ହେ ଭଗବାନ ! ସାମାନ୍ୟ କାର ପାଇଁ ସ୍ତ୍ରୀ ଓ ବର୍ଷକର ଶିଶୁ କନ୍ୟାକୁ ମାରିଦେଲା ନିଜ ବାପା…ଦେଖନ୍ତୁ Viral ଭିଡ଼ିଓ

ବର୍ତ୍ତମାନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାଡ଼ପିଟ, ଆତ୍ମହତ୍ୟା ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଯୌତୁକ ପାଇଁ ହିଂସ୍ର ଭଳି ବ୍ୟବହାର କରୁଛନ୍ତି। ଟଙ୍କା ପାଇଁ ସେ ସବୁ କିଛି କରିବାକୁ ମଧ୍ୟ ପ୍ରସ୍ତୁତ ଅଟନ୍ତି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ତେବେ ବନ୍ଧୁଗଣ ଯୌତୁକ ପାଇଁ ସ୍ୱାମୀ ନିଜ ସ୍ତ୍ରୀ ଓ ଛୁଆଙ୍କୁ ମାରି ଦେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ରାଉଲକେଲାର ସକ୍ରଜିତ ଭଞ୍ଜ ନାମକ ଜଣେ ଯୁବକ, ସେ ଫୁଟ କର୍ପୋରେସନ ଅଫ ଇଣ୍ଡିଆରେ ଜଣେ ଡେପୁଟି ମ୍ୟାନେଜର ଭାବରେ କାର୍ଯ୍ୟ କରନ୍ତି। ସେ ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅନ୍ତର୍ଗତ ସୁଖଲତା ଧଳା ସାମନ୍ତଙ୍କ ସହିତ ୨୦୧୭ ମସିହା ଜାନୁଆରୀ ୨୫ ତାରିଖ ଦିନ ବିବାହ କରିଥିଲେ। ତାଙ୍କ ଦୁହିଁଙ୍କର ଦେଢ଼ ବର୍ଷର ଝିଅଟିଏ ମଧ୍ୟ ଅଛି ଯାହାର ନାଁ ଏଲିନା ରହିଛି। ସେମାନେ ବିଶାଖାପାଟଣା ପିଏମ ପାଲେମ ଥାନା ଅନ୍ତର୍ଗତ ଜାନଭି ଏନକ୍ଲେପ କ୍ୱାଟର ନମ୍ବର ୧୦୧ ରେ ରହୁଥିଲେ।

ତେବେ ବିବାହ ସମୟରେ ମହିଳାଙ୍କ ପରିବାର ଲୋକ ମାନେ ମହିଳାଙ୍କ ଶାଶୂଘର ଲୋକ ମାନଙ୍କୁ ୪ ଲକ୍ଷ୍ୟ ଟଙ୍କା ଯୌତୁକ ଦେଇଥିଲେ। ଏଥି ସହିତ ଏକ କାର ପରେ ଦେବେ ବୋଲି ସେମାନେ କହିଥିଲେ। ତାଙ୍କ ପରିବାର ଲୋକ ମାନେ କାର ଦେଇ ନଥିବାରୁ, ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲା। ଯୁବକ ଦିନେ ଖୁବ ଜୋରରେ ରାଗି ଯାଇ ମହିଳାଙ୍କୁ ପ୍ରଥମେ ଏକ ତାୱାରେ ତାଙ୍କ ମୁଣ୍ଡକୁ ଜୋର ଆଘାତ ଦେଇଥିଲେ ଓ ଏହା ପରେ ଘରେ ଥିବା ଏକ ଛୁରୀରେ ତାଙ୍କ ବେକକୁ କାଟି ଦେଇଥିଲା। ପରେ ତାଙ୍କ ଝିଅକୁ ଖୁବ ଜୋରରେ ମାଡ଼ ମାରି ବ୍ୟାଥଟପ ପାଣିରେ ବୁଡାଇ ଶ୍ୱାସରୁଦ୍ଧ କରି ହତ୍ୟା କରି ଦେଇଥିଲେ। ଏହା ପରେ ଯୁବକ ଜଣଙ୍କ ବାହାର ପଟରୁ କବାଟ ଦେଇ ପଳାଇ ଯାଇ ଥିଲେ।

ସେ ତାଙ୍କ ସ୍ତ୍ରୀ ଓ ଛୁଆଙ୍କୁ ମାରି ଦେବା ପରେ ଯୁବକ ଜଣଙ୍କ ଫୋନ କରି ତାଙ୍କ ମାଆଙ୍କୁ ସବୁ କଥା ଜଣାଇ ଥିଲେ। ଏହା ପରେ ରାଉରକେଲା ଆସିବା ଲାଗି ଟ୍ରେନରେ ଚଢି ଥିଲେ, ତେବେ ସେ ଘରେ ପହଁଚିବା ପୂର୍ବରୁ ବାମରା ଷ୍ଟେସନରେ ଓଲ୍ହାଇ ପଡି ଥିଲେ। ସେଠାରୁ ପ୍ରାୟ ଅଧ କିଲୋ ମିଟର ଦୂରରେ ଥିବା ଟାଙ୍ଗରା ମୁଣ୍ଡଠାରେ ହାଟିଆ ଲୋକମାନ୍ୟ ତିଳକ ଏକ୍ସପ୍ରେସ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଅନ୍ୟପଟେ ମହିଳାଙ୍କ ପରିବାର ଲୋକ ମାନେ ତାଙ୍କ ଝିଅର ମୃତ୍ୟୁ ଖବର ଶୁଣି ପୋଲିସ ନିକଟରେ ଅଭିଯୋଗ କରିଥିଲେ ଓ ବିଶାଖାପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘର କବାଟ ଭାଙ୍ଗି ମାଆ ଓ ଝିଅଙ୍କର ମୃତ ଦେହ ଉଦ୍ଧାର କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment