Odisha News Portal

ସମ୍ପତିକୁ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ । ଏବେ କୌଣସି ବି ସ୍ଥିତିରେ ବାପାଙ୍କ ସଂପତିରେ ରହିବ ଝିଅର ଅଧିକାର । ବିବାହିତା ହୁଅନ୍ତୁ କିମ୍ବା ଅବିବାହିତା ? ଆପଣଙ୍କ ମତାମତ କଣ ?

ସମ୍ପତିକୁ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ । ଏବେ ବାପାଙ୍କ ସଂପର୍ତିରେ ରହିବ ଝିଅର ଅଧିକାର । ଏଣିକି ପୈତୃକ ସଂପତି ଉପରେ ପୁଅଙ୍କ ଭଳି ଝିଅଙ୍କ ର ବି ରହିବ ସମାନ ଅଧିକାର । ସେ ବିବାହିତା ହୋଇଥାନ୍ତୁ କିମ୍ବା ଅବିବାହିତା ନିଜ ବାପାଙ୍କ ସଂପତିରେ ମଳିବ ବରାବର ଅଧିକାର । ଏନେଇ ଆଜି ସ୍ପଷ୍ଟ କରିବା ସହ ଐତିହାସିକ ନିଷ୍ପତି ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ଦିନ୍ତୁ ଆମେଣ୍ଟମେଣ୍ଟ ଆକ୍ଟ ଅନୁଯାୟୀ ଝିଅ ମାନଙ୍କୁ ପୈତୃକ ସଂପତିରେ ଏହି ହକ୍ ପ୍ରଦାନ କରାଯିବ ।

ତେବେ ଯଦି ହିନ୍ଦୁ ଉତ୍ତରାଧିକାର ଆକ୍ଟ 2005 ଲାଗୁ ହେବା ପୂର୍ବରୁ ହିଁ କୋପର୍ସନଙ୍କ ମୃତ୍ୟୁ ହୋଇ ଥାଏ ତେବେ ବି ବାପାଙ୍କ ସଂପତି ଉପରେ ଝିଅ ଙ୍କ ଅଧିକାର ରହିବ ।

ଭାଇ ମାନଙ୍କ ଭଳି ବାପା ଙ୍କ ସଂପତିରେ ଭଉଣୀ ମାନେ ସମାନ ଅଧିକାର ପାଇବେ । ତେବେ 2005 ରେ ନିୟମ ରହିଥିଲା ଯେ ଉଭୟ ପୁଅ ଏବଂ ଜିଅଙ୍କୁ ପୈତୃକ ସଂପତିରେ ସମାନ ଅଧିକାର ମିଳିବ । କିନ୍ତୁ ଏହା ସ୍ପଷ୍ଟ ହୋଇ ନଥିଲା ଯଦି 2005 ପୂର୍ବରୁ ପିତାଙ୍କର ମୃତ୍ୟୁ ହୋଇଥିଲେ ତେବେ ଏହି ନିୟମ ଲାଗୁ ହେବ କି ନାହିଁ ।

ଆଉ ଏନେଇ ଆଜି ଜଷ୍ଟିସ ଅରୁଣ ମିଶ୍ର ଶୁଣାଇଛନ୍ତି କି ଏହି ଆଇନ୍ କୌଣସି ବି ପରିସ୍ଥିତିରେ ଲାଗୁ ହେବ । ଯଦି ବାପାଙ୍କ ଦେହାନ୍ତ ନିୟମ ପ୍ରଣୟନ ହେବା ପୂର୍ବରୁ ଅର୍ଥାତ 2005 ପୂ୍ର୍ବରୁ ହୋଇ ସାରିଛି ତେବେ ବି ପୁଅ ପରି ଝିଅକୁ ସମାନ ଅଧିକାର ମିଳିବ ।


ନିଜ ଇଚ୍ଛାରେ କାହାକୁ ଦେଇ ପାରିବେନି ସଂପତି । ବିବାହିତା ଝିଅ ଙ୍କୁ ବି ମିଳିବ ପୈତୃକ ସଂପତିର ହକ୍ । କିନ୍ତୁ ନିୟମ ଅନୁସାରେ ସଂପତି ଦୁଇ ପ୍ରକାରର ବି ହୋଇପାରେ । ପ୍ରଥମଟି ହେଲା ବାପାଙ୍କ ଦ୍ବାରା କିଣା ଯାଇଥିବା ସଂପତି ଏବଂ ଦ୍ବିତୀୟଟି ହେଉଛି ପୈତୃକ ସଂପତି । ଯାହାକି ଗତ ଚାରି ପିଢି ଧରି ପୁଅଙ୍କୁ ମିଳୁ ଆସୁଛି । ଆଇନ୍ ଅନୁସାରେ ସେ ପୁଅ ହେଉ ଅବା ଝିଅ ଏହି ସଂପତି ଉପରେ ଏବେ ଉଭୟଙ୍କର ଜନ୍ମରୁ ସମାନ ଅଧିକାର ରହୁଛି ।

ତେବେ ଆଇନ୍ କହୁଛି ଯେ ବାପା ଏଭଳି ସଂପତିକୁ ନିଜ ଇଚ୍ଛାରେ କାହାକୁ ଦେଇ ପାରିବେ ନାହିଁ । ଅର୍ଥାତ ଏକ୍ଷେତ୍ରରେ ସେ କୌଣସି ଜଣଙ୍କ ନାଁ ରେ ନିଜର ସମସ୍ତ ସଂପତି କରିପାରିବେ ନାହିଁ ।

ସେହିଭଳି ଯଦି ବାପାଙ୍କର ମୃତ୍ୟୁ ହୋଇଯାଏ ଆଉ ମରିବା ପୂର୍ବରୁ ସେ କାହା ନାଁ ସଂପତି କରି ଯାଇ ନାହାଁନ୍ତି ତେବେ ଏଭଳି ସ୍ଥିତିରେ ସମସ୍ତ ଉତ୍ତରାଧିକାରୀଙ୍କର ସଂପତି ଉପରେ ସମାନ ଅଧିକାର ରହିବ । ଯଦି ସରଳ ଭାଷାରେ କୁହାଯାଏ ତେବେ ହିନ୍ଦୁ ଉତ୍ତରାଧିକାର ଆଇନରେ ପୁରୁଷ ଉତ୍ତରାଧିକାରୀ ଙ୍କୁ 4ଟି ଶ୍ରେଣୀରେ ବିଭକ୍ତ କରାଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।