ସାରା ଓଡ଼ିଶାରେ ନିଆଁ ଭଳି ଭାଇରାଲ ହେଉଛି ଏହି ଛୋଟ ଛୁଆ ର ଭିଡ଼ିଓ… ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ…

ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ | ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣ ଖୁସି ହେବା ସହ ବର୍ତମାନ ର ପିଲା ଏତେ ବୁଦ୍ଧିମତି ବୋଲି ଆପଣ ବିଶ୍ୱାସ ମଧ୍ୟ୍ୟ କରିପାରିବେ ନାହିଁ | ମୁଁ ଆଜି ଆପଣକୁ ଏକ ଛୋଟ ଝିଅ ବିଷୟରେ କହିବି ଯାହାକୁ କି ତାର ବାପା ଗାଳି ଦେଈ ଆଶ୍ରମରେ ଛାଡ଼ିବା କଥା କହିବାରୁ ସେ କେମିତି ଅତି ଚତୁରତାର ସହ କଥା ସବୁ କହୁଛି,ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ୍ଣ ଖବର ବିଷୟରେ |

ଆମ ସମସ୍ତଙ୍କୁ ଛୋଟ ପିଲାମାନଙ୍କର ଗୁଲୁରୁ ଗୁଲୁରୁ କଥା ଶୁଣିବାକୁ ଭଲ ଲାଗେ |ସେମାନଙ୍କୁ କୌଣସି କଥାରେ ଡରିଦେଲେ ସେମାନେ ରାଗିଯାଇ ଅନେକ କଥା କହିଥାନ୍ତି |ଛୋଟ ପିଲାର ଏହି କଅଁଳ କଥା ସମସ୍ତଙ୍କ ମନକୁ କିଣି ନେଇଥାଏ |ପିଲାଟି ଠିକ କହୁଛି କି ଭୁଲ ସେ ବିଚାର ସେ କରି ନଥାଏ |ଏହି ପିଲା ମାନଙ୍କ କଥା ଯେତେ ସମୟ ଶୁଣିଲେ ମଧ୍ୟ୍ୟ ଆମକୁ ବୋର ଲାଗେନାହିଁ ବରଂ ସେଥିରୁ ବହୁତ ଆନନ୍ଦ ମିଳିଥାଏ |ଏହି ଘଟଣାଟିରେ ଜଣେ ଛୋଟ ପିଲା ପାଠ ପଢିବା ପାଇଁ ବସିଛି, ହେଲେ ସେ ପାଠ ପଢ଼ୁନାହିଁ |ତାକୁ ଡରେଇବା ପାଇଁ ତାର ବାପା ପାଠ ନପଢିଲେ ତାକୁ ଆଶ୍ରମରେ ନେଇକି ଛାଡି ଦେବ ବୋଲି କହିଛନ୍ତି |

ପିଲାଟି ଆଶ୍ରମ ଯିବା କଥା ଶୁଣି ବହୁତ ଡରି ଯାଇଛି ଆଉ ସେ କାନ୍ଦ କାନ୍ଦ ହୋଇ ସେ ଆଶ୍ରମ ଯିବନାହିଁ ବୋଲି କହୁଛି |ସେ ସେଠାରେ କେମିତି ଏକା ରହିବା ସେ ନେଇକି ତାର ଟେନସନ ଅଧିକ ବଢିଯାଇଛି, ଏହି ସମୟରେ କାନ୍ଦ କାନ୍ଦ ହୋଇ ତାର ବାପାଙ୍କୁ କହୁଛି ଯେ ସେ ସେଠାରେ ଏକା ରହିବ ନାହିଁ, ତା ସହ ତାର ଜେଜେବାପା କି ଜେଜେମାଙ୍କୁ ନେଇକି ଯିବ |ସେ ଆଶ୍ରମରେ ଏକା ରହିଲେ ସେଠାରେ ଦିଦି ପିଟିବେ ବୋଲି ତାର ବହୁତ ଡର |ପାଠ ନପଢିବାରୁ ତାର ବାପା ତାକୁ ବାଡ଼ି ଦେଖାଇ ଡରୁଛନ୍ତି ମଧ୍ୟ୍ୟ |ତାକୁ ପିଟିଲେ ସେ ତାର ବଡବାପା, ବଡ଼ମାଙ୍କୁ ଡାକିଦେବ ବୋଲିକହୁଛି |ଏହି ସମୟରେ କେହି ଆସିବେନି ବୋଲି କହିବାରୁ ସେ ଅଧିକ କାନ୍ଦି ଯାଉଛି |

ବାପାଙ୍କ କହିବା ଅନୁଯାୟୀ ପାଠ ନପଢିଲେ କେହିବି ତାଙ୍କୁ ଧରିବା ପାଇଁ ଆସିବେ ନାହିଁ, ପାଠ ପଢି ସୁନା ପିଲା ନହେଲେ କେହିବି ଭଲ ପାଇବେ ନାହିଁ |ପରେ ପୁଣି ସେ ତାର ଦିଦିକୁ ଡ଼ାକିବ ବୋଲି କହିଛି, ତାର ବାପା ତାକୁ ଗାଳି ଦେଈ କହୁଛନ୍ତି ଯେ ଦିଦି ତ ପାଠପଢି ସୁନା ପିଲା ହେଉଛି ହେଲେ ତୁମେ ଦୁଷ୍ଟମି କରୁଛ | ଏହି ସମୟରେ ସେ ସମସ୍ତଙ୍କୁ ଡ଼ାକିବ ବୋଲି କହିଛି ମାତ୍ର ତା ପାଖକୁ କେହି ଆସିବେନି କହି ତାଙ୍କୁ ଡରିଦିଆ ଯାଇଛି ପରେ ପିଲାଟି ଦୁଷ୍ଟାମୀ ନକରି ପଢିବା ପାଇଁ ବସିଛି |ପିଲାଟିର ଏହି ସୁନ୍ଦର ଭାବନା ଓ କଥା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment