Odisha News Portal

ମରିଗଲେ ବି ଆଜି ଶନିବାର ଖାଆନ୍ତୁ ନାହିଁ ଏହି 5ଟି ଜିନିଷ , ନହେଲେ ଆପଣଙ୍କୁ ଲାଗିପାରେ ସନିଦଶା…..

ଶାସ୍ତ୍ର ଅନୁସାରେ ଶନିବାର ଦିନଟିକୁ ନ୍ୟାୟର ଦେବତା ଶନିଦେବଙ୍କର ବାର ବୋଲି କୁହାଯାଏ । ତେବେ ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ଶନିଦଶା ରହିଛି ତେବେ ଶନିଙ୍କର ବ୍ରତ କରିବା ପାଇଁ ଜ୍ୟୋତିଷ ମତ ପ୍ରକାଶ କରିଥାନ୍ତି । ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ନିୟମ ମାନିବାକୁ ପଡିଥାଏ । କାହିଁକିନା ଦୁନିଆରେ ଏମିତି କେହି ମଧ୍ୟ ବ୍ୟକ୍ତି ନାହିଁ ଯାହାଙ୍କ ଉପରେ ଶନିଦେବଙ୍କର ନଜର ପଡେ ନାହିଁ । ଏଥିପାଇଁ ଆମେ ସମସ୍ତେ ସବୁ ସମୟରେ ଶନି ଦେବଙ୍କ ନିୟମକୁ ମାନିବା ଦରକାର ।

କାରଣ ଶନିଦେବଙ୍କ କୂପ ଦୃଷ୍ଟି ପଡିଲେ ଆପଣ ମାନେ ଯେତେ ଧନୀ ହୋଇଥିଲେ ମଧ୍ୟ ଗରିବ ହୋଇଯିବେ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ଶନିବାର ଦିନ ଆପଣ ମାନଙ୍କୁ କଣ ଖାଇବା ଉଚିତ ଏବଂ କଣ ଖାଇବା ଉଚିତ ନୁହେଁ ସେ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–କ୍ଷୀର

ଯଦି ଆପଣ ମାନେ ଶନିବାର ଦିନ କ୍ଷୀର ବା ଦହି ଖାଇବାକୁ ଚାହୁଁଛନ୍ତି ତେବେ ତାହାକୁ ସାଧା ଖାଆନ୍ତୁ ନାହିଁ । କ୍ଷିରରେ ହଳଦୀ ବା ଗୁଡ ମିଶାଇ ତାହାର ସେବନ କରନ୍ତି , କାହିଁକିନା ଖାଲି କ୍ଷୀର ସେବନ କରିବା ଦ୍ୱାରା ଶନିଦେବଙ୍କର ଅବମାନନା ହୋଇଥାଏ । ଏଥିପାଇଁ ଆପଣ ମାନେ ଖାଲି କ୍ଷୀର ବା ଦହି ଶନିବାର ଦିନ ଖାଇବେ ନାହିଁ ।

2–ଆମ୍ବ ଆଚାର

ଏହାକୁ ସେବନ କରିବା ଦ୍ୱାରା ଆପରଣ ମାନଙ୍କୁ ଶନିଦେବଙ୍କ କୂପର ଶିକାର ହେବାକୁ ପଡିଥାଏ । ଆପଣ ମାନେ ଅନ୍ୟ କୌଣସି ଆଚାର ଖାଇପାରିବେ କିନ୍ତୁ ଆମ୍ବ ଏବଂ ପଣସର ଆଚାର ଖାଇପାରିବେ ନାହିଁ । ଏହା ଖାଇବା ଦ୍ୱାରା ଆପଣ ମାନେ ଅସୁବିଧାରେ ପଡିପାରନ୍ତି ।

3–ଲାଲ ଲଙ୍କା

ଲାଲ ଲଙ୍କା ଶନିଦେବଙ୍କ ନାପସନ୍ଦର ଜିନିଷ ଅଟେ । ଆପଣ ମାନେ ଅନ୍ୟ ରଙ୍ଗର ଲଙ୍କା ଖାଇପାରିବେ ମାତ୍ର ଲାଲ ରଙ୍ଗର ଲଙ୍କା ଖାଇପାରିବେ ନାହିଁ । ଏପରି ଯଦି ଆପଣ ମାନେ କାମ କରନ୍ତି ତେବେ ଆପଣ ମାନଙ୍କୁ ଶନିଦେବଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ ।

4– ଡାଲି ଜାତୀୟ ଜିନିଷ

ଆପଣ ମାନେ ଶନିବାର ଦିନ ଡାଲି ଜାତୀୟ ଦ୍ରବ୍ୟର ସେବନ କରିପାରନ୍ତି , ମାତ୍ର ଶନିବାର ଦିନ ମଶୁରୀ ଡାଲିର ସେବନ କରିବେ ନାହିଁ । କାହିଁକିନା ଶନିବାର ଦିନ ଚଣା , ବିରି , ଜାତୀୟ ଡାଲିର ସେବନ କରିପାରିବେ ମାତ୍ର ମଶୁରୀ ଡାଲିର ସେବନ କରିବେ ନାହିଁ । ମଶୁର ଡାଲି ସହିତ ମଙ୍ଗଳ ଗ୍ରହର ସମ୍ବଦ୍ଧ ରହିଛି ତେଣୁ ମଶୁର ଡାଲି ଖାଇବା ଦ୍ୱାରା ଶନିଦେବଙ୍କର କୂପ ଦୃଷ୍ଟି ପଡିଥାଏ । ଯାହା ଦ୍ୱାରା କି ଆପଣ ମାନଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

5–ନିସାଦ୍ରବ୍ୟର ସେବନ

ଶନିବାର ଦିନ ଆପଣ ମାନେ ନିଶା ଦ୍ରବ୍ୟର ସେବନ କରନ୍ତୁ ନାହିଁ । କାରଣ ଏମିତି କରିବା ଦ୍ୱାରା ଶନିଦେବଙ୍କର କୁପ୍ରଭାବ ଆପଣ ମାନଙ୍କ ଉପରେ ପଡିଥାଏ । ଏହା ସହିତ ଦୁର୍ଘଟଣା ଘଟିବାର ସମ୍ଭାବନା ବହୁତ ରହିଥାଏ । ଏହି ଦିନ ଆପଣ ମାନେ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।