Odisha News Portal

ସର୍ବଶେଷରେ ଐଶ୍ୱର୍ଯ୍ୟ ରାୟ ନିଜ ମୋବାଇଲ କଭରରେ ଲେଖିଲେ କିଛି ଏପରି କି ଜୀଏବି Zoom କରିକି ଦେଖିଲା ହୋଇଗଲା ଆଶ୍ଚର୍ଯ୍ୟ,ଆପଣ ବି ଦେଖନ୍ତୁ

ସାଧାରଣତଃ ଆଜିର ଏହି ଡିଜିଟାଲ୍ ଯୁଗରେ ପ୍ରତ୍ୟେକଙ୍କ ହାତରେ ଗୋଟିଏ ସ୍ମାର୍ଟଫୋନ୍ ନିହାତି ଭାବରେ ରହିଥିବ । ତେବେ ସମସ୍ତଙ୍କୁ ନିଜ ଫୋନ୍ କୁ ସୁନ୍ଦର କରିବାରେ ଏକ ସଉକ୍ ରହିଥାଏ । ସେହିପରି ଫିଲ୍ମ ଷ୍ଟାର ମାନେ ବି ନିଜର ଫୋନ୍ ହେଉ ବା ଏସସିରିଜ୍ ରେ କିଛି ନାଁ କିଛି ନୂଆ ନିଶ୍ଚିତ ଭାବେ କରିଥାନ୍ତି । ମୋବାଇଲ୍ ଫୋନ୍ ଟି ସବୁଠୁ ବେଶୀ ଆଟ୍ରାକ୍ଟିଭ୍ ହୋଇଥାଏ ତାର ଫୋନ୍ କଭର୍ ରୁ, ସେଥିପାଇଁ ଆମେ ମାନେ ସବୁବେଳେ ଆମ ମାନଙ୍କ ର ଫୋନ୍ ପାଇଁ ଏକ ଭଲ କଭର୍ ଖୋଜିଥାଉ ।

ତେବେ ଏହିପରି ମଧ୍ୟ କରିଛନ୍ତି ମିସ୍ ୱାର୍ଲଡ ଐଶ୍ଵର୍ଯ୍ୟା ରାୟ ବଚ୍ଚନ, କିନ୍ତୁ ତାଙ୍କ ଫୋନ୍ କଭରରେ କିଛି ଅଲଗା ଦେଖିବାକୁ ମିଳିଛି । ଆଉ ଏହି କଥାକୁ ନେଇ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି, ତେବେ ତାଙ୍କ ଫୋନ୍ କଭରରେ ଏପରି କଣ ଅଛି ଯାହା ପାଇଁ ଏତେ ଚର୍ଚ୍ଚା ହେଉଛି । ଯେତେବେଳେ ଲୋକମାନେ ଏହାକୁ ଜୁମ୍ କରି ଦେଖିଲେ ତେବେ ଏପରି କିଛି ଦେଖିବାକୁ ମିଳିଥିଲା ।

ପୂର୍ବର ମିସ୍ ୱାର୍ଲଡ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ବଲିଉଡର ଜଣେ ବହୁ ପପୁଲାର୍ ଅଭିନେତ୍ରୀ । 1994 ମସିହାରେ ସେ ମିସ୍ ୱାର୍ଲଡର ମୁକୁଟ ଜିତିବା ପରେ ସାରା ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ସାରିଥିଲେ । ସାରା ଦୁନିଆ ତ ତାଙ୍କୁ ହୁସ୍ନ କି ମଲ୍ଲିକା କୁହନ୍ତି ଏବଂ ତାଙ୍କର ଫ୍ୟାନ୍ କେବଳ ଭାରତରେ ହିଁ ନୁହେଁ ସାରା ବିଶ୍ୱରେ ଅଛନ୍ତି । ଐଶ୍ଵର୍ଯ୍ୟା ହିଁ ଏକ ମାତ୍ର ଏମିତି ସେଲିବ୍ରିଟି ଯିଏ କି ପେପ୍ସି ଓ କୋକାକୋଲା ଦୁଇଟି ବ୍ରାଣ୍ଡର ପ୍ରମୋସନ୍ କରିଛନ୍ତି ।

ଏପର୍ଯ୍ୟନ୍ତ ମିସ୍ ୱାର୍ଲଡରେ ଐଶ୍ଵର୍ଯ୍ୟା ରାୟଙ୍କୁ ସବୁଠାରୁ ସୁନ୍ଦର ଭାବେ ଦୁଇ ଥର ସିଲେକ୍ଟ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେ 50 ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି ।

ତେବେ ଇତି ମଧ୍ୟରେ ତାଙ୍କର ଏକ ଫୋଟ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଆଉ ଯେଉଁ ଫୋଟଟି ସମସ୍ତଙ୍କୁ ବହୁ ଆଶ୍ଚର୍ଯ୍ୟ କରିଛି । ସୂଚନାଯୋଗ୍ୟ ଏହି ଫଟୋ ଟି ଏକ ଏୟାରପୋର୍ଟରେ ନିଆ ଯାଇଛି । ଯେତେବେଳେ କି ଐଶ୍ୱର୍ଯ୍ୟ ରାୟ ବଚ୍ଚନ ତାଙ୍କ ଝିଅ ସହ ବେଙ୍ଗାଲୁରୁ ଯାଉଥିଲେ ।

ଆଉ ଠିକ୍ ସେହି ସମୟରେ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧୀ ମାନେ ତାଙ୍କର ଫଟୋ ନେଉଥିଲେ ଏବଂ ଏହି ସମୟରେ ଏପରି ଏକ ଫଟୋ କ୍ୟାପଚର୍ ହୋଇଥିଲା ଯାହାକି ସବୁଠାରୁ ଅଲଗା ଥିଲା । ସୂଚନା ଅନୁସାରେ ଯେତେବେଳେ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଙ୍କ ଫଟୋ କ୍ୟାମେରା ରେ ନିଆ ଯାଉଥିଲା ସେହି ସମୟ ରେ ସେ ତାଙ୍କ ହାତରେ ନିଜର ଫୋନ୍ ଟି କୁ ଧରି ଥିଲେ । ଆଉ ଯେହେତୁ ହାତରେ ଫୋନ୍ ଟି ଧରିଥିଲେ ସେଥିପାଇଁ ତାଙ୍କ ଫୋଟ ସହିତି ତାଙ୍କ ଫୋନ୍ କଭର୍ ଟି ର ଫଟୋ ମଧ୍ୟ ଆସିଯାଇଥିଲା ।

ଆଉ ସେହି ଫଟୋ ଟି କୁ ଯେତେବେଳ ଯୁମ୍ କରି ଦେଖାଗଲା ସେଥିରେ କିଛି ଲେଖା ଥିବାର ଦେଖିବାକୁ ମିଳିଲା । ସେଥିରେ ARB ଲେଖା ହୋଇଥିଲା ଏବଂ ଯାହାର ଅର୍ଥ ହେଉଛି ଐଶ୍ଵର୍ଯ୍ୟା ରାୟ ବଚ୍ଚନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।