ସପ୍ତାହରେ ମାତ୍ର ୩ ଦିନ ଏହି ତେଲକୁ ଲଗେଇ ଦେଖନ୍ତୁ ଚମତ୍କାର – Hair Oil

ଜଣେ ନାରୀ ହୁଅନ୍ତୁ ବା ପୁରୁଷ ସମସ୍ତ ଙ୍କ ପାଇଁ ସୁନ୍ଦର ଦେଖଯିବା ନିହାତି ଦରକାର ଆଉ ଚୁଟି ହେଉଛି ସୁନ୍ଦରତା ବଡାଇବେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।ତେବେ ଆଜିର ବ୍ୟସ୍ତ ଜୀବନ ଭିତରେ ଆମ୍ବ ସମସ୍ତେ ନିଜ ଚୁଟିତ ଠିକରେ ଧ୍ୟାନ ରଖୀ ପାରୁ ନାହିଁ ଯାହା ପାଇଁ ଚୁଟି ଝଡ଼ିବା,ରୂପି ହେବା,ଚୁଟି ମୂଳରେ ଅଠାଳିଆ ପରି ଦେଖାଯିବା ଆରମ୍ଭ ହେଇଥାଏ ।ସମୟ ଅନୁସାରେ ଯେତେବେଳେ ଏଡ଼ବୁର ମାତ୍ରା ବଡିବାରେ ଲାଗିଥାଏ ସେତେବେଳେ ଆମେ ଚୁଟି ପ୍ରତି ଧ୍ୟାନ ଦେବା ଆରମ୍ଭ କରିଥାଉ ।

ତେବେ କେତେବେଳେ ବି ଯୋଉ ବି ଉପାୟ ବା ଯିଏ ଯାହା କହିଲେ ଆମେ ସେସବୁ ଚୁଟିରେ ଲଗେଇ ଦେଉ ।କିନ୍ତୁ ମନେ ରଖୀବା ଦରକାର ଶରୀରର ସବୁ ଅଙ୍ଗ ପରି ଚୁଟି ବି ଖୁବ ସୁକ୍ଷ୍ମ ଅଂଶ ଅଟେ ତା ପାଇଁ ବି ଉପଯୁକ୍ତ ଜିନିଷ ବ୍ୟବହାର କରିବା ଦରକାର ।ତେଣୁ ଆମେ ଆଜି ଆପଣଙ୍କ ଏମିତି ଏକ ସୁନ୍ଦର ଉପାୟ ନେଇ ଆସିଛୁ ଯେଉଁଥିରେ କିଛି କେମିକାଲ ନାହିଁ ନିଜ ଘରେ ଥିବା ଦୁଇଟି ଜିନିଷରେ ଖୁବ ସହଜରେ ତିଆରି କରି ଚୁଟିରେ ଲଗେଇ ପାରିବେ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ..

ଆବଶ୍ୟକ ସାମଗ୍ରୀ:-

-ନଡ଼ିଆ ତେଲ
-ଏଲୋଭେର
-ଗୋଟିଏ ବୋତଲ

ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପାୟରେ ଆପଣଂକୁ ଗୋଟିଏ ତେଲ ତିଆରି କରିବାକୁ ହେବ ଯାହାକୁ ଆପଣ ମୁଣ୍ଡରର ଲଗେଇବେ ।ତେବେ ସେହି ତେଲ ପାଇଁ ଆପଣଂକୁ ପ୍ରଥମେ ନଡ଼ିଆ ତେଲ ନେବାକୁ ହେବ ତେବେ ଶୁଦ୍ଧ ଦେଶୀ ନଡ଼ିଆ ତେଲ ନେଲେ ଏହା ଖୁବ ଲାଭଦାୟୀ ।ତାପରେ ଆପଣ ଏଲୋଭେର ଡେମ୍ଫ ଗୋଟିଏ ନିଅନ୍ତୁ ବା ଏଲୋଭେର ଜେଲ ବି ନେଇ ପାରିବେ ।

-ତେବେ ଆପଣ ଯେତିକି ତେଲ ତିଆରି କରିବେ ସେହି ଅନୁସାରେ ତେଲ ଓ ଏଲୋଭେରା ନେଇ ପାରିବେ ମାତ୍ର ଆମେ ଏଠାରେ ଅଧକପ ନଡ଼ିଆ ତେଲ ନେଉଛୁ ଆଉ ତାକୁ ଗୋଟିଏ ପେନରେ ରଖିବା ।ଏବେ ଆପଣ ଏଲୋଭେରର ଗୋଟିଏ ଡେମ୍ଫକୁ ନେଇ ଟେକି ଖଣ୍ଡ ଖଣ୍ଡ କରି ସେହି ତେଲରେ ପକାନ୍ତୁ ତାପରେ ଗ୍ୟାସକୁ ଅନ କରି ଦିଅନ୍ତୁ ।

-ତେଲ ଫୁଟିବାକୁ ଲାଗିବ ତାକୁ ମଝିରେ ମଝିରେ ଗୋଳଉ ବି ଥିବେ ଯେତେବେଳେ ତେଲ ପୁରା ଫୁଟି ଫେଣ ଉପରକୁ ଉଠିବ ସେତେବେଳେ ଗ୍ୟାସ ବନ୍ଦ କରି ତେଲ ଥଣ୍ଡା କରନ୍ତୁ ।ତାପରେ ସେହି ତେଲକୁ ଛାଣି ଗୋଟିଏ ବୋତଲ ଭିତରେ ପୁରେଇ ଦିଅନ୍ତୁ ।

ତେଲର ବ୍ୟବହାର:-

-ପ୍ରଥମେ ଏହି ତେଲକୁ ନିଜ ହାତ ପାପୁଲିରେ ରଖି ମୁଣ୍ଡର ସିରା ଗୁଡିକରେ ଲଗାନ୍ତୁ ତାପରେ ପୁରା ଚୁଟିରେ ଭଲ କରି ଘଷି ଘଷି ତେଲ ମୂଳରୁ ଅଗ ଯାଏ ଲଗାନ୍ତୁ ।ଆଉ ଏପ୍ରି ଏକ ମାସ ପର୍ଯ୍ୟନ୍ତ ଲଗେଇଲା ପରେ ଦେଖିବେ କେମିତି ଆପଣ ଙ୍କ ଚୁଟିରେ ଥିବା ସବୁ ସମସ୍ୟା ଦୂର ହେବାକୁ ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment