Odisha News Portal

ଲାଗୁ ହେଲା ନୂଆ ନିୟମ, କାମ କରୁନଥିବା ସରପଞ୍ଚଙ୍କୁ ଯେକୌଣସି ମୁହୂର୍ତ ରେ ଗାଦିରୁ ବିଦା କରି ପାରିବେ ଭୋଟର ଦେଖନ୍ତୁ ! ଆପଣଙ୍କ ମତାମତ କଣ ?

ତେବେ ବର୍ତ୍ତମାନର ସବୁଠୁ ବହୁତ ବଡ ଖବର । କାମ କରୁନଥିଲେ ସରପଞ୍ଚ ମାନଙ୍କୁ ଯେ କୌଣସି ମୂହୂର୍ତ୍ତରେ ବି ତାଙ୍କ ଗାଦିରୁ ବିଦା କରି ଦେଇ ପାରିବେ ସାଧାରଣ ଜନତା ବା ଭୋଟର ମାନେ । ତେବେ ଆପଣ ମାନେ ନିଶ୍ଚତି ଭାବରେ ଜାଣିଥିବେ ଯେ ଜଣେ ନେତାର ଭାଗ୍ୟ ଭୋଟର ମାନଙ୍କ ହାତରେ ଥାଏ , ସେମାନେ ହିଁ ନେତା ମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିଥାନ୍ତି ।ତେବେ ବର୍ତ୍ତମାନର ରାଜନେତା ମାନେ ଭୋଟ ପାଇବା ପାଇଁ କିଛି ବି କରି ପାରନ୍ତି ଆଉ ଥରେ ବିଜୟ ହେବା ପରେ ସେମାନେ ଜନତାଙ୍କୁ ଭୁଲି ଯାଇଥାନ୍ତି । ବିଶେଷ କରି ପଞ୍ଚାୟତ ସ୍ତରରେ କିଛି କିଛି ଜାଗାରେ ଦେଖିବାକୁ ମିଳୁଛି ଯେ ସରପଞ୍ଚ ମାନେ ନିର୍ବାଚନ ସରିବା ପରେ ଭୋଟରଙ୍କ କଥା ଶୁଣୁନାହାନ୍ତି । ଆଉ ଯାହା ଫଳରେ ଭୋଟରମାନେ କାନ ମୁଣ୍ଡ ଆଉଁସି ଚୁପଚାପ୍ ହୋଇ ରହିଥାନ୍ତି ପୁଣି ଆଗାମୀ ନିର୍ବାଚନରେ ଉଚିତ୍ ଜବାବ୍ ଦେବାପାଇଁ ।

କିନ୍ତୁ ବର୍ତ୍ତମାନର ସବୁଠୁ ବଡ ଖବର ହେଉଛି ଏବେ ଆଉ ଚୁପ ହୋଇ ରହିବାକୁ ପଡ଼ିବନି ଗ୍ରାମବାସୀ ମାନଙ୍କୁ ।କାରଣ କାମ କରୁନଥିବା ସରପଞ୍ଚଙ୍କୁ ଯେ କୌଣସି ମୁହୁର୍ତରେ ଗ୍ରାମବାସୀ ଚାହିଁଲେ ଗାଦୀ ତଢି ଦେଇ ପାରିବେ । ଏହିଭଳି ଏକ ବିଲ୍ ପାସ୍ ହୋଇଛି ହରିୟାନାରେ ।

ତେବେ ଏବେ କେବଳ ହରିୟାନା ସରକାର ଏହାକୁ ନେଇ ବିଧାନସଭାରେ ଏପରି ଏକ ବିଲ୍‌ ପାସ୍ କରିଛନ୍ତି । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଧରିଛି ଯେ ସରକାର ଏମିତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ପ୍ରାଥମିକ ସ୍ତରରୁ ଲୋକ ମାନଙ୍କର ଉନ୍ନତି କରିବା ପାଇଁ । ନିକଟରେ ଏହାକୁ ନେଇ ହରିୟାନା ସରକାର୍ ଏକ ବହୁତ ବଡ଼ ଉନ୍ନତି ମୂଳକ ଘୋଷଣା କରିଛନ୍ତି ।

ତେବେ ସରକାରଙ୍କ ସୂଚନା ଅନୁଯାୟୀ, ଯଦି କୌଣସି ପଞ୍ଚାୟତ ର ସରପଞ୍ଚ କାମ ରେ ଅବହେଳା କରନ୍ତି , ଲୋକଙ୍କ କଥା ନ ବୁଝନ୍ତି ତେବେ ସଂଗେ ସଂଗେ ସେହି ପଞ୍ଚାୟତର ଜନ ସାଧାରଣ ମାନେ ଏକାଠି୍ ହୋଇ ଏକ ଅବିଶ୍ୱାସ ପ୍ରସ୍ତାବ ସରପଞ୍ଚ ଙ୍କ ବିରୋଧରେ ଆଣି ପାରିବେ । ତେବେ ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ କଥା ହେଉଛି ଏଥିପାଇଁ କିନ୍ତୁ ପଞ୍ଚାୟତର ମୋଟ୍ ଭୋଟର୍ ର 33 ପ୍ରତିଶତ ଭୋଟର ସ୍ଵାକ୍ଷର କରିଥିବା ନିହାତି ଜରୁରୀ ।

ତେବେ ଏହାପରେ ଅର୍ଥାତ ସରପଞ୍ଚଙ୍କ ନାଁରେ ଅଭିଯୋଗ ଆସିବା ପରେ ଏହାକୁ ନେଇ ଗ୍ରାମରେ ଏକ ବୈଠକ ଡକାଯିବ ଏବଂ ଏଠାରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରାଯିବ ଏ ବିଷୟରେ । ଆଉ ଏହା ପରେ ସେହି ବୈଠକରେ ଏକ ଗୁପ୍ତ ଭୋଟିଂ କରାଯିବ ଭୋଟର୍ ମାନଙ୍କୁ ନେଇ । ଆଉ ଯେଉଁଠାରେ ସର୍ବନିମ୍ନ 33 ପ୍ରତିଶତ ଭୋଟର ଏହି ଭୋଟିଂ ରେ ସାମିଲ୍ ରହିବା ଆବଶ୍ୟକ ।

ତେବେ ଯେତିକି ସଂଖ୍ୟାରେ ଭୋଟର୍ ଏଥିରେ ଭାଗ ନେଇଥିବେ ସେହି ଭୋଟର ଯଦି 67 ପ୍ରତିଶତ ଗ୍ରାମବାସୀ ଉକ୍ତ ସରପଞ୍ଚଙ୍କ ବିପକ୍ଷରେ ଭୋଟ ଦିଅନ୍ତି ତେବେ ତାଙ୍କୁ ତାଙ୍କ ପଦବୀରୁ ବାହାର କରି ଦିଆଯାଇ ପାରିବ । ଲୋକଙ୍କ ସପକ୍ଷରେ ଯଦି ଭୋଟରଙ୍କ ମତ ନଯାଏ କିମ୍ବା ଲୋକଙ୍କ କଥା ଯଦି ଗ୍ରାମର ସରପଞ୍ଚ ନଶୁଣନ୍ତି ବା ତାଙ୍କର ଅସୁବିଧା ବିଷୟରେ ନ ବୁଝନ୍ତି ଏବେ ଗାଦିଚ୍ୟୁତ ହେବାକୁ ପଡିବ ସରପଞ୍ଚଙ୍କୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।