ସମସ୍ତେ_ଷ୍ଟାର_କମ_ଆକ୍ଟର… ଆଗରୁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ନନ-ଓଡ଼ିଆ ଅଭିନେତ୍ରୀ ବେଶି ଗ୍ଲାମରସ ଲାଗୁଥିଲେ… କଣ କହୁଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା… ଦେଖନ୍ତୁ Video

ଆମେ ସମସ୍ତେ ଜାଣିଛୁ ଅର୍ଚିତା ହେଇଛନ୍ତି ଆମ ଚଳଚିତ୍ର ଜଗତରେ ଜଣେ ବେଶ ଲୋକ ପ୍ରିୟ ଅଭିନେତ୍ରୀ, ତାଙ୍କୁ ମଧ୍ୟ କେହି କେହି ଚୁଲବୁଲି ନାଇକା ମଧ୍ୟ କହିଥାନ୍ତି, ତେବେ ସେ ଆଜି ଆସିଛନ୍ତି ଲାଇଫ ମିଡ଼ିଆ ଆଗକୁ ଏବଂ ନିଜ ଜୀବନର କେତେକ ଅକୁହା କଥା କୁ ମଧ୍ୟ ଆମ ସହିତ ସେଆର କରିଛନ୍ତି, ଫିଲ୍ମ ଯୋଗାତକୁ ଆସିବାରେ ତାଙ୍କର ଯୋଉ ଷ୍ଟ୍ରଗଲ ସେ ବିଷୟରେ ମଧ୍ୟ କହିଛନ୍ତି |ତେବେ ଆସନ୍ତୁ ଜାଣିବା ଆଉ କେଉଁ କେଉଁ କଥା ସେ ତାଙ୍କ ଫ୍ରେଣ୍ଡ ମାନଙ୍କ ସହିତ ସେଆର କରିଛନ୍ତି |

ଅର୍ଚିତା ଙ୍କୁ ଗୋଟିଏ ପ୍ରଶ୍ନ ପୋଚରାଯାଇଥିଲା କି ଯଦି ଜଣେ ଚଳଚିତ୍ର ଜଗତକୁ ଆସିବା ପାଇଁ ଚାହୁଁଚି ତେବେ ତାକୁ କଣ କରିବା ପାଇଁ ପଡିବ, ଓ ସେ କେମିତି ଏହି ସ୍ଥାନରେ ଆସି ଆଜି ପହଞ୍ଚିଛନ୍ତି | ଆଉ ସେ ବହୁତ ସୁନ୍ଦର ଭାବରେ ପ୍ରକାଶ କରିଥିଲେ କି, ତାଙ୍କ ସମୟରେ ଏମିତି ସେସିଆଲ ମିଡ଼ିଆ ନଥିଲା ଯାହା ଜରିଆରେ କି ଲୋକ ନିଜର ତେଲେଣ୍ଟ କୁ ଦେଖାଇପାରିବେ , ଆଜି ଶର୍ଟ ଭିଡିଓ ଇନ୍ଷ୍ଟଗ୍ରାମ, ଫେସବୁକ ପରି ଅନେକ ଜିନିଷ ବାହାରିଲାଣି ଯାହା ଫଳରେ ଲୋକେ ରିଲସ ବନେଇ ନିଜ ପ୍ରତିଭାକୁ ଦେଖାଇପାରିବେ, ତାକୁ କେହି ପସନ୍ଦ କରୁ ବା ନମ୍ବର କରୁ କିଛି ଫରକ ପଡେ ନାହିଁ, କିନ୍ତୁ ତାଙ୍କ ସମୟରେ ସେସିଆଲ ମିଡ଼ିଆ ଏତେ ଡେଭଲପ କରିନଥିଲା ତ ଚଳଚିତ୍ର ଦୁନିଆରେ ପାଦ ଦେବା ପାଇଁ ବହୁତ ଷ୍ଟ୍ରଗୋଲ କରିବାକୁ ପଡିଥିଲା |

ତାପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି ଆପଣ ଜଣେ ଭଲ ମୋଡେଲ ଓ ହିରୋଇନ ଓ ଜଣେ ମୋଡେଲର ମଧ୍ୟ , ତେବେ ଡ୍ରେସ ସେନ୍ସ ବିଷୟରେ ଆପଣ କଣ କହିବେ , କଣ ଶଟ ଡ୍ରେସସ ପିନ୍ଧିବା ସବୁବେଳେ ଭଲ , ଆଉ ସେ ସୁନ୍ଦର ଭାବରେ ତାହାରେ ଉତ୍ତରରେ ରଖିଥିଲେ କି ଯଦି ଜଣେ ବିଚ ପାଖରେ ଅଛି ତ ସିଏ ଯାହା ପିନ୍ଧିଲେ ଚଳିବ , କିନ୍ତୁ ଜଣେ ମନ୍ଦିର ଗଲାବେଳେ ସମସ୍ତେ ଆଶା କରିବେ କି ନର୍ମାଲ ଡ୍ରେସସ ପିନ୍ଧିବା କଥା , ଆଉ ସେ ମଧ୍ୟ କହିଛନ୍ତି କି ଏପରି ବି କିଛି ଲୋକ ଅଛନ୍ତି ଯିଏ କି ଆପଣ ଠିକ କରନ୍ତୁ କି ଭୁଲ ସେ ଆପଣଙ୍କୁ କହିବେ |

ଆଉ ଗୋଟିଏ ପ୍ରଶ୍ନ ତାଙ୍କ ସ୍ୱାମୀ ସବ୍ୟଙ୍କ ସମାଜ ସେବାକୁ ନେଇକି ପ୍ରଶ୍ନ କରାଯାଇଥିଲା ଆଉ ସେ କହିଥିଲେ କି ସବ୍ୟ ଯାହା ବି କରନ୍ତୁ ମୁଁ ତାଙ୍କୁ ସପୋଟ କରେ, ମାତ୍ର ସେ ଛବିଶ ଘଣ୍ଟା ବିଜି ରୁହନ୍ତି, ଯଦି ସେ ସମାଜ ସେବା କରି ଖୁସି ପାଉଛନ୍ତି ତାହେଲେ ମୁଁ ବି ଖୁସି |ଶେଷରେ ସେ ତାଙ୍କର ଆଗକୁ ଆସୁଥିବା ଫିଲ୍ମ ପଦେ ଆଶା ବିଷୟରେ କହିଥିଲେ, ଫିଲ୍ମଟି ଡ଼କ୍ଟର ଶ୍ରୁତି ମହାପାତ୍ରଙ୍କ ଜୀବନୀକୁ ନେଇକି ହୋଇଛି, ଯୋଉଥିରେ ସେ ମେନ କେରେକ୍ଟର କୁ ପ୍ଲେ କରି ବହୁତ ଖୁସି ଅଛନ୍ତି, ଆହୁରି ମଧ୍ୟ ସେ କହିଛନ୍ତି କି ସେସିଆଲ ମିଡ଼ିଆ କୁ ଖରାପ କାମରେ ନମ୍ବର ଲଗାଇ ଠିକ ବ୍ୟବହାର କରିଲେ ଆମ ଆଗାମୀ ପିଢ଼ିର ଉନ୍ନତି ହେବା ସହିତ ଚଳଚିତ୍ର ଜଗତର ମଧ୍ୟ ଉନ୍ନତି ହେବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment