Odisha News Portal

ଓଡିଶା ସରକାର ଙ୍କର କଡା ଚେତାବନୀ ! ନଦୀରେ ଡଙ୍ଗା ଭାସାଇଲେ ଦେବାକୁ ପଡ଼ିବ ଫାଇନ, .,ଆସିଲା କାର୍ତ୍ତିକ ପୂର୍ଣ୍ଣିମା ଗାଇଡଲାଇନ୍……

କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ମାସ ପବିତ୍ର ମାସ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ । ଏହି ମାସରେ ବହୁତ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ । ଶାସ୍ତ୍ର ଅନୁଯାଯୀ ଏହି ମାସ ପ୍ରତ୍ୟେକ ଲୋକମାନଙ୍କ ପାଇଂ ବେଶ୍ ମହତ୍ବପୂର୍ଣ୍ଣ ଅଟେ । ଏହି ମାସରେ ବିଭିନ୍ନ ଧର୍ମକର୍ମ ଆଦି କରା ଯାଇଥାଏ ଏବଂ ଭଗବାନଙ୍କର ଉପାସନା କରିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ତେବେ ଏହି କାର୍ତ୍ତିକ ମାସର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ପଡ଼ିଥାଏ । ଏହି ଦିନ ଲୋକ ମାନେ ନିଜ ପୂର୍ବ ପୁରୁଷ ମାନଙ୍କୁ ମନେ ପକାଇ ଥାଆନ୍ତି ।

ଆଉ ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ଲୋକ ମାନେ ସକାଳୁ ସ୍ନାନ କରି ସମୁଦ୍ର ନଦୀ ପାଣିରେ ଡଙ୍ଗା ଭସାଇ ଥାଆନ୍ତି । ଏହି ଦିନକୁ ଲୋକମାନେ ବର୍ଷ ସାରା ରୁ ବହୁତ ଆଗ୍ରହର ସହିତ ଅପେକ୍ଷା କରି ଥାଆନ୍ତି କାରଣ ଏହି ଦିନରେ ସେମାନେ ନିଜ ପୂର୍ବ ପୁରୁଷ ମାନଙ୍କ ନାମରେ ଡଙ୍ଗା ଭସାଇ ଥାଆନ୍ତି।

ବର୍ତ୍ତମାନ ସାରା ବିଶ୍ବ ମହାମାରୀ କୋରୋନା ସହିତ ଲଢେଇ କରୁଛି । ଏହି ଭାଇରସ ଚୀନ୍ ରୁ ଆସି ସମଗ୍ର ବିଶ୍ଵକୁ ଆୟତ କରି ନେଇଛି । ଆଉ ଏଥିରେ ଭାରତ ବହୁତ୍ ପରିମାଣରେ ମଧ୍ୟ ଆକ୍ରାନ୍ତ ହୋଇ ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ଭାଇରସଟି ମାର୍ଚ୍ଚ ମାସରୁ ଚିହ୍ନଟ ହେବା ସତ୍ୱେ ମଧ୍ୟ ଆଜି ଯାଏ ଏହାର କୌଣସି କୋଭେକ୍ସିନ୍ ପ୍ରସ୍ତୁତ ହୋଇପାରି ନାହିଁ । ଆଉ ବହୁ ସଂଖ୍ୟାରେ ଲୋକମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରି ସାରିଲେଣି।

ଆଉ ସରକାର ଏହି ଭାଇରସକୁ ରୋକିବା ପାଇଂ ବିଭିନ୍ନ ପ୍ରକାର ଲକଡାଉନ ସଟଡାଉନ ପ୍ରକ୍ରିୟା ଜାରି କରି ସବୁ କିଛି ବନ୍ଦ କରିଥିଲେ କିନ୍ତୁ ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାର ଆର୍ଥିକ ସମସ୍ୟାର ସୁମ୍ମୁଖୀନ ହେବାରୁ ପୁଣି ଅନଲକ୍ ପ୍ରକ୍ରିୟା ଜରିଆରେ ଧିରେଧିରେ ସବୁକିଛି ଖୋଲିବାର ବ୍ୟବସ୍ଥା କରିଛନ୍ତି । ଆଉ ସରକାର ବିଭିନ୍ନ ଗାଇଡଲାଇନ୍ ସବୁ ଜାରି କରିବା ସହିତ ଲୋକ ମାନଙ୍କୁ ବଜାର ସହର ଯିବା ପାଇଁ ଅନୁମତି ଦେଇଛନ୍ତି କେବଳ ଅତି ଆବଶ୍ୟକ କ୍ଷେତ୍ରରେ ।


ବର୍ତ୍ତମାନ ସରକାର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି । ଯାହା ଫଳରେ କେହି ବି କୌଣସି ନଦୀ କିମ୍ବା ସମୁଦ୍ରରେ ଡଙ୍ଗା ଭସାଇ ପାରିବେ ନାହିଁ । ମହାମାରୀକୁ ନଜରରେ ରଖି ସରକାର ଏମିତି କିଛି ନିଷ୍ପତି ନେଇଛନ୍ତି । କାହିଁକି ନାଁ ଡଙ୍ଗା ଭସାଇବା ଦ୍ଵାରା ଲୋକମାନେ ନଦୀ ଏବଂ ସମୁଦ୍ର କୂଳରେ ଏକତ୍ର ହେବେ ଓ ଲୋକମାନେ ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରିବେ ନାହିଁ । ତେଣୁ ସଂକ୍ରମଣ ବଢିବାର ଆଶଙ୍କା ବହୁତ୍ ଅଧିକ ରହିଛି । ଗାଇଡଲାଇନ ଅନୁସାରେ ନଭେମ୍ବର 30 ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ନଦୀ ଘାଟରେ ଗହଳି, ଗାଧୋଇବା ବାରଣ କରାଯାଇଛି । ଏହି କଟକଣାକୁ ସ୍ଵତନ୍ତ୍ର ରିଲିଫ କମିଶନର ଏନେଇ ନିର୍ଦ୍ଦେଶ ମାନା ଜାରି କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।