EXCLUSIVE : ସାପ ବି ହାରିଗଲା ରାହୁଲ ଜିତିଲେ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କିପରି ଭାବରେ ଦୀର୍ଘ ୫ ଦିନ ଧରି ବୋରଓ୍ବେଲ୍‌ ଭିତରେ ଫସି ରହିଥିବା ୧୧ ବର୍ଷର ବାଳକ ରାହୁଲଙ୍କୁ ସୁରକ୍ଷିତ ଭାବେ ଆଜି ଉଦ୍ଧାର କରା ଯାଇଛି। ତାଙ୍କୁ ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ଲାଗି ହସ୍ପିଟାଲ୍ କୁ ପଠାଇ ଦିଆ ଯାଇଛି। ତେବେ ଘଟଣା ସ୍ଥଳରେ ଡାକ୍ତର ଟିମ୍‌ ଉପସ୍ଥିତ ଥିବା ବେଳେ ପ୍ରଥମେ ତାଙ୍କର ଚିକିତ୍ସା କରା ଯାଇଥିଲା ଏବଂ ପରେ ହସ୍ପିଟାଲ୍ କୁ ନିଆ ଯାଇଥିଲା। ତେବେ ରାହୁଲ କୁ ଉଦ୍ଧାର କରିବା ପରେ ଏକ ବଡ଼ କଥା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏକଥା ଶୁଣି ଯିଏ ହେଉ ନା କାହିଁକି ବିଚଳିତ ହେବା ସ୍ଵାଭାବିକ କଥା।

କାରଣ ରାହୁଲ ଯେଉଁଠି ଫସି ରହିଥିଲା ତା ସହ ସେଠାରେ ରହିଥିଲା ଏକ ସାପ ଏବଂ ବେଙ୍ଗ। ତଥାପି ନିଜକୁ ଦୃଢ଼ ଭାବରେ ସେଠାରେ ରଖି ପାରିଥିଲା ରାହୁଲ। ଆଦୌ ବିଚଳିତ ହୋଇ ପଡ଼ି ନଥିଲା। ଆଉ ଶେଷରେ ସାପ ହାରିଗଲା କିନ୍ତୁ ଜିତିଗଲା ରାହୁଲ। ଆପଣ ମାନଙ୍କୁ ଜଣାଇବା ପାଇଁ କହି ରଖୁଛୁ ଯେ ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ ଗାଁରେ ଗତ ଶୁକ୍ରବାର ଦିନ ଦ୍ୱିପ୍ରହ ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଯେଉଁଠି ରାହୁଲ ନାମକ ଏହି ବାଳକ ଜଣଙ୍କ ଖେଳୁଥିବା ସମୟରେ ବୋରଓ୍ବେଲରେ ଖସି ପଡ଼ିଥିଲେ। ଆଉ ପ୍ରାୟ ୮୦ ଫୁଟ ବୋରଓ୍ବେଲ ଗାତ ଭିତରେ ୫ ଦିନ ଧରି ଫସି ରହିଥିଲେ ରାହୁଲ୍।

ଏହାପରେ ଲଗାତାର ଭାବେ ରାହୁଲ ସହ ଯୋଗାଯୋଗ କରା ଯାଇଥିଲା ଏବଂ ଯିବା ସହ ତାଙ୍କୁ ଖାଦ୍ୟ ଓ ପାନୀୟ ମଧ୍ୟ ଯୋଗାଇ ଦିଆ ଯାଉଥିଲା।ତାର ସ୍ବାସ୍ଥ୍ୟ ଉପରେ ନଜର ରଖା ଯାଇଥିଲା। ତେବେ ପାଇପ ଯୋଗେ ତା’ ପାଖକୁ ଅକ୍ସିଜେନ ମଧ୍ୟ ପହଞ୍ଚା ଯାଉଥିଲା। ଏଭଳି ଏକ ସ୍ଥିତିରେ ସମସ୍ତଂକ ନଜର ରାହୁଲ୍ ଉପରେ ରହିଥିବା ବେଳେ ପିଲାଟିକୁ ଉଦ୍ଧାର କରିବା ପାଇଁ ଏନ୍‌ଡିଆର୍‌ଏଫ, ଏସ୍‌ଡିଆର୍‌ଏଫ୍‌ ଟିମ ଓ ଜିଲା ପ୍ରଶାସନ ନିରନ୍ତର ପ୍ରୟାସ ଜାରି ରଖିଥିଲେ। ଆଉ ଶେଷରେ ଦୀର୍ଘ ଦିନର ଏକ ଲମ୍ବା ସମୟର ଚେଷ୍ଟା ପରେ ରାହୁଲ୍ କୁ ଉଦ୍ଧାର କରିବା ଅପରେସନ ସଫଳ ହୋଇଥିଲା।

ତେବେ ରାହୁଲ୍ ଏପରି ଏକ ନାମ ଏବେ ପାଲଟି ଯାଇଛି,ଏହି ନାମକୁ ଲୋକେ ସେତେବେଳେ ମନେ ପକେଇବେ, ଯେତେବେଳେ ଜୀବନ ଯୁଦ୍ଧରେ ହାରି ଯାଇ ଆତ୍ମ ସମର୍ପଣ କରୁଥିବେ। ଯେତେବେଳେ ସାମ୍ନାରେ ଥିବ ଏକାଧିକ ବିପଦ ଏବଂ ଲଢ଼ିବା ପାଇଁ ମିଳୁ ନଥିବ ରାସ୍ତା। ସେତେବେଳେ ଏହି ନାମ ଲଢ଼ିବା ପାଇଁ ଯୋଗାଇବ ପ୍ରେରଣା ଏବଂ ସାହାସ। କାରଣ ରାହୁଲ୍ ହେଉଛନ୍ତି ସାହସର ଗନ୍ତାଘର। ବିଷାକ୍ତ ସାପ ଆଗରେ ସାହାସ ବାନ୍ଧି ରାହୁଲ୍ ଯେଉଁଭଳି ନିଜକୁ ରଖି ପାରିଲା ତାହା ବାସ୍ତବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ନିଜ ଭିତରେ ସାହାସ ବାନ୍ଧିବାକୁ ପ୍ରେରଣା ଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment