Odisha News Portal

ଦେଖନ୍ତୁ ଭିଡ଼ିଓ – ସାମାନ୍ୟ କଥାକୁ ନେଇ ନିଜ ବୁଢୀ ମା’କୁ ଶକ୍ତ ଚାପୁଡ଼ା ମାରିଲା ପୁଅ, ଘଟଣାସ୍ଥଳରେ ବୃଦ୍ଧାଙ୍କର ହେଲା ମୃତ୍ୟୁ, ଆଉ ତା’ ପରେ….

ବିନା ସ୍ଵାର୍ଥ ରେ,ବିନା ମୂଲ୍ୟ ରେ ଯିଏ ସାରା ଜୀବନ ଭଲ ପାଇଥାଏ,ଯିଏ କେବଳ ତ୍ୟାଗର ପ୍ରତି ମୂର୍ତ୍ତି ବୋଲି କୁହାଯାଏ,ଯିଏ ଜୀବନ ଦିଏ ସେ ହେଉଛି ମାଆ।ମା’ ଭଗବାନ ଙ୍କ ଏପରି ଏକ ସୃଷ୍ଟି ,ଯାହାର ସ୍ଥାନ କେହି ପୂରଣ କରି ପାରିବେ ନାହିଁ।ନିଜ ପେଟ କୁ କାଟି ପିଲାକୁ ଖାଦ୍ୟ ଖୁଆଏ ମା’।ବାଟରେ ଝୁଣ୍ଟି ପଡ଼ିଲେ ପାଟି ରୁ ବାହାରି ପଡ଼େ ମା’।ମା’ ର ମନ ଯେମିତି ବିଶାଳ,ତାର ସେଂହଁ,ପ୍ରେମ,ଭଲ ପାଇବା ମଧ୍ୟ ସେମିତି ବିଶାଳ।

ଜୀବନ ରେ ସବୁ କିଛି ଦ୍ୱିତୀୟ ଥର ମିଳି ପାରିବ,ହେଲେ ମା’ ନୁହେଁ।କୁହାଯାଏ ଯେ ଯାହାର ମା’ ନାହିଁ ତା’ର ସାହା ନାହିଁ।ବାପା ମାଆ ପିଲାଟିକୁ ଜନ୍ମ ଦେଲା ପରେ ତାର ଲାଳନ ପାଳନ କରନ୍ତି।ପିଲାର ଖୁସି ପାଇଁ ନିଜର ଖୁସି କୁ ଭୁଲି ଯାଆନ୍ତି।ନିଜେ ଭୋକିଲା ରହି ନିଜର ସନ୍ତାନ କୁ ଖୁଆନ୍ତି।ନିଜେ ଛିଣ୍ଡା ଫଟା ବସ୍ତ୍ର ପିନ୍ଧନ୍ତି ସତ କିନ୍ତୁ ନିଜ ପିଲା କୁ ଭଲ ବସ୍ତ୍ର ଆଣି ଦିଅନ୍ତି।ନିଜେ ଅଶିକ୍ଷିତ ଥିଲେ ମଧ୍ୟ ନିଜ ସାନ୍ତାନ କୁ ଶିକ୍ଷିତ କରିବାକୁ ଚେଷ୍ଟା କରନ୍ତି।

କିନ୍ତୁ ଯେବେ ପୁଅ ବଡ଼ ହୋଇ ଯାଏ ଏବଂ ବିବାହ କରେ ସେତେବେଳେ ତା ପାଇଁ ବାପା ମାଆ ବୋଝ ହୋଇ ଯାଆନ୍ତି,ଅନାବଶ୍ୟକ ହୋଇ ଯାଆନ୍ତି।ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବୁ ଯାହାକୁ ଜାଣିଲା ପରେ ଆପଣ କହିବେ ପ୍ରଭୁ ମୋର ସନ୍ତାନ ଦରକାର ନାହିଁ।ଆମେ ମିଛ କହୁ ନାହୁଁ, ଏହି କଥା ଟି ସମ୍ପୁର୍ଣ୍ଣ ସତ୍ୟ।

ଦିଲ୍ଲୀର ଦ୍ୱାରକା ଜିଲ୍ଲା ରୁ ଏମିତି ଆସିଛି ହୃଦୟ ବିଦାରକ ଘଟଣା । ସୂଚନା ଅନୁସାରେ ଗତ ମାର୍ଚ୍ଚ ମାସ ୧୫ ତାରିଖ ରେ ଅପରାହ୍ନ ପ୍ରାୟ ୧୨ ଟା ବେଳେ ଘଟିଛି ଏହି ଅଭାବନୀୟ ଘଟଣା । ଏଠାରେ ଜଣେ ଯୁବକ ନିଜ ମା କୁ ଚାପୁଡ଼ା ମାରି ଜୀବନ ରୁ ମାରି ଦେଇଛନ୍ତି ଯାହାର ସମ୍ପୂର୍ଣ ଭିଡିଓ ସିସିଟିଭି ରେ ରେକର୍ଡ ହୋଇଛି ।

ସୂଚନା ଅନୁସାରେ ମହିଳା ତାଙ୍କ ପୁଅ ଅନ୍ୟ ଜଣଙ୍କ ମଧ୍ୟରେ ଝଗଡା ଚାଲିଥିଲା ଯେଉଁ ଝଗଡା ରେ ମା ଜଣଙ୍କୁ ଏମିତି ଚାପୁଡ଼ା ମାରିଥିଲେ ଯାହା ଫଳରେ ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ତଳେ ପଡି ଯାଇଥିଲେ ଏହାପରେ ମହିଳା ଜଣଙ୍କୁ ହସ୍ପିଟାଲ୍ ନିଆଯାଇ ଥିଲେ ଯେଉଁଠି ତାଙ୍କୁ ମୃତ ଘୋଷିତ କରାଯାଇ ଥିଲା । ଏହି ଘଟଣା ର ଅଭିଯୋଗ ବିନ୍ଦୂପୂର୍ ପୋଲିସ୍ ଷ୍ଟେସନ ରେ ହୋଇଥିଲା ।

ପୋଲିସ ଘଟଣା ବିଷୟ ରେ ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଥିଲା ଓ ଆଇପିସିର ଧାରା ୩୦୪ ଅନୁସାରେ ଅଭିଯୁକ୍ତ ପୁଅ କୁ ଗିରଫ କରିବା ସହିତ ଘଟଣା ର ତଦନ୍ତ ଆରମ୍ଭ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।