ଆଜିର ଦିନରେ କେଶ ଝଡିବା ଏକ ମୁଖ୍ୟ ସମସ୍ୟା ହୋଇଗଲାଣି , ପୁଅ ହେଉ ବା ଝିଅ ସମସ୍ତଙ୍କ ଠାରେ କେଶ ଝଡିବା ନେଇ ଅନେକ ପ୍ରବ୍ଲମ ଦେଖା ଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ମାର୍କେଟରୁ ମିଳୁଥିବା କେମିକାଲ ପ୍ରଡକ୍ଟ ଗୁଡିକ ୟୁଜ୍ କରିଥାନ୍ତି । କିନ୍ତୁ ତାହା ଆମ କେଶ ଝଡିବା ସମସ୍ୟା କୁ ଗୁରୁତର କରିଦେଇଥାଏ । ଯଦି ଆପଣଙ୍କର କେଶ ଝଡୁଛି , ପାଚୁଚି , ଚୁଟି ପତଳା ହୋଇଯାଉଛି ବା ଆପଣ ଚନ୍ଦାପଣ ସମସ୍ୟା ନେଇ ଚିନ୍ତିତ ରହୁଛନ୍ତି ତେବେ ଏହି ସବୁ ସମସ୍ୟାର ଗୋଟିଏ ମାତ୍ର ସଲ୍ୟୁସନ ଏହି ଘରୋଇ ଉପଚାର । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।
ଆବଶ୍ୟକ ସାମଗ୍ରୀ :-
1. ପିଆଜ
2. କଳାଜିରା
3. ସାମ୍ପ
4. ଲେମ୍ୱୁ
ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଆପଣ ଗ୍ୟାସରେ ଏକ ପ୍ୟାନ ବସାନ୍ତୁ , ସେଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ । ସେଥିରେ ଗୋଟେ ପିଆଜକୁ ଗୋଲ ଗୋଲ ଭାବରେ କାଟି ସେଥିରେ ପକାନ୍ତୁ । ଏହାପରେ ସେଥିରେ ଏଡ୍ କରନ୍ତୁ ଏକ ଚାମଚ କଳାଜିରା , କଳାଜିରା ଆପଣଙ୍କ ଚୁଟି ପାଚିବା ସମସ୍ୟାକୁ ଦୂର କରିଥାଏ । ଚୁଟିକୁ ମୂଳରୁ ମଜବୁତ କରିବା ସହ ଚୁଟିକୁ ମୋଟା ମଧ୍ୟ ବନେଇବ । ବର୍ତ୍ତମାନ ସେହି ପ୍ୟାନ ଉପରେ ଏକ ଢାଙ୍କୁଣୀ ଦିଅନ୍ତୁ , ଯାହାଫଳରେ ପାଣି ଯଲଦି ଫୁଟିଯିବ । ଏବେ ଆପଣ ଏକ ବାଉଲରେ ଆପଣ ମାନେ ୟୁଜ କରୁଥିବା ସେମ୍ପ ନିଅନ୍ତୁ , ଆପଣଙ୍କ କେଶର ପରିମାଣ ଅନୁସାରେ ସେମ୍ପ ନିଅନ୍ତୁ ।
ଗ୍ୟାସରେ ଫୁଟୁଥିବା ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେମିତି ତାହା ଫୁଟିଫୁଟି ଅଧାଗ୍ଲାସ ନହୋଇଯାଇଛି । 5 ରୁ 7 ମିନିଟ ପର୍ଯ୍ୟନ୍ତ ଏହାକୁ ହାଏ ଫ୍ଲେମରେ ଫୁଟାନ୍ତୁ । ସେମ୍ପ ନେଇଥିବା ବାଉଲ ରେ ବର୍ତ୍ତମାନ ଏକ ଫାଳ ଲେମ୍ୱର ରସ ଏଡ୍ କରନ୍ତୁ । ଲେମ୍ୱୁ ଆପଣଙ୍କ ଚୁଟିକୁ ସାଇନିଙ୍ଗ କରିବା ସହ ଚୁଟିକୁ ମୂଳରୁ ଷ୍ଟ୍ରଙ୍ଗ କରିବ । ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ବର୍ତ୍ତମାନ ପାଣି ଫୁଟି ଅଧା ହୋଇ ଯାଇଛି , ଗ୍ୟାସ ଅଫ୍ କରି ତାହାକୁ ଛାଣି ନିଅନ୍ତୁ । 2 ଚାମଚ ସେହି ପାଣିକୁ ସେମ୍ପରେ ମିଶାନ୍ତୁ , ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ବର୍ତ୍ତମାନ ଉପଚାରଟି ପ୍ରସ୍ତୁତ ହୋଇସାରିଛି
ବ୍ୟବହାର ପ୍ରଣାଳୀ :-
ଆପଣ ଏହି ଉପଚାରକୁ ଅଧିକ ଦିନ ପର୍ଯ୍ୟନ୍ତ ଷ୍ଟର କରି ରଖିପାରିବେ , ଯେବେବି ଆପଣ ମୁଣ୍ଡ ଧୋଉଛନ୍ତି ପ୍ରସ୍ତୁତ କରାଯାଇଥିବା ଏହି ସେମ୍ପକୁ ୟୁଜ କରନ୍ତୁ । ଦେଖିବେ ଆପଣଙ୍କର ଚୁଟି ଝଡିବା , ପାଚିବା କମିଯିବ , ଚୁଟି ମୂଳରୁ ମଜବୁତ ହେବା ସହ ଚୁଟି ଘନ ଓ ମୋଟା ମଧ୍ୟ ହେବ । ନିଶ୍ଚିତ ଏହାକୁ ଟ୍ରାଏ କରି ଦେଖନ୍ତୁ ଥରେ ବ୍ୟବହାର ରେ ହିଁ ବେନିଫିଟ୍ ପାଇଯିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।