ସାନିଟାଇଜରକୁ ନେଇ ଡାକ୍ତରଙ୍କର ବଡ ବୟାନ , ସ୍ୱାସ୍ଥ୍ୟ ପାଇଁ ଘାତକ ପାଲଟୁଛି ହ୍ୟାଣ୍ଡ ସାନିଟାଇଜର । ବ୍ୟବହାର ପରେ ଦେଖାଦେଉଛି 5 ସାଇଡ ଇଫେକ୍ଟ । କରୋନା ମହାମାରୀ ବିରୁଦ୍ଦରେ ଜାରି ରହିଥିବା ଲଢେଇରେ ହ୍ୟାଣ୍ଡ ସାନିଟାଇଜରକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ମାତ୍ର ଆପଣ ମାନେ ଜାଣିଛନ୍ତି କି ଏହି ପ୍ରାଣଘାତୀ ଭାଇରସକୁ ଧୂଳିସାତ କରିଦେଉଥିବା ସାନିଟାଇଜରରେ ମଧ୍ୟ ଅନେକ ସାଇଡ ଇଫେକ୍ଟ ରହିଛି ।
ହ୍ୟାଣ୍ଟ ସାନିଟାଇଜରର ନିୟମିତ ବ୍ୟବହାର ନା କେବଳ ରୋଗ ଜୀବାଣୁକୁ ନାଶ କରିବାରେ ସହାୟକ ହୋଇଥାଏ ତାହା ନୁହେଁ ବରଂ ଆମ ଶରୀରର ବିଭିନ୍ନ ଅଂଗ ପ୍ରତ୍ୟଙ୍ଗ ପାଇଁ ମଧ୍ୟ ବିପଦ ପ୍ରମାଣିତ ହୋଇଥାଏ । ତେଣୁ ଡାକ୍ତର ମାନେ ସବୁବେଳେ ସାନିଟାଇଜର ପରିବର୍ତ୍ତେ ସାବୁନ ବ୍ୟବହାର କରିବା ପାଇଁ ପରାମର୍ଶ ପ୍ରଦାନ କରୁଛନ୍ତି । ତେବେ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଆସନ୍ତୁ ଜାଣିବା ।
ଡର୍ମାଟାଇଟିଜ ବା ଏଗଜିମା
ସାବୁନରେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ସଫା କରି ଆପଣ ମାନେ କୋବିଡ-19 ଭୂତାଣୁରୁ ରକ୍ଷା ପାଇପାରିବେ । ମାତ୍ର ହ୍ୟାଣ୍ଡ ସାନିଟାଇଜରର ମାତ୍ରାଧିକ ବା ନିୟମିତ ବ୍ୟବହାର ଦ୍ୱାରା ଡର୍ମାଟାଇଟିସ ବା ଏଗଜିମା ଭଳି ଚର୍ମ ରୋଗର ସିକାର ହୋଇପାରନ୍ତି । ରୋଗୁଲାର ସ୍ୟାନିଟାଇଜର ବ୍ୟବହାର କରିବା କାରଣରୁ ସ୍କିନ ଲାଲ ପଡିଯିବା , ଶୁଷ୍କତା ଏବଂ ଫାଟିବା ଆଦି ସମସ୍ୟା ଦେଖାଦେଇଥାଏ ।
ହରମୋନ ଉପରେ ଖରାପ ପ୍ରବାବ
ବିଶେଷଜ୍ଞ ମାନଙ୍କ ମତରେ ଅଣ ଆଲକୋହଲ ଯୁକ୍ତ ସାନିଟାଇଜର ଉପଲବ୍ଧ ଥିବା ଟ୍ରାଇକ୍ଲୋସନ ହରମୋନ ସହ ଜଡିତ ସମସ୍ୟା ପାଇଁ ମଧ୍ୟ ଦାୟୀ ହୋଇଥାଏ । ତେଣୁ ଶରୀରରେ ହରମୋନର ଖରାପ ସନ୍ତୁଳନ କୌଣସି ଗୁରୁତର ସମସ୍ୟା ସୃଷ୍ଟି କରିପାରେ ।
ମେଥାନାଲ ପ୍ରଭାବରେ ସମସ୍ୟା
କିଛି ସାନିଟାଇଜର ମେଥାନଲ ନାମକ ଏକ ବିଷାକ୍ତ କେମିକାଲ ମଧ୍ୟ ବ୍ୟବବହାର କରାଯାଇଥାଏ । ଯାହାକୁ ବ୍ୟବହାର କରିବା ଦ୍ୱାରା ବାନ୍ତି , ମୁଣ୍ଡବିନ୍ଦା . ଅନିଦ୍ରା ଏବଂ ଦୃଷ୍ଟିଶକ୍ତି ଭଳି ଘାତକ ପାଶ୍ୱ ପତିକ୍ରିୟା ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି ।
ପ୍ରଭାବିତ ହୋଇଥାଏ ଇମ୍ୟୁନିଟି ସିସଟମ
ଟ୍ରାଇକ୍ଲୋସନ ମଣିଷକୁ ରୋଗ ଜୀବାଣୁରୁ ରକ୍ଷା କରୁଥିବା ଇମ୍ୟୁନି ସିସଟମକୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ଦୁର୍ବଳ ଇମ୍ୟୁନି ସିସଟମ କାରଣରୁ ଆମ ଶରୀରକୁ ବିଭିନ୍ନ ଭୂତାଣୁ ଅତି ସହଜରେ କବଜା କରିବାରେ ସଫଳ ହୋଇଥାନ୍ତି ।
ଚର୍ମ ସମସ୍ୟା
ହ୍ୟାଣ୍ଡ ସାନିଟାଇଜର ଆଣ୍ଟିସେପଟିକ ପ୍ରଡୋକ୍ଟ , ଏହାକୁ ବିଭିନ୍ନ ରୋଗ ଜୀବାଣୁକୁ ରକ୍ଷା କରିବା ପାଇଁ ବ୍ୟବହାର କରାଯାଇଥାଏ । ସେହିପରି ସାନିଟାଇଜରକୁ ଏଥିଲ କିମ୍ବା ଆଇସୋପ୍ରେପିଲ ଭଳି ଆଲକୋହଲରେ ଉପାଦାନ ଗୁଡିକରେ ପ୍ରସ୍ତୁତ କରାଯାଇଥାଏ । ତେବେ ଏପରି ହ୍ୟାଣ୍ଡ ସାନିଟାଇଜର ନିୟମିତ ବ୍ୟବହାର ଚର୍ମ ରୋଗ ବା ଜଳାପୋଡା ସହ ସୁଖାପଣ ଆଦି ସମସ୍ୟା ସୃଷ୍ଟି କରିଥାଏ । ଯଦି ଆପଣଙ୍କର ଚର୍ମ ବହୁତ ସେନସିଟିଭ ତେବେ ଏଥିପାଇଁ ଆପଣ ମାନଙ୍କୁ ବହୁତ ସତର୍କ ରହିବା ପାଇଁ ପଡିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।