍ତାର କରିବା ପାଇଁ ଚାହୁଥିବା ଏକ ସ୍ପଷ୍ଟ ଘଟଣା।

ପୁଣିଥରେ ସେ ତାଙ୍କର ଅନୈତିକ କାର୍ଯ୍ଯ କଲାପକୁ ଆରମ୍ଭ ନକରିବେ ତାହା କିଏ କହି ପାରିବ। ମହାମାରି କରୋନା ସଂକ୍ରମଣ ସମୟରେ ସାରଥିଙ୍କୁ ପ୍ରବଚନ ଅନୁମତି ଦିଆଯିବା ଭବିଷ୍ୟତ ରେ ବଡ଼ ଅସୁବିଧା ଛିଡା କରିବାର ଆଶଙ୍କା କୁ ଉଜ୍ଜୀବିତ କରୁଛି।ତେବେ ପ୍ରବଚନ ର ଆଳରେ ଲୋକଙ୍କ ବିଶ୍ୱାସ ସହ ସେ ଯଦି ପୁଣି ଖେଳିବେ ତେବେ ଲୋକଙ୍କ ପାଖରେ ବିଶ୍ବାସ ବୋଲି ଗୋଟିଏ ଜିନିଷ ରହିବନି। ଏହାଛଡ଼ା ସେ ପୁଣି ଠକାମୀ କରିବେ ନାହିଁ ବୋଲି କିଛି ଗ୍ୟାରେଣ୍ଟି ବି ନାହିଁ। ତେଣୁ ଏଥିପ୍ରତି ଲୋକେ ତାଙ୍କର ଭିନ୍ନ ଭିନ୍ନ ବିଚାର, ମତକୁ ବ୍ୟକ୍ତ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।