Odisha News Portal

ସାପ କାମୁଡିଲେ କରନ୍ତୁ ଏହି ଘରୋଇ ଉପାୟ ଆପଣଙ୍କ ଜୀବନ ବଞ୍ଚିଯାଇ ପାରେ ? ଶହେ ପ୍ରତିଶତ ଗ୍ୟାରେଣ୍ଟି %…

ପ୍ରାୟତଃ ଅନେକ ସମୟରେ ଲୋକମାନଙ୍କୁ ସାପ କାମୁଡି ଦେଇଥାଏ ଏବଂ ସେମାନଙ୍କର ଟିକେ ଟିକେ ଭୁଲ ପାଇଁ ତାଙ୍କର ଜୀବନ ମଧ୍ୟ ଚାଲି ଯାଇଥାଏ । ତେବେ ଯଦି ଆପଣ ମାନେ ସାପ କାମୁଡିବା ପରେ ପ୍ରାଥମିକ ଚିକିତ୍ସା କରନ୍ତି ତେବେ ପ୍ରାୟତଃ ଆପଣ ମାନଙ୍କ ଜୀବନ ବଞ୍ଚି ଯାଇପାରିବ । ସାପ କାମୁଡିବାର ସମସ୍ୟା ସହର ଅପେକ୍ଷା ଗାଁରେ ଅଧିକ ପରିମାଣରେ ଦେଖା ଦେଇଥାଏ ଏବଂ ମୃତ୍ୟୁ ମଧ୍ୟ ଗାଁ ମାନଙ୍କରେ ଏହା ଦ୍ୱାରା ଅଧିକ ହୋଇଥାଏ । ଯଦି ଆପଣ ମାନଙ୍କୁ ହଠାତ କରି ସାପ କାମୁଡି ଦେବ ତେବେ ଆପଣ ମାନେ କଣ କରିବେ । ତାହା ଆଜି ଆମେ ଆପଣ ମାନଙ୍କୁ କହିବୁ ।

ପ୍ରଥମେ ଆମ ଭାରତରେ 550 ପ୍ରକୃତିର ସାପ ଦେଖାଯାଏ । ମାତ୍ର ସେହି 550 ରୁ 10 ପ୍ରକାରର ସାପ ମାନଙ୍କ ମଦ୍ୟରେ ବିଷ ରହିଥାଏ । ପ୍ରାୟତଃ ଗାଁ ମାନଙ୍କରେ ଗୋଟିଏ ଭୁଲ ସମସ୍ତେ କରିଥାନ୍ତି କି କାହାକୁ ସାପ କାମୁଡିଲେ ସେମାନେ ଡାକ୍ତରଙ୍କ ପାଖକୁ ନେବା ବଦଳରେ କୌଣସି ଗୁଣିଆକୁ ଡାକି କରି ଛଡାନ୍ତି ।

ମାତ୍ର ଆପଣ ମାନେ ଏହି ଭୁଲ କୌଣସି ପରିସ୍ଥିତିରେ ମଧ୍ୟ କରନ୍ତୁ ନାହିଁ । ଆପଣ ମାନେ ଏତିକି ମନେ ରଖିବେ କି ଜଣକୁ ସାପ କାମୁଡିବାର ତିନି ଘଣ୍ଟା ଭିତରେ ତାର ମୃତ୍ୟୁ ହୋଇଯାଇଥାଏ । ତେବେ କାହା କଥା ନଶୁଣି ଆପଣ ମାନେ ଡାକ୍ତରଙ୍କ ପାଖକୁ ନେଇଯିବେ ।
ମନେରଖନ୍ତୁ କି ସାପ ଆପଣଙ୍କୁ ଯେଉଁଠାରେ ବି କାମୁଡିଥାଉ ବିଷ ସବୁବେଳେ ଉପରକୁ ଚଢିଥାଏ ।

ତେବେ ଯେଉଁ ଜାଗାରେ ସାପ କାମୁଡିଥିବା ତାର ଉପରି ଭାଗକୁ ଏକ ଗାମୁଛା ବା କେଉଁ ବି ଜିନିଷରେ ଶକ୍ତ ଭାବରେ ବାନ୍ଧିଦିଅନ୍ତୁ । କାରଣ ଏହି ବିଷ ଉପରକୁ ଯାଇ ହାର୍ଟରେ ମିଶିଥାଏ ଏବେ ତାପରେ ତାହା ସାରା ରକ୍ତରେ ମିଶିଯାଏ । ତେଣୁ ଆପଣ ମାନଙ୍କ ପାଖରେ ମାତ୍ର ତିନି ଘଣ୍ଟାର ସମୟ ଥାଏ ତେଣୁ ଆପଣ ମାନେ ଏହି ତିନି ଘଣ୍ଟାରେ ଯାହା କିଛି କରିବେ । ତେବେ ଯଦି ସମ୍ଭବ ହେବ ଆପଣଙ୍କୁ ଯେଉଁ ସାପ କାମୁଡିଥିବା ତାହାର ଫଟୋ ଉଠି ଆଣିବେ । କାହିଁକିନା ବିଭିନ୍ନ ସାପ ପାଇଁ ବିଭିନ୍ନ ମେଡିସିନ ରହିଥାଏ ତେଣୁ ଯଦି ତାହା ଜଣାପଡିଯିବ ତେବେ ବହୁତ ସୁବିଧା ହେବ ନହେଲେ ବ୍ଲଡ ଟେଷ୍ଟ କରି ଜାଣିଲା ବେଳକୁ ବହୁତ ଡେରି ହୋଇଯାଇଥିବ ।

ଏହା ସହିତ ଯାହାକୁ ସାପ କାମୁଡିଥିବା ତାହାକୁ କୌଣସି ବି ପରିସ୍ଥିତିରେ ଖାଇବାକୁ ଦେବେ ନାହିଁ । ଖାଇବା ଦ୍ୱାରା ବିଷ ଅଧିକ ମାଡି ଥାଏ । ଏହା ସହିତ ସାପ କାମୁଡିଥିବା ବ୍ୟକ୍ତିକୁ ଚଲାବୁଲା କରିବା ପାଇଁ ଦେବେ ନାହିଁ । ଏପରି କରିବା ପରେ ଆପଣ ମାନେ ଯଥା ସମ୍ଭବ ଡାକ୍ତରଙ୍କ ପାଖକୁ ନେଇଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।