Odisha News Portal

ଦେଖନ୍ତୁ Shocking ଭିଡ଼ିଓ : ସାଵଧାନ ! ସାନିଟାଇଯର୍ ନେଲା ଜୀବନ…

ବନ୍ଧୁଗଣ କରନା ମହାମାରୀ ଆସିବା ପରଠାରୁ ସାନିଟାଇଯର୍ ଏହି ମହାମାରୀ ବିପକ୍ଷ ଲଢେଇ ରେ ଏକ ପ୍ରମୁଖ ଅସ୍ତ୍ର ପାଲଟିଛି। ଭୂତାଣୁ ର ସଂକ୍ରମଣ ରୁ ବର୍ତ୍ତିବା ପାଇଁ ଅନେକ ବିଶେଷଜ୍ଞ ଏବଂ ବରିଷ୍ଟ ଡାକ୍ତର ମାନେ ଏହାର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଭୂତାଣୁ ସଂକ୍ରମଣ ପାଇଁ ଏହା ଏକ ପ୍ରମୁଖ ଅସ୍ତ୍ର ମଧ୍ୟ ଅଟେ। କିନ୍ତୁ ଏହି ସାନିଟାଇଯର୍ ପାଇଁ ଯେ ଭୟଙ୍କନେଇର ନିଆଁ ଲାଗିଯିବ ତାହା ସ୍ବପ୍ନରେ ସୁଦ୍ଧା କେହି ଭାବି ନଥିବେ।ତେବେ ସୂଚନା ଅନୁସାରେ ଆମେରିକା ର ଏକ ଅଞ୍ଚଳରୁ ଆସିଛି ଏମିତି ଏକ ଦୃଶ୍ୟ ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏଥିପାଇଁ ଆପଣଙ୍କୁ ଭାଇରାଲ ହେଉଥିବା ଏହି ଭିଡିଓ କୁ ଦେଖିବାକୁ ପଡ଼ିବ।

ଭଲ ଭାବରେ ଆପଣ ଥରେ ଭିଡିଓ ର ଏହି ଦୃଶ୍ୟକୁ ଦେଖନ୍ତୁ। କିପରି ଭାବରେ କାର ଟି ହୁତୁହୁତୁ ହୋଇ ବିଚ୍ ରାସ୍ତାରେ ଜଳୁଛି। ନିଆଁ ଏପରି ଲାଗିଛି ଯେ କାର ଟି ଜଳିବାର ଦୃଶ୍ୟ ଦେଖି ଡର ଲାଗୁଛି। କିଛି ସମୟ ପରେ ଦମକଳ ବାହିନୀ ଆସି ନିଆଁ କୁ ଲିଭାଉଛନ୍ତି। ଜଣେ କାର ଡ୍ରାଇଭର ଯେତେବେଳେ ଗାଡ଼ିରେ ବସି ସିଗାରେଟ୍ ଟାଣୁଥିଲେ ସେତେବେଳେ ସେ ତାଙ୍କର ହାତକୁ ସାନିତାଇଜ୍ କରିବା ପାଇଁ ସାନିଟାଇଯର୍ ବାହାର କରିଥିଲେ।ଆଉ ଠିକ୍ ଯେମିତି ସେ ତାଙ୍କ ହାତରେ ସାନିଟାଇଯର୍ ବ୍ୟବହାର କରିଛନ୍ତି ହଠାତ୍ ସେହି ସମୟରେ କାର ରେ ଲାଗିଗଲା ଭୟଙ୍କର ନିଆଁ।

ତେବେ ଜାତୀୟ ଗଣମାଧ୍ୟମ ର ସୂଚନା ଅନୁସାରେ ଏହି ଘଟଣା ଗତ ଗୁରୁବାର ଦିନ ସନ୍ଧ୍ୟା ପାଖାପାଖି ୫.୩୦ ସମୟରେ ଘଟିଥିଲା।ଏକ ସପିଙ୍ଗ ସେଣ୍ଟର୍ ପାର୍କିଂ ରେ ଛିଡ଼ା ହୋଇଥିବା ଏହି କାର ରେ ଭୟଙ୍କର ନିଆଁ ଲାଗିଥିଲା।ଆଉ ଏହି ନିଆଁ ଲାଗିବା ଫଳରେ ଶେଷରେ ଦମକଳ ବାହିନୀ କୁ ନିଆଁ ଲିଭାଇବା ପାଇଁ ଡକା ଯାଇଥିଲା।ଆଉ ନିଆଁ ଆୟତ୍ତ ହେବା ବେଳକୁ କାର ଟି ସମ୍ପୂର୍ଣ ଜଳି ଯାଇଥିଲା।ତେବେ କୁହା ଯାଉଛି ଯେ ସିଗାରେଟ୍ ସଂସ୍ପର୍ଶରେ ଆସିବାରୁ ହ୍ୟାଣ୍ଡ ସାନିଟାଇଯର୍ ରେ ନିଆଁ ଲାଗି ଯାଇଥିଲା।ଆଉ ଏହି ନିଆଁ ସାରା କାର ରେ ଲାଗି ଯାଇଥିଲା।

ତେବେ ଡ୍ରାଇଭର ଜଣଙ୍କର ଗୋଟିଏ ଭୁଲ୍ ଏଠାରେ ମହଙ୍ଗା ପଡିଲା।ତେବେ ବ୍ୟକ୍ତି ଜଣଙ୍କ ତାଙ୍କ ହାତରେ ହ୍ୟାଣ୍ଡ ସାନିଟାଇଯର୍ ଲଗାଉ ଥିବା ବେଳେ ତାଙ୍କ ପାଟିରେ ଥିବା ସିଗାରେଟ୍ ର ଅଙ୍ଗାରକ ତାଙ୍କ ହାତରେ ପଡ଼ିଥିଲା।ଆଉ ଏହା ଫଳରେ ନିଆଁ ଲାଗି ଯାଇଥିଲା।ଆଉ ଏହିଭଳି ଏକ ଭୟାନକ ସ୍ଥିତି କୁ ସମ୍ମୁଖୀନ କରିବାକୁ ପଡ଼ିଥିଲା। ତେବେ ସେହି ସମୟର ଏହି ଘଟଣା ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।