Odisha News Portal

Special Health Tips – ସାପ କାମୁଡ଼ିଲେ ଏହିପରି ଘରୋଇ ଉପଚାର ଦ୍ଵାରା ବଞ୍ଚାନ୍ତୁ ନିଜ ଜୀବନ 100 % ସଫଳ ହେବେ

ପ୍ରତ୍ୟେକ ମନୁଷ୍ୟ ମାନଙ୍କର ପ୍ରତ୍ୟେକ ମୂହୁର୍ତ୍ତ ବିପଦ ଜନ୍ନକ ହୋଇଥାଏ କାରଣ ସେହି ମଣିଷ ଜାଣି ନଥାଏ ଏହି ମୂହୁର୍ତ୍ତରେ ତା ସଙ୍ଗରେ କଣ ଘଟିବାକୁ ଯାଉଛି । ଯଦି କୌଣସି ଘଟଣାଟି ଘଟେ ସର୍ବପ୍ରଥମେ ଆମେ ରୋଗୀକୁ ଡାକ୍ତରଖାନାକୁ ନେବା ପାଇଁ ଚେଷ୍ଟା କରିଥାଉ । କିନ୍ତୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ପହଞ୍ଚି ହୋଇ ନଥାଏ ତେଣୁ ପାଖରେ ଥିବା ଉପସ୍ଥିତ ବୁଦ୍ଦି ଓ ଉପଚାରା ଦ୍ୱାରା ମଣିଷକୁ କ୍ଷତିଗ୍ରସ୍ତରୁ ରକ୍ଷା କରିହୁଏ ।

ତେବେ ଆଜି ଆମେ ଆପଣ ମାନଙ୍କ ଜଣାଇବୁ ସାପ କାମୁଡିଲେ ଆପଣ ସଙ୍ଗେ ସଙ୍ଗେ ତାର କିପରି ଉପଚାର କରି ପାରିବେ । ସାପ ମାନେ ବିଭିନ୍ନ ପ୍ରଜାତିର ହୋଇଥାନ୍ତି ଏବଂ ସେମାନଙ୍କର ବିଷ ମଧ୍ୟ ବହୁତ ହାନିକାରକ ହୋଇଥାଏ । ସାପ କାମୁଡିବାର ଅନେକ ଔଷଧ ବାହାରିଲାଣି ମାତ୍ର ଆପଣ ଘରୋଇ ଉପଚାର ମାଧ୍ୟମରେ କ୍ଷତ ପୂରଣ କରିବା ସହ ସାପ କାମୁଡିଥିବା ଲୋକଟିକୁ ମଧ୍ୟ ବଞ୍ଚାଇପାରିବେ । ତେବେ ଆସନ୍ତୁ ଜାଣିବା ସାପ କାମୁଡିଥିଲେ କଣ କରିବା ଉଚିତ ।

ସର୍ବପ୍ରଥମେ ଯଦି କୌଣସି ବ୍ୟକ୍ତିଙ୍କୁ ସାପ କାମୁଡିଥାଏ ତାହେଲେ ତାକୁ କିପରି ମେଡିକାଲ ହେଲ୍ପ କରିପାରିବା ସେ ବିଷୟରେ ଜାଣିବା । ଥରେ ସାପ କାମୁଡିଲା ପରେ ସେହି ଲୋକକୁ ପୁଣିଥରେ ସାପ କାମୁଡିପାରେ , ତେଣୁ ଆପଣ ସେହି ଲୋକକୁ ସାପ କାମୁଡିବା ରେଞ୍ଜରୁ ବାହାରକୁ ନେଇ ଯାଆନ୍ତୁ । ଯଦି ଆପଣଙ୍କୁ ସାପ କାମୁଡିଛି ଏବଂ ଗରଳ ଦେହ ଭିତରେ ଖେଳିଯାଇଛି ଏହାପରେ ଆପଣ ଏପଟ ସେପଟ ହେବେ ନାହିଁ । କାରଣ ସେତେବେଳେ ଭେନରେ ବହୁତ ଶୀଘ୍ର ରକ୍ତ ସଞ୍ଚାଳନ ହୋଇଥାଏ ଫଳରେ ବିଷ ସମ୍ପୂର୍ଣ୍ଣ ଦେହରେ ଖେଳାଇ ଯାଇ ପାରେ । ସେଥି ପାଇଁ ପ୍ରଥମେ ଧୀର ସ୍ଥିର ହୋଇ ରୁହନ୍ତୁ ।

ଉପଚାର ପ୍ରଣାଳୀ :-

1 . ଯେଉଁ ସ୍ଥାନରେ ଆପଣଙ୍କୁ ସାପ କାମୁଡିଛି ତାର ଦୁଇ କିମ୍ୱା ତିନି ଇଞ୍ଚ ଉପରକୁ କପଡା କିମ୍ୱା ବ୍ୟାଣ୍ଡେଜ ଅଥବା ପାଖରେ ଖିବା କୌଣସି ଜିନିଷ ଦ୍ୱାରା ବାନ୍ଧି ଦିଅନ୍ତୁ ।

2. କାମୁଡିଥିବା ସ୍ଥାନରେ ଯଦି କିଛି ଅଳଙ୍କାର କିମ୍ୱା ଟାଇଟ ବାଲା କିଛି କପଡା ଥାଏ , ତାହେଲେ ତାକୁ ତୁରନ୍ତ କାଢି ଦିଅନ୍ତୁ । କାରଣ ସେହି ଜାଗାରେ ଟିକେ ଫୁଲି ଯିବାର ସମ୍ବାବନା ଥାଏ , ଯେହେତୁ ସାପର ବିଷ ସେହି ଜାଗାରେ ଥାଏ ।

3. ଯେଉଁ ସମୟରେ ସାପ କାମୁଡିଥିଲା ତାକୁ ନୋଟ କରି ରଖନ୍ତୁ ଏବଂ ଯଦି ଆପଣ ନିଜେ ଏକା ଅଛନ୍ତି ତେବେ ସାପକୁ ମାରିବା ପାଇଁ ନିଜର ସମୟ ନଷ୍ଟ ନକରି ତାର ଗୋଟିଏ ଫୋଟ ନେଇ ଯାଆନ୍ତୁ ।

4. କାମୁଡିଥିବା ବ୍ୟକ୍ତିକୁ ଚାଲିବା ପାଇଁ ଦିଅନ୍ତୁ ନାହିଁ , ନହେଲେ ବିଷ ଜଲଦି ଚରି ଯାଇଥାଏ , କୌଣସି ଯାନବାହାନ ଦ୍ୱାରା ତାଙ୍କୁ ନେଇଯାଆନ୍ତୁ ।

5.ବିଷାକ୍ତ ସାପ କାମୁଡିଥିଲେ ଆପଣଙ୍କୁ antivenoms ଦିଆଯିବ ଏବଂ ଚିକିତ୍ସା ମଧ୍ୟ କରାଯିବ । ତେଣୁ ଉପସ୍ଥିତ ବୁଦ୍ଧି ଦ୍ୱାରା ନିଜ ଜୀବନ ବଞ୍ଚାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ