Odisha News Portal

ଦେଖନ୍ତୁ ଭିଡିଓ କେମିତି ସାଙ୍ଗ ମାନଙ୍କ ସହିତ ପୁରୀ ବୁଲି ମଜାମସ୍ତି କରିଲେ ବଙ୍ଗୀୟ ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ !

ସାଙ୍ଗ ମାନଙ୍କ ସହିତ ପୁରୀ ବୁଲି ମଜାମସ୍ତି କରିଲେ ବଙ୍ଗୀୟ ଅଭିନେତ୍ରୀ ତଥା ଓଡିଆ ଫିଲ୍ମ ଜଗତ ର ଲୋକପ୍ରିୟ ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ । ତେବେ ସାଙ୍ଗ ମାନଙ୍କ ସହ ଝିଲ୍ଲିକ ପୁରୀ ରେ ଗୋଟିଏ ରାତି ଏବଂ ଗୋଟିଏ ଦିନ ମଧ୍ୟ ସ୍ପେଣ୍ଡ କରିଛନ୍ତି । କାହିଁକି ନାଁ ପୁରୀ ସେ ବହୁତ ସମୟ ବୁଲାବୁଲି କରି ସାଙ୍ଗ ମାନଙ୍କ ସହିତ ଭଗବାନ ଜଗନ୍ନାଥ ଙ୍କୁ ଦର୍ଶନ କରି ଆଳତୀ କରୁ ଥିବାର ସମୟର ଫୋଟ ଗୁଡିକ ସେ ଏବେ ସୋସିଆଲ ମିଡିଆ ରେ ପୋଷ୍ଟ କରିବା ପରେ ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହାଛଡା ନନା ଙ୍କ ସହ କଥା ହେଉ ଥିବା ବେଳ ର ଫୋଟ ଗୁଡିକ ମଧ୍ୟ ସେ ସୋସିଆଲ ମିଡିଆରେ ଛାଡି ଥିବେ ଏବଂ ଜଗନ୍ନାଥ ଙ୍କ ର ଦର୍ଶନ କରିବା ସହିତ ସାଙ୍ଗ ମାନଙ୍କ ସହିତ ପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କୁ ପ୍ରାଥନା କରିଥିଲେ । ଆଉ ଏହା ପରେ ଆଳତୀ ମଧ୍ୟ କରିଥିଲେ । ଆଉ ପୁରୀ ର ଶ୍ରୀ ମନ୍ଦିର ଠାରେ ଅନେକ ଫୋଟ ମଧ୍ୟ ଉଠାଇ ଥିଲେ ।

ଅବଶ୍ୟ ପୁରୀ ଜଗନ୍ନାଥ ଙ୍କ ପାଖରେ ଫୋଟ ଉଠାଇବା ପାଇଁ ଆଲାୱ୍ ନଥିବା ଯୋଗୁଁ ଫୋଟ ଉଠାଇ ନାହାଁନ୍ତି ଅଭିନେତ୍ରୀ ଝିଲ୍ଲୀକ । କିନ୍ତୁ ପୁରୀ ର ବଡ଼ଦାଣ୍ଡ ରେ ଅନେକ ଫୋଟ ଉଠାଇ ଜଗନ୍ନାଥ ଙ୍କୁ ଆଳତୀ କରୁ ଥିବା ସମୟର ଦୃଶ୍ୟ ଖୁବ୍ ମନ ମୋହିତ ଥିଲା । ଆଉ ଝିଲ୍ଲକ ଏହି ଫୋଟ ରେ ବହୁତ ଭକ୍ତିପୁତ ନିବେଦନ ରେ ଥିବାର ଦେଖିବାକୁ ମଧ୍ୟ ମିଳିଥିଲା ।

ଏହାଛଡା ସାଙ୍ଗ ମାନଙ୍କ ସହିତ ବହୁତ ବୁଲାବୁଲି କରିବା ସହିତ ପୁରୀ ସମୁଦ୍ର ବେଳା ଭୂମି ମଧ୍ୟ ବୁଲି ଥିଲେ । ଏପରିକି ପୁରୀର ମାଉସୀ ମା ମନ୍ଦିର ମଧ୍ୟ ବୁଲିଥିଲେ ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ।

ତେବେ ମାଉସୀ ମାଁ ଙ୍କ ମନ୍ଦିର ରେ ବୁଲି ଲୋକ ମାନଙ୍କ ଫୋଟ୍ ସେ ଶେୟାର କରିଥିଲେ ସୋସିଆଲ ମିଡିଆ ରେ । ଆଉ ସୋସିଆଲ ମିଡିଆ ରେ ଶେୟାର କରିବା ପରେ ତାଙ୍କୁ ମଧ୍ୟ ବହୁତ ପ୍ରଂଶସା ମିଳିଥିଲା ।


ତେବେ ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଏବେ କିଛି ଦିନ ହେବ ଓଡିଆ ଘରର ବୋହୂ ହୋଇ ସାରିଛନ୍ତି । ଆଉ ଓଡିଆ ବୋହୂ ହେବା ପରେ ସେ ନିଜ କାର୍ଯ୍ୟ ସଠିକ୍ ଭାବେ ତୁଲେଉଛନ୍ତି ଏବଂ ଜଗନ୍ନାଥ ଙ୍କୁ ଓ ପୁରୀ କୁ ସେ ବହୁତ ଭଲ ପାଆନ୍ତି ବୋଲି ଆଗରୁ ମଧ୍ୟ କହିଥିଲେ । କିନ୍ତୁ ତାଙ୍କୁ କେବେ ସମୟ ହୁଏ ନାହିଁ ପୁରୀ ଆସିବା ହେଲେ ଆଜି ପ୍ରଭୁ ଜଗନ୍ନାଥ ଙ୍କ ଡୋରି ଲାଗି ଥିବାରୁ ସେ ପୁରୀ ଯାଇ ଥିଲେ ଏବଂ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।