ଘୋଷଣା : ସରକାରୀ ସ୍କୁଲର ସମସ୍ତ ଛାତ୍ରୀଙ୍କୁ ପ୍ରତି ମାସରେ ମିଳିବ ଏକ ହଜାର ଟଙ୍କା…. ଦେଖନ୍ତୁ କଣ କଣ କରିବାକୁ ହେବ

ବର୍ତ୍ତମାନ ସରକାରୀ ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ରୀ ମାନଙ୍କ ପାଇଁ ସରକାର ଆଣିଛନ୍ତି ଏକ ଖୁସି ର ଖବର ଯାହା ଜାଣିଲେ ଆପଣ ସରକାର ଙ୍କର ପ୍ରଶଂସା କରିବେ। ଖୁବ ଶୀଘ୍ର ଲାଗୁ ହେବାକୁ ଯାଉଛି ସରକାର ଙ୍କ ପକ୍ଷରୁ ଏହି ନୂଆ ନିୟମ , ତେବେ ଏହି ନିୟମ ଅନୁସାରେ ଏଣିକି ଝିଅ ମାନ ଙ୍କୁ ଆଉ ପାଠ ପଢିବା ପାଇଁ ଟଙ୍କା ର ସମସ୍ୟା ହେବ ନାହିଁ। ଏବେ ଆଉ କୌଣସି ଝିଅ ନିଜର ଅର୍ଥନୈତିକ ସମସ୍ୟା ପାଇଁ ପାଠ ପଢା ଅଧା ରୁ ଛାଡ଼ିବା କୁ ହେବ ନାହିଁ। ତେବେ ସରକାର ଙ୍କର ଏହି ନିୟମ ଅନୁସାରେ ସରକାରୀ ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ରୀ ମାନଙ୍କୁ ମାସିକ ୧ ହଜାର ଟଙ୍କା ମିଳିବ। ତେବେ ଆସନ୍ତୁ ଜାଣିବା ଏହି ନୂଆ ନିୟମ ଟି ବିଷୟରେ।

ତେବେ ବନ୍ଧୁଗଣ ଏହି ନୂଆ ନିୟମ ଟି ତାମିଲନାଡୁ ର ସରକାର ତାଙ୍କର ଛାତ୍ରୀ ମାନଙ୍କ ପାଇଁ ଖୁବ ଶୀଘ୍ର ଏହି ନିୟମ କୁ ଲାଗୁ କରିବାକୁ ଯାଉଛନ୍ତି।ତେବେ ତାମିଲନାଡୁ ସରକାର ଙ୍କର ଏହି ନୂଆ ପ୍ରଶଂସନୀୟ ନିୟମ ଅନୁସାରେ ସରକାରୀ ବିଦ୍ୟାଳୟ ରେ ପଢ଼ୁଥିବା ସମସ୍ତ ଛାତ୍ରୀ ମାନ ଙ୍କୁ ମାସିକ ୧ ହଜାର ଟଙ୍କା ମିଳିବ ।ତେବେ ଏହି ନିୟମ ସରକାରୀ ବିଦ୍ୟାଳୟ ର ଷଷ୍ଠ ରୁ ଦ୍ଵାଦଶ ଶ୍ରେଣୀ ପଢ଼ୁଥିବା ସମସ୍ତ ଛାତ୍ରୀ ଙ୍କୁ ଏହି ନିୟମ ର ଫାଇଦା ଉଠାଇ ପାରିବେ। ଝିଅ ମାନଙ୍କ ର ଉଚ୍ଚ ଶିକ୍ଷା ଗ୍ରହଣ କରିବାକୁ ନେଇ ହେଉଥିବା ଅନେକ ସମସ୍ୟା କୁ ଦୃଷ୍ଟି ରେ ରଖି ତାମିଲନାଡୁ ର ସରକାର ଏହି ନିୟମ ଲାଗୁ କରିଛନ୍ତି।

ତେବେ ତାମିଲନାଡୁ ର ସରକାର ୨୦୨୨-୨୩ ଶିକ୍ଷା ବର୍ଷର ଛାତ୍ରୀ ମାନଙ୍କ ପାଇଁ ଏହି ନିୟମ ଲାଗୁ କରିଛନ୍ତି। ତେବେ ତାମିଲନାଡୁ ର ଅର୍ଥ ମନ୍ତ୍ରୀ ପି.ଟି. ରାଜନ ଏନେଇ ରାଜ୍ୟସଭା ରେ ମୁଁହ ଖୋଲିଥିଲେ, ତେବେ ଏହା ତାଙ୍କର ନୂଆ ବଜେଟ ରେ ମଧ୍ୟ ରଖାଯାଇଛି। ତେବେ ଏହି ନିୟମ ପାଇଁ ସରକାର ମୋଟ ୬୯୮ କୋଟି ଟଙ୍କା ବୟ ଅଟକଳ କରିଛନ୍ତି ଏବଂ ଏହି ଟଙ୍କା ଟି ଛାତ୍ରୀ ମାନଙ୍କ ର ବ୍ୟାଙ୍କ ଆକାଉଣ୍ଟ କୁ ସିଧାସଳଖ ପ୍ରତି ମାସରେ ୧୦୦୦ ଟଙ୍କା ଜମା ହେବ। ତେବେ ସରକାର ଙ୍କର ଏହି ନିୟମ ଅନୁସାରେ ପ୍ରାୟ ସମ୍ପୂର୍ଣ୍ଣ ରାଜ୍ୟ ର ୬ ଲକ୍ଷ ରୁ ଅଧିକ ଛାତ୍ରୀ ଲାଭବାନ ହେବେ।

ତେବେ ତାମିଲନାଡୁ ସରକାର ଙ୍କର ଘୋଷଣା ଅନୁସାରେ ସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ସମସ୍ତ ଛାତ୍ରୀଙ୍କୁ ସେମାନଙ୍କୁ ସ୍ନାନକ ଡିଗ୍ରୀ ଏବଂ ଡିପ୍ଲୋମା ଏବଂ ଆଇଟିଆଇ ପାଠ୍ୟକ୍ରମ ଅବାଧ ରୂପେ ଶେଷ କରିବା ପାଇଁ ପ୍ରତିମାସରେ ୧୦୦୦ ଟଙ୍କା ପ୍ରଦାନ କରାଯିବ।ତେବେ ଛାତ୍ରୀ ମାନେ ଏହି ମାସିକ ବୃତ୍ତି ପାଇବା ସହ ଅନ୍ୟ ଛାତ୍ର ବୃତ୍ତି ପାଇବା ରେ ମଧ୍ୟ ସକ୍ଷମ ହେବେ। ତେବେ ଏହି ସୂଚନା ଆସିବା ରେ ଲୋକମାନେ ସରକାର ଙ୍କର ଏହି ନିୟମ କୁ ଖୁବ ପ୍ରଶଂସା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment