Odisha News Portal

ସରକାରଙ୍କ ବଡ ଘୋଷଣା । ଯୌନକର୍ମୀଙ୍କୁ ମିଳିବ ମାଗଣା ରାସନ ସହ ଆର୍ଥିକ ସହାୟତା । ,ସେମାନଙ୍କ ପିଲାଙ୍କୁ ବି ମିଳିବ ସାହାଯ୍ୟ ……

ବର୍ତ୍ତମାନ ସାରା ବିଶ୍ବରେ ମହାମାରୀ କରୋନା ତାର ତାଣ୍ଡବ ରଚୁଛି । ଆଉ ଏଥିରୁ ବାଦ ପଡିନାହିଁ ଆମ ଦେଶ ଭାରତ । ଏହି କରୋନା ମହାମାରୀ ଯୋଗୁ ସରକାରଙ୍କର ଦ୍ବାରା ଜାରି ହୋଇଥିବା ଗାଇଡଲାଇନ୍ ଯୋଗୁ ଏବଂ ଲକଡାଉନ୍ ସଟଡାଉନ୍ କାରଣରୁ ଦେଶର ଲୋକାମାନଙ୍କର ଆର୍ଥିକ ପରିସ୍ଥିତି ବହୁତ ଶୋଚନୀୟ ହୋଇ ପଡିଛି । ଛୋଟ ବେପାରୀ ଠାରୁ ଆରମ୍ଭ କରି ଦିନମଜୁରୀଆ ଏବଂ ବିଭିନ୍ନ ଶିଳ୍ପ କଳକାରଖାନାରେ କାମ କରୁଥିବା କର୍ମଚାରୀ ମାନଙ୍କ ଅବସ୍ଥା ପୁରା ଦୟନୀୟ ହୋଇ ପଡିଛି । ସେମାନଙ୍କୁ ସରକାରଙ୍କ ତରଫରୁ ମହାମାରୀ ଆରମ୍ଭରୁ କୌଣସି ନା କୌଣସି ସହାୟତା ଯୋଗାଇ ଦିଆଯାଉଛି ।

କିନ୍ତୁ କୌଣସି ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଯୌନକର୍ମୀ ମାନଙ୍କ ପାଇଁ କିଛି ବି ସହାୟତା ରାଶି ଘୋଷଣା କରି ନାହାନ୍ତି । ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ସରକାର ତାଙ୍କ ରାଜ୍ୟରେ ଥିବା ସମସ୍ତ ଯୌନକର୍ମୀ ମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ।


ତେବେ ମହାରାଷ୍ଟ୍ର ସରକାରଙ୍କ ଘୋଷଣା ଅନୁଯାୟୀ ତାଙ୍କ ରାଜ୍ୟରେ ଥିବା 5,600 ଯୌନକର୍ମୀ ମାନଙ୍କୁ କରୋନା ମହାମାରୀ ଚାଲିଥିବା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବ । ଯୌନକର୍ମୀ ମାନଙ୍କୁ ମାସିକ ମୁଣ୍ଡପିଛା 5 କିଲୋଗ୍ରାମ ରାସନ ଦେବାକୁ ସରକାର ଘୋଷଣା କରିଥିବା ବେଳେ ମାସକୁ 5 ହଜାର ଟଙ୍କା ପ୍ରଦାନ କରାଯିବ । ଏହା ସହ ସେମାନଙ୍କ ପିଲାମାନେ ଅନଲାଇନରେ ପାଠ ପଢିବା ପାଇଁ ମାସିକ 2,500 ଟଙ୍କା ଦିଆଯିବ । ତେବେ ଦେଶରେ ଏଭଳି ଏକ ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିଥିବା ପ୍ରଥମ ରାଜ୍ୟ ହେଉଛି ମହାରାଷ୍ଟ୍ର ।


ତେବେ ଏକ ବେସରାକାରୀ ସ୍ୱେଚ୍ଛାସେବୀ ସଂଗଠନ କହିବା ଅନୁସାରେ, ଯୌନକର୍ମୀ ଭାବେ କାମ କରୁଥିବା ମହିଳା ମାନଙ୍କ ମଧ୍ୟରୁ 95 ପ୍ରତିଶତ ମହିଳାଙ୍କ ପାଖରେ ନା ଅଛି ଆଧାରକାର୍ଡ ନା ରାସନକାର୍ଡ । ଆଉ ଯଦି ଅନ୍ୟପଟେ ଦେଖିବାକୁ ଯିବା ତେବେ ଅଧିକାଂଶ ଯୌନକର୍ମୀଙ୍କ ପାଖରେ ବ୍ୟାଙ୍କ୍ ଖାତା ମଧ୍ୟ ନାହିଁ ।

ତେଣୁ ଏହି ଯୌନକର୍ମୀ ମାନଙ୍କୁ ସହାୟତା ରାଶି ଦେବା ପୂର୍ବରୁ ସରକାର ପ୍ରଥମେ ସେମାନଙ୍କର ପ୍ରକୃତ ଚିହ୍ନଟ କରିବାର ଆବଶ୍ୟକତା ରହିଛି । ସୂଚନା ଅନୁଯାୟୀ ଦେଶରେ ମହାରାଷ୍ଟ୍ର ରାଜ୍ୟ ହେଉଛି ସବୁଠାରୁ ଅଧିକ କରୋନାରେ ଆକ୍ରାନ୍ତ ବା ପ୍ରଭାବିତ ହୋଇଛି । ତେଣୁ ଏହି କ୍ରମରେ ଦେଖିବାକୁ ଗଲେ ମହାରାଷ୍ଟ୍ରରେ ଯୌନକର୍ମୀ ଭାବେ କାମ କରୁଥିବା ଲୋକଙ୍କ ହାତରେ କାମ ନାହିଁ । ଫଳରେ ସେମାନେ ଖାଦ୍ୟ ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଅକ୍ଷମ ହୋଇଛନ୍ତି ।

ଏହି କାରଣରୁ ଯୌନକର୍ମୀ ମାନେ ବମ୍ବେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଆଉ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ରାଜ୍ୟ ସରକାର ସେମାନଙ୍କ ପାଇଁ ମାଗଣା ରାସନର ବ୍ୟବସ୍ଥା କରିବା ସହ ସେମାନଙ୍କୁ ଆର୍ଥିକ ସହାୟତା ଏବଂ ସେମାନଙ୍କ ପିଲା ମାନଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଆଯାଉ । ତେଣୁ ଏସବୁକୁ ଆଖି ଆଗରେ ରଖି ମହାରାଷ୍ଟ୍ର ସରକାର ଏପର୍ଯ୍ୟନ୍ତ 5,600 ଯୌନକର୍ମୀ ଏବଂ ସେମାନଙ୍କର 1592 ପିଲାଙ୍କୁ ଚିହ୍ନଟ କରିଛନ୍ତି । ଚିହ୍ନଟ ପରେ ସେମାନଙ୍କୁ ଆଧାରକାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ଏକ ସ୍ୱେଚ୍ଛାସେବୀ ସଂଗଠନ କାମ କରୁଥିବା ମଧ୍ୟ ଜଣାପଡିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।