ନିଜ ଜନ୍ମ ଦିନରେ ସମୁଦ୍ର କୂଳରେ ଉଲଗ୍ନ ହୋଇ ଦୌଡିଲେ ଅଭିନେତା ମିଲିନ୍ ସୁମନ ,! ତା ପରେ ତାଙ୍କୁ ନେଇ ଏମିତି କିଛି ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…..

ନିଜ ଜନ୍ମ ଦିନରେ ସମୁଦ୍ର କୂଳରେ ଉଲଗ୍ନ ହୋଇ ଦୌଡି ଥିବାରୁ ବଲିଉଡ ଅଭିନେତା ମିଲିନ୍ ସୁମନଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଆଇବିସିର ଧାରା 294 ବା ଅଶ୍ଳିଳ କାର୍ଯ୍ୟ ଏବଂ ଗୀତ ବୋଲିବା ଏବଂ ଆଇଟି ଆକ୍ଟ ଧାରା 67 ବା ଇଲେକଟ୍ରେନିକ ଉପକରଣ ମାଧ୍ୟମରେ ଅଶ୍ଲିଳତାର ପ୍ରଚାର କରିବା ଦଣ୍ଡ ବିଧାନ ମିଲିନ୍ ଙ୍କ ବିରୋଧରେ ଲାଗିଛି । ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଶ୍ଶିଳତା ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ମିଲିନ୍ ଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନେଇ ଗୋଆ ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।

ତେବେ ମିଲିନ୍ ସମୁଦ୍ର କୂଳରେ ଉଲଗ୍ନ ହୋଇ ଦୌଡୁ ଥିବାର ଫୋଟ ସୋସିଆଲ ମିଡିଆରେ ଛାଡି ଅଶ୍ଳିଳତାର ପ୍ରଚାର କରି ଥିଲେ । ଏହି ଅଭି।ଯୋଗରେ ପୋଲିସ ଗତ ଗୁରୁବାର ତାଙ୍କୁ ଗିରଫ କରିଛି ବୋଲି ଦକ୍ଷିଣ ଗୋଆ ପୋଲିସର ଏସପି ପଙ୍କଜ କୁମାର ସିଂ ସୂଚନା ଦେଇଛନ୍ତି । ତାଙ୍କ ବିରୋଧରେ କଲୋଭା ଥାନା ରେ ମାମଲା ରୁଜୁ ହୋଇ ଥିବା ସେ ସୂଚନା ଦେଇଛନ୍ତି ।


,ସୁରକ୍ଷା ମଞ୍ଚ ନାମକ ଏକ ସଂଗଠନ ପକ୍ଷରୁ ମିଲିନ୍ଡ୍ ଙ୍କ ବିରୋଧରେ ଅଭିଯୋଗ କରା ଯାଇ ଥିଲା । ନିଜର 55 ତମ ଜନ୍ମ ଦିବସ ପାଳନ କରିବା ପାଇଁ ମିଲିନ୍ଡ୍ ସୁମନ ତାଙ୍କ ପତ୍ନୀ ଙ୍କ ସହ ଗୋଆ ଯାଇ ଥିଲେ । ତେବେ ସେଠାରେ ମିଲିନ୍ଡ୍ ଗୋଆ ବିଚ୍ ରେ ଉଲଗ୍ନ ହୋଇ ଦୌଡୁ ଥିବା ବେଳେ ତାଙ୍କ ପତ୍ନୀ ଅଙ୍କିତା କନୱାର ଏହି ଫୋଟ ସବୁ ଉଠେଇ ଥିଲେ ।

ଏହା ପରେ ସେହି ଫୋଟ ଗୁଡିକ ସବୁ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜକୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇ ଲେଖି ଥିଲେ – ହାପି ବାର୍ଥ ଡେ ଟୁ ମି । ଏହା ପରେ ମିଲିନ୍ଡ୍ ଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।

ତେବେ ଏହା ପୂର୍ବରୁ ଅଭିନେତ୍ରୀ ତଥା ମଡେଲ୍ ପୁନମ୍ ପାଣ୍ଡେ ଏବଂ ତାଙ୍କ ସ୍ବାମୀ ଶ୍ୟାମ ବମ୍ବେ ମଧ୍ୟ ଗୋଆରେ ଅଶ୍ଳିଳ ଭିଡିଓ ସୁଟ୍ କରିବା ଅଭିଯୋଗ ରେ ଗିରଫ ହୋଇ ଥିଲେ । ତେବେ 20 ହଜାର ଟଙ୍କାର ବ୍ୟକ୍ତି ଗତ ମୁଚାଲିକାରେ ତାଙ୍କୁ ଜାମିନ ମିଳି ଥିଲା ।


ତେବେ ଜଣେ ଅଭିନେତା ହୋଇ ମଧ୍ୟ ତାଙ୍କର ଏପରି କାର୍ଯ୍ୟ କଳାପ ବଲିଉଡ ପାଇଂ ନିଶ୍ଚିତ ଭାବରେ ଏକ ଲଜ୍ଜାଜନକ ବିଷୟ । ମିଲିନ୍ଡ୍ ଙ୍କ ଏପରି କାର୍ଯ୍ୟକଳାପ ପାଇଁ ଆଗାମୀ ଯୁବ ପିଢି ଯେ ପ୍ରଭାବିତ ନ ହେବେ ତାହାର କୋଣସି ଗ୍ୟାରେଣ୍ଟି ନାହିଁ । ତାଙ୍କ ପାଇଁ ଆଜି ସାରା ବଲିଉଡ ଇଣ୍ଡଷ୍ଟ୍ରି ଲଜ୍ଜିତ ତଥା ଦୁଃଖିତ । ଏହା ନିଶ୍ଚିତ ଭାବରେ ଗୋଟିଏ ଲଜ୍ଜାଜନକ ବିଷୟ , ଯାହା ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment