Odisha News Portal

ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ; ଅଫିରେ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧି ପାରିବେ ନାହିଁ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦିନ କିଛିନା କିଛି ପରିବର୍ତ୍ତନ ଦେଖିବା ପାଇଁ ମିଳୁଛି। ଲୋକ ମାନଙ୍କର ଆବଶ୍ୟକତା କୁ ରଖି ସରକାର ଅନେକ ନିୟମ ପ୍ରଣୟନ କରୁଛନ୍ତି। ପାରମ୍ପରିକ ଭାବରେ ଯେଉଁ ନିୟମ ଚଳି ଆସୁଛି ସେଥିରେ ଲୋକମାଙ୍କର ଆବଶ୍ୟକତା କୁ ଦୃଷ୍ଟିରେ ରଖି କିଛି ମାତ୍ରାରେ ପରିବର୍ତନ ହେବାରେ ସରକାର ଚେଷ୍ଟା ଜାରି ରଖିଛନ୍ତି। ଯେପରି ଶିକ୍ଷା ବ୍ୟବସ୍ଥାରେ ପିଲାମାନଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ପାଠ୍ୟ କ୍ରମରେ ପରିବର୍ତ୍ତନ କରାଯାଏ। ସେହିପରି ସରକାରୀ ବ୍ୟବସ୍ଥା ରେ ପରିବର୍ତ୍ତନ ନିତ୍ୟାନ୍ତ ଜରୁରୀ ଅଟେ।

ତେବେ ବର୍ତମାନ ସମୟରେ ସରକାର ଏକ ବଡ ନିୟମ ଲାଗୁ କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ, ନିୟମ ଅନୁସାରେ ଆଉ ମନ ଇଚ୍ଛା କରି ପାରିବେ ନାହିଁ ଏହି ସବୁ କାମ , କଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ତେବେ ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ ଏଭିଳି ନିୟମ ପ୍ରଣୟନ କରିଛନ୍ତି

ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ପ୍ରତିବନ୍ଧକ ଲଗାଇଲେ ଜିଲ୍ଲାପାଳ ସମସ୍ତ ସରକାରୀ କର୍ମଚାରୀ ଅଫିସକୁ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧି ଆସି ପାରିବେ ନାହିଁ । ତେବେ ଯଦି କୌଣସି ସରକାରୀ କର୍ମଚାରୀ ଏହି ନିୟମକୁ ଅବମାନନା କରେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି। ଉତ୍ତର ପ୍ରଦେଶ ସମ୍ଭର ଜିଲ୍ଲାରେ ଜିଲ୍ଲାପାଳ ସମୀର ରଞ୍ଜନ ଏଭଳି ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ଏହା ପାଇଁ ସ୍ୱତନ୍ତ୍ର ଡ୍ରେସ କିମ୍ବା ୟୁନିଫର୍ମ ଆସି ନାହିଁ କିନ୍ତୁ ଖୁବ ଶୀଘ୍ର ଏହାର ଡ୍ରେସ ଆସିଯିବ ବୋଲି ନିର୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ସମୀର ରଞ୍ଜନ କହିଛନ୍ତି, କେବଳ ଅଳ୍ପ ସଂଖ୍ୟକ ସରକାରୀ କର୍ମଚାରୀ ଏହି ନିୟମ ମାନୁଥିବା ବେଳେ ଅଧିକାଂଶ କର୍ମଚାରୀ ପାର୍କ କୁ ଆସିଲା ଭଳି ରଙ୍ଗ ବେରଙ୍ଗ ର ପୋଷାକ ପିନ୍ଧି ପଳେଇ ଆସୁଛନ୍ତି। ଏଭଳି କରିବା ଦ୍ୱାରା ନିଜ କର୍ମ କ୍ଷେତ୍ରରେ ଅନେକ ଖରାପ ପ୍ରଭାବ ପଡୁଛି। ତେଣୁ କର୍ମଚାରୀ ମାନେ ନିଜର ଆନୁଷ୍ଠାନିକ ପୋଷାକ ପିନ୍ଧିବା ସହ ନିଜ କର୍ମ କ୍ଷେତ୍ର ପ୍ରତି ସଜାଗ ରହିବା ଆବଶ୍ୟକ। ଆନୁଷ୍ଠାନିକ ପୋଷାକ ପିନ୍ଧିବା ଦ୍ୱାରା ନିଜ ନିଜର କର୍ମ ପ୍ରତି କର୍ତ୍ତବ୍ୟ ବଢିଥାଏ।

ଜିଲ୍ଲାରେ ଯେତେ ଗୁଡିଏ ବିଭାଗ ରହିଛି , ଯଥା ଡାକ୍ତର ଖାନା, ପୋଲିସ ବିଭାଗ, ଶିକ୍ଷାନୁଷ୍ଠାନ ଗୁଡିକରେ ଏକକ ଆନୁଷ୍ଠାନିକ ପୋଷାକ ପିନ୍ଧିିବା ଆବଶ୍ୟକ। ଏଭଳି ନିୟମ ଆଗରୁ ମଧ୍ୟ କରାଯାଇଥିଲା କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିଲେ। ଆହୁରି ମଧ୍ୟ ସରକାରୀ ଅନୁଷ୍ଠାନ ଭିତରେ କୌଣସି ପ୍ରକାର ଧୂମ୍ରପାନ କରାଯାଇପାରିବ ନାହିଁ। ତେଣୁ ବର୍ତ୍ତମାନ ଜିଲ୍ଲାପାଳ ଏଭିଳି ନିଷ୍ପତ୍ତି ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏଭଳି ନିଷ୍ପତ୍ତି ନେବା ଦ୍ୱାରା କର୍ମ କ୍ଷେତ୍ରରେ କାମ କରିବା ପାଇଁ ଆଗ୍ରହ ପ୍ରକାଶ ବୋଲି ଜିଲ୍ଲାପାଳ ସମୀରରଞ୍ଜନ ସୂଚନା ଦେଇଛନ୍ତି। ତେଣୁ ଆଗକୁ ଦେଖାଯାଉ କଣ ହେଉଛି , ନିୟମ ପାଳନ କରିବେ କି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।