ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ଷ୍ଟେଜରେ ଭାଉଜ ମାନଙ୍କ ଅଣ୍ଟା ହଲା ନୃତ୍ୟରେ ମହକି ଉଠିଲା Gala Round , ନମିତା ଅଗ୍ରୱାଲ ଆଉ judges ମାନେ ଦେଖି କହିଲେ କହିଲେ ଏମିତି ,ଦେଖନ୍ତୁ video …

ଆମ ଓଡିଶାର ସଂସ୍କୃତି ଓ ପରମ୍ପରା ସବୁଠାରୁ ନିଆରା।ଏଠି ବାରମାସରେ ତେର ପର୍ବ ପାଳନ କରାଯାଏ। ଆଉ ଏହି ସବୁ ପର୍ବ ପର୍ବାଣୀକୁ ଆମ ଓଡିଆ ଘରର ଗୃହିଣୀ ମାନେ ଖୁବ୍ ଭଲ ଭାବରେ ପାଳନ କରିଥାନ୍ତି। କିନ୍ତୁ ଏ ସବୁ ଭିତରେ ଗୃହିଣୀ ମାନଙ୍କ ରୁଚି ତାଙ୍କର କୌଶଳତା ଆମ ପରିବାରକୁ ଏକତାର ସୂତାରେ ବାନ୍ଧି ରଖିଥାଏ। ତେବେ ସେହି ଗୃହିଣୀ ମାନଙ୍କ ମଧ୍ୟରେ ଏପରି କିଛି କଳା କୌଶଳ ରହିଛି ଏପରି କିଛି ଦକ୍ଷତା ଓ ପ୍ରତିଭା ରହିଛି ଯାହାକୁ ସେମାନେ ଦେଖାଇବା ପାଇଁ ଏକ ଭଲ ପ୍ଲାଟଫର୍ମ ପାଇ ପାରୁ ନାହାଁନ୍ତି। ନିଜ ଟେଲେଣ୍ଟକୁ ପ୍ରେଜେଣ୍ଟ କରିବା ପାଇଁ ସେମାନଙ୍କୁ ଏକ ଭଲ ଚାନ୍ସ ମଧ୍ୟ ମିଳୁନାହିଁ।

ଆଉ ସେ ସବୁକୁ ଆଖି ଆଗରେ ରଖି ଗୃହିଣୀ ମାନଙ୍କୁ ସମ୍ମାନ ଦେବା ପାଇଁ ଆଉ ତାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ସିଦ୍ଧାର୍ଥ ଟିଭି ଆଣିଛି ଏକ ନିଆରା ରିୟାଲିଟି ଶୋ ଯାହାର ନାଁ ହେଉଛି “ସଂପୂର୍ଣ୍ଣ ଲକ୍ଷ୍ମୀ” ସିଦ୍ଧାର୍ଥ ଟିଭିର ଏହି ନିଆରା ରିୟାଲିଟି ଶୋ “ସଂପୂର୍ଣ୍ଣ ଲକ୍ଷ୍ମୀ” ମାଧ୍ୟମରେ ଓଡ଼ିଶାର କୋଣ ଅନୁକୋଣ ରହିଥିବା ପ୍ରତିଭାବାନ ଗୃହିଣୀ ମାନେ ସେମାନଙ୍କ ଟେଲେଣ୍ଟଙ୍କୁ ଅନ୍ୟ ମାନଙ୍କ ସାମ୍ନାରେ ପ୍ରେଜେଣ୍ଟ କରାଇ ପାରିବେ। ତେବେ “ସଂପୂର୍ଣ୍ଣ ଲକ୍ଷ୍ମୀ” ସିଜିନ-୧ ର ସଫଳତାର ଶୀର୍ଷରେ ପହଁଚି ପାରିଥିଲା। ଆଉ ଏଥିରେ ଭାଗ ନେଇଥିବା ଅନେକ ସାଧାରଣ ଗୃହିଣୀ ମାନେ ପାଲଟି ଯାଇଥିଲେ ସେଲିବ୍ରେଟି।

ଆଉ “ସଂପୂର୍ଣ୍ଣ ଲକ୍ଷ୍ମୀ” ସିଜିନ-୧ ର ସଫଳତାର ପରେ ଆରମ୍ଭ ହୋଇ ଯାଇଛି “ସଂପୂର୍ଣ୍ଣ ଲକ୍ଷ୍ମୀ” ସିଜିନ-୨। ଆଉ ଏହି ସିଜିନ୍ ରେ ଗୃହିଣୀ ମାନଙ୍କ ଟେଲେଣ୍ଟକୁ ପରଖିବା ପାଇଁ ବିଚାରକ ଭାବେ ରହିଛନ୍ତି ଅଭିନେତା ପୁପିନ୍ଦର ସିଂ, ଅଭିନେତ୍ରୀ ସ୍ମିତା ମହାନ୍ତି ଏବଂ ଅଭିନେତ୍ରୀ ଜିନା। ଆଉ ଗୃହିଣୀ ମଧ୍ୟ କମ୍ପିଟିସନ୍ ପାଇଁ ପୁରା ପ୍ରସ୍ତୁତ ହୋଇ ପହଁଚିଛନ୍ତି। ଆଉ କଡ଼ା ଟକ୍କର ଚାଲିଛି ଗୃହିଣୀ ମାନଙ୍କ ଭିତରେ। ସମସ୍ତେ ଲାଗି ପଡିଛନ୍ତି କିପରି ଜଜେସ୍ ମାନଙ୍କୁ ଇମ୍ପ୍ରେଶ କରି “ସଂପୂର୍ଣ୍ଣ ଲକ୍ଷ୍ମୀ” ସିଜିନ-୨ ର ଟାଇଟେଲ ହାତେଇ ପାରିବେ।

ତେବେ ଗୃହିଣୀ

ମାନେ ଗୋଟିଏ ପରେ ଗୋଟିଏ ରାଉଣ୍ଡ ପାର କରି ଚାଲିଛନ୍ତି। ଆଉ ଗାଲା ରାଉଣ୍ଡରେ ଗୃହିଣୀ ମାନେ ନିଜ ଅପୂର୍ବ ନୃତ୍ୟରେ ଜେଜସ୍ ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଛନ୍ତି।ଗୃହିଣୀ ମାନେ ଖୁବ୍ ସୁନ୍ଦର୍ ଭାବରେ ନୃତ୍ୟ ପରିବେଷଣ କରି ଉପସ୍ଥିତ ସବୁ ଜେଜସ୍ ମାନଙ୍କୁ ଇମ୍ପ୍ରେଶ କରି ପାରିଛନ୍ତି। ଦର୍ଶକ ମାନଙ୍କୁ ମଧ୍ୟ ଏହି ଗୃହିଣୀ ମାନଙ୍କ ପ୍ରୋଫମାନସ୍ ଖୁବ୍ ପସନ୍ଦ ଆସିଛି। ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment