Odisha News Portal

ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀଙ୍କ ଡିଭୋର୍ସ ପରେ ଏବେ ସାମ୍ନାକୁ ଆସିଛି ଉଭୟଙ୍କର Whatsaap କଥା , ଅନୁଭବ ଆଣିଲେ ସାମ୍ନାକୁ କଣ ସତରେ ପୁଣି ……

ଆପଣ ମାନେ ତ ଜାଣିଥିବେ ଓଡିଆ ସିନେ ଇଣ୍ଡଷ୍ଟ୍ରିର ପପୁଲାର ଯୋଡି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀଙ୍କ ଡିଭୋର୍ସ କିଛି ଦିନ ବିତିଗଲାଣି । ଏହା ଭିତରେ ମଧ୍ୟ ବହୁତ ରୋଚକକର କଥା ସାମ୍ନକୁ ଆସିଛି । ତେବେ ଆଜି ଅନୁଭବ ମହାନ୍ତି ମଧ୍ୟ ଏଭଳି କିଛି ପୋଷ୍ଟ କରିଛନ୍ତି ଯାହାକି ଆପଣଙ୍କୁ ଚମକାଇ ଦେବ ।ତେବେ ଅନୁଭବ ମହାନ୍ତି ନିଜ ସୋସିଆଲ ମିଡିଆ ଆକାଉଣ୍ଡରେ ପ୍ରାୟ 40 ପୃଷ୍ଠାର ସ୍କିନ୍ ସର୍ଟ ପୋଷ୍ଟ କରିଛନ୍ତି । ଯେଉଁଥିରେ କି ବର୍ଷା ଏବଂ ଅନୁଭବ କଥାବାର୍ତ୍ତା ହୋଇଛନ୍ତି । ଯାହାର କି ଖୁଲାସା କରିଛନ୍ତି ଅନୁଭବ ମହାନ୍ତି । ଅନୁଭବ ତାଙ୍କର ଗୋଟିଏ ଫ୍ୟାନେ ପେଜ୍ ଅନୁଭବ ରିଏଲ୍ ହେଟସ୍ ରେ ସେ ପୋଷ୍ଟ କରିଛନ୍ତି ଯେ ଯେଉଂଥିରେ ଅନୁଭବ ଏବଂ ବର୍ଷା କଥା ହେଉଛନ୍ତି ।

ଏହା ପ୍ରାୟ ମାର୍ଚ୍ଚ ଏବଂ ଅପ୍ରେଲର କାଥାବାର୍ତ୍ତା, ଯେଉଂଥିରେ ସ୍ପଷ୍ଟ ଦେଖାଦେଇଛି ଯେ ଅନୁଭବ ବର୍ଷାଙ୍କୁ ବହୁତ ଅନୁରୋଧ କରୁଛନ୍ତି ଯେ ନିଜ ଘରକୁ ଫେରି ଆସିବା ପାଇଁ । କିନ୍ତୁ ବର୍ଷା ଏଥିରେ ରାଜି ହେଉ ନାହାଁନ୍ତି ଏବଂ ବର୍ଷାଙ୍କୁ ତାଙ୍କ ସଂପର୍କକୁ ନେଇ ବହୁତ ବୁଝେଇବା ପରେ ମଧ୍ୟ ବର୍ଷା ରାଜି ହେବାକୁ ନାରାଜ ବୋଲି ଏହି ପୋଷ୍ଟରେ ଦେଖିବାକୁ ମିଳିଛି ।


ତେବେ ଏହି ଖନଭର୍ସେସନ୍ ଭିତରେ ବର୍ଷା ଏବଂ ଅନୁଭବଙ୍କ ଭିତରେ ଥିବା ବହୁତ କଥା ସାମ୍ନାକୁ ଏବେ ଆସିଛି .। ତେବେ ଏହି କଥାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଜଣା ପଡିନଥିଲେ ମଧ୍ୟ ବର୍ଷା ଏବଂ ଅନୁଭବଙ୍କ ଭିତରେ ହୋଇଥିବା କନଭର୍ସେସନ୍ ଯେତେବେଳେ ଅନୁଭବ ପୋଷ୍ଟ କରିଛନ୍ତି ଏହା କିଛି ପରିତମାଣରେ ସତ୍ୟାସତ୍ୟ ଥିବ ବୋଲି ଲୋକମାନେ କହିଛନ୍ତି ।

ତେବେ ଅନେକ ଲୋକ ଅନୁଭବଙ୍କର ଏହି ପଦକ୍ଷେପକୁ ନିନ୍ଦା କରିଥିବା ବେଳେ କିଛି ଲୋକ ଏହାକୁ ପ୍ରଶଂସା ମଧ୍ୟ କରିଛନ୍ତି ଏବଂ କହିଛନ୍ତି ବର୍ଷା ମ୍ୟାଡାମ୍ ଏଭଳି କରିବା ଉଚିତ୍ ନଥିଲା , ଆଉ କିଛି ଲୋକ କହିଛନ୍ତି ଅନୁଭବଙ୍କର ଏଭଳି ସ୍ବାମୀ ସ୍ତ୍ରୀଙ୍କ କଥାବାର୍ତ୍ତାକୁ ବାହାରେ ପକାଇବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ ପଚାରିଛନ୍ତି ।


ଅନୁଭବ ଏବଂ ବର୍ଷାଙ୍କ ଭିତରେ ହୋଇଥିବା କେତେ କଥା ଗୁଡିକ ଅନୁଭବ ମହାନ୍ତି କେମିତି 40 ପୃଷ୍ଠାର ସ୍କ୍ରନ୍ ସର୍ଟ ମାରି ଫ୍ୟାନେ ପେଜ୍ କୁ ଆସିଲା ଏବଂ ଏହାକୁ ଅନୁଭବ ଖୋଦ୍ ଦେଇଥିଲେ ଓ ପଛରେ ଏହାକୁ ଶେୟାର କରିଲେ ବୋଲି ଏହା ମଧ୍ୟ ଏକ ପ୍ରଶ୍ନ ଉଠୁଛି ।

ତେବେ ଏମାନଙ୍କର କଥାବାର୍ତ୍ତାରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ ଅନୁଭବ ବର୍ଷାଙ୍କୁ ମନେଇବା ପାଇଁ ବହୁତ ଚେଷ୍ଟା କରିଛନ୍ତି ଯେ ସେମାନଙ୍କ ସଂପର୍କରେ ସୁଧାର ଆଣିବାକୁ ଏବଂ ଘରକୁ ଫେରି ଆସିବା ପାଇଁ । କିନ୍ତୁ ବର୍ଷା ବହୁତ ଦିନ ହେବ ତାଙ୍କ ବାପ ଘରେ ଥିଲେ ଏବଂ ଏହି କଥାଟି ଏହି ଚାର୍ଟରୁ ସ୍ପଷ୍ଟ ଜଣାପଡୁଛି । ତେବେ ଅନୁଭବଙ୍କର ଏହି ପଦକ୍ଷେପ ଆଗକୁ କଣ ମୋଡ ନେବ ତାହା କେବଳ ଦେଖିବାର ରହିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।