Odisha News Portal

ସରକାରଙ୍କ ବଡ ଚେତାବନୀ ! ଏଣିକି ଏହି 5ଟି ଜିନିଷ GOOGLE ରେ ସର୍ଚ୍ଚ କରିବା ସମ୍ପୂର୍ଣ୍ଣ ମନା, ନଚେତ ଯାଇପାରନ୍ତି ଜେଲ, ଗଣିପାରନ୍ତି ଏହି ମୋଟା ଅଙ୍କର ଫାଇନ୍…

0 27

ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ମାନେ ଇଣ୍ଟରନେଟର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ । ଇଣ୍ଟରନେଟ୍ ର ବ୍ୟବହାର କରି ଲୋକେ ସେମାନଙ୍କ କଳା ପ୍ରତିଭା ତଥା ଦେଶ ବିଦେଶର ଖବର ଜାଣିବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁ ନାହିଁ । ତେଣୁ ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ ର ବ୍ୟବହାର କରି କୌଣସି ବଡ଼ ଖବର କୁ କିମ୍ବା କୌଣସି ସାଧାରଣ ଘଟଣାକୁ ପ୍ରଚାର କରିବା କିମ୍ବା ଲୋକ ଲୋଚନକୁ ଆଣିବା ବେଶି କଷ୍ଟ ସାଧ୍ୟ ନୁହଁ।

ନିଜକୁ ଶିକ୍ଷିତ ଏବଂ ସର୍ବଶ୍ରେଷ୍ଠ ପ୍ରାଣୀ ର ଆଖ୍ୟା ପାଇବା ପରେ ମଣିଷ ଗୋଟିଏ ପ୍ରଶ୍ନ ର ଉତ୍ତର ପାଇବା ପାଇଁ ବହୁତ ଗୋଟାଏ ପୋଥି ଦେଖୁଥିଲା,ବହୁତ ସମୟ ନେଉଥିଲା ତା ପରେ ବହୁ କଷ୍ଟ ରେ ସେହି ପ୍ରଶ୍ନ ର ଉତ୍ତର ସରଳ ଭାବରେ ପାଉଥିଲା,କିନ୍ତୁ ବର୍ତ୍ତମାନ ମଣିଷ ନିଜର ଜ୍ଞାନ କୈଶଳ ଦ୍ବାରା ତାହାକୁ ସମାଧାନ କରିଦେଇଛି। ତାକୁ ଆଉ ଗୋଟିଏ ପ୍ରଶ୍ନ ର ଉତ୍ତର ପାଇଁ ବହୁ ପୋଥି ଦେଖିବାକୁ ପଡୁନାହିଁ କିମ୍ବା ବହୁ ସମୟ ମଧ୍ୟ ଲାଗୁ ନାହିଁ,କେବଳ ମାତ୍ର ଗୋଟିଏ କ୍ଲିକ୍ ରେ ସେ ତାହାର ସମସ୍ତ ପ୍ରଶ୍ନର ଉତ୍ତର ମାତ୍ର କିଛି ସେକେଣ୍ଡ ରେ ପାଇ ପାରୁଛି।

ହଁ ଆଜ୍ଞା କେବଳ ଗୁଗଲ ସର୍ଚ ଇଞିନ ସାହାଯ୍ୟ ରେ ମାତ୍ର କିଛି ସମୟରେ ନିଜର ପ୍ରଶ୍ନ ର ଉତ୍ତର ପାଇ ପାରୁଛି,କିନ୍ତୁ କଣ ଆପଣ ଜାଣନ୍ତି ଗୁଗଲ ସର୍ବଦା ଆପଣ ଙ୍କ ଉପରେ ନଜର ରଖୁଛି। ହଁ ଆଜ୍ଞା ଜାଣି ଆଶ୍ଚର୍ୟ୍ଯ ହେବେ ଆପଣ କଣ କରୁଛନ୍ତି, କୁଆଡେ଼ ଯାଉଛନ୍ତି ଏବଂ କାହା ସହିତ ମିଶୁଛନ୍ତି ସବୁର ଟିକିନିକି ଖବର ଗୁଗଲ ପାଖରେ ରହୁଛି।
ତେବେ କିଛି ଜିନିଷ ରହିଛି ଯାହାକୁ କେବେ ଗୁଗଲ ରେ ସର୍ଚ୍ଚ କରିବା କଥା ନୁହଁ। ତାହା ହେଲେ ଆସନ୍ତୁ ଜାଣିବା ସେ ଗୁଡିକ କଣ।

1. ଆତଙ୍କବାଦ ସମ୍ବନ୍ଧିୟ ତଥ୍ୟ ଯଥା ବମ୍ ବନେଇବା, ହତିଆର ସପ୍ଲାଏ କରିବା , କାରଣ ସବୁ ଦେଶର ପ୍ରଧାନମନ୍ତ୍ରୀ ଆତଙ୍କ ବାଦ କୁ ଅଟକାଇବା ପାଇଁ ଚେ଼ଷ୍ଟା ଚଳାଇଛନ୍ତି।

2. ନିଜର ନାମ, ଇମେଲ ଆଇଡି, ଫୋନ୍ ନମ୍ବର ଇତ୍ୟାଦି କୁ ସର୍ଚ୍ଚ କରିବା କଥା ନୁହଁ କାରଣ ଏହା ଦ୍ବାରା ଆପଣଙ୍କ ଡାଟା ଗୁଗଲ ରେ ସେଭ୍ ହେଇଯାଏ।


3. ଖାଦ୍ୟ ସମ୍ବନ୍ଧିୟ ପ୍ରଶ୍ନ ର ଉତ୍ତର ଯଥା କଣ ଖାଇଲେ ଡାଇବେଟିସ ହେବନାହିଁ, କାରଣ ଏହା ସମ୍ବନ୍ଧିୟ ଉତ୍ତର କିଛି ନାହିଁ। ଯାହା ଆସେ ସେ ଗୁଡିକ ଭୁଲ।

4. ନିଜ ରୋଗ ର ନିଜେ ଚିକିତ୍ସା କରିବା। ଯଦି ଆପଣ ଙ୍କ ଶରୀର ର କିଛି ଅସୁବିଧା ହୋଇଛି,ତାହା ହେଲେ ଗୁଗଲ ଦେଖି ନିଜେ ଚିକିତ୍ସା କରିବା। ଏପରି ଜମା କରନ୍ତୁ ନାହିଁ କାରଣ ଏହା ଦ୍ବାରା ଆପଣ ଅସୁବିଧା ରେ ପଡି ପାରନ୍ତି,ଏପରି ନ କରି ଡାକ୍ତର ପରାମର୍ଶ ନିଅନ୍ତୁ।

5. ଚାଇଲ୍ଡ ପର୍ଣଗ୍ରାଫି ସମ୍ବନ୍ଧିୟ କୈଣସି ତଥ୍ୟ ସର୍ଚ୍ଚ କରନ୍ତୁ ନାହିଁ,ଏହା ଦ୍ବାରା ଆପଣ ଙ୍କୁ ଜେଲ୍ ଜିବା ସହ ଜୋରିମାନା ଦେବାକୁ ପଡିପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।