Odisha News Portal

ସାମ୍ମନାକୁ ଆସିଲା ଅମ୍ଲାନ୍ ଙ୍କ ସ୍ତ୍ରୀଙ୍କର ମହାନଦୀରୁ ଉଦ୍ଧାର ପ୍ରକୃତ ସତ ! ଶେଷରେ ମୁହଁ ଖୋଲିଲେ ଅମ୍ଲାନଙ୍କ ସ୍ତ୍ରୀ , ଯାହା କହିଲେ ଶୁଣିଲେ ଆପଣ ଆଚମ୍ବିତ ହେବେ……

0 3

ତେବେ ମହାନଦୀରୁ ଉଦ୍ଧାର ହେବା ପରେ ଶେଷରେ ମୁହଁ ଖୋଲିଛନ୍ତି ଅଭିନେତା ଅମ୍ଳାନଙ୍କ ପତ୍ନୀ । ମହାନଦୀକୁ ଖସି ପଡିବା ଘଟଣାରେ ମୁହଁ ଖୋଲିଛନ୍ତି ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକା ଦାସ୍ । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସବୁ କିଛି କହିଛନ୍ତି । ସେ କହିଛନ୍ତି ଯେ ଉପାସ ଥିବାରୁ ଦୁର୍ବଳ ଲାଗୁ ଥିଲା ଏବଂ ମୁଣ୍ଡ ବୁଲେଇ ଦେବାରୁ ଗୋଡ ଖସି ଗଲା । ତେବେ ପୂଜା ସାମଗ୍ରୀ ଗୁଡିକ ପାଣିରେ ପକାଇବାକୁ ଗଲା ବେଳେ ହଠାତ୍ ମୁଣ୍ଡ ବୁଲାଇଥିଲା ଏବଂ ମୁଁ ହାଇ୍ ହିଲ୍ ପିନ୍ଧି ଥିବାରୁ ଗୋଡ ଖସି ଗଲା , ଆଉ ମୁଁ ନଦୀରେ ପଡି ଯାଇ ଥିଲି । ତେଣୁ ଏହି କଥାକୁ ନେଇ ଗୁଜବ ପ୍ରଚାର କରାଯାଇ ମୋ ପରିବାର ଏବଂ ସ୍ବାମୀଙ୍କ ବିଷୟରେ କହିବା ଉଚିତ ନୁହେଁ । ଦୟାକରି ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ ବୋଲି ଭୂମିକା ନିଜ ଭିଡିଓରେ କହିଛନ୍ତି ।

ତେବେ ଭୂମିକାଙ୍କର ଏହି ଭିଡିଓ ପରେ ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ମିଛ ବୋଲି କହିବା ସହିତ ଘରୋଇ କଳହ କିମ୍ବା ଅନ୍ୟ କୌଣସି କାରଣରୁ ସେ ନଦୀକୁ ଡେଇଁ ପଡି ଥିବାର ଚର୍ଚ୍ଚା ହେଉଛି । ଆଉ ଅନ୍ୟପଟେ ଅଭିନେତା ଅମ୍ଲାନ ମଧ୍ୟ ସ୍ତ୍ରୀଙ୍କ ବିଷୟରେ ସମାନ କଥା କହୁଛନ୍ତି । ସେ କହିଛନ୍ତି ଯେ, ଗତ କାଲି ଦୀପାବଳି ଥିଲା ଏବଂ ଘରେ ପୂଜା ମଧ୍ୟ ହୋଇ ଥିଲା ।


ଆଉ ତା ପରେ ପୂଜା ସାମଗ୍ରୀ ବିସର୍ଜନ କରିବା ପାଇଁ ସେ ଏବଂ ତାଙ୍କ ପତ୍ନୀ ଭୂମି୍କା ଏକାଠି ମିଶି ମହାନଦୀ ନୂଆପାଟଣା ବ୍ରିଜକୁ ଯାଇଥିଲେ । କିନ୍ତୁ ଗାଡିରୁ ଓହ୍ଲାଇ ତାଙ୍କ ପତ୍ନୀ ଭୂମି୍କା ଫୁଲ ପକାଇବା ବେଳେ ତାଙ୍କ ମୁଣ୍ଡ ବୁଲାଇ ଦେଲା, ତେଣୁ ତାଙ୍କ ଗୋଡ ଖସି ଗଲା । ତେବେ ପାରିବାରିକ କଳହକୁ କଥାକୁ ଅଭିନେତା ଅମ୍ଲାନ ଦାସ ,ସଂମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତ ଯେ ସେ ମଧ୍ୟ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କର ହାତ ସ୍ଲିପ୍ କରି ଯାଇ ଥିଲା ଏବଂ ତାଙ୍କ ହାତ ମଧ୍ୟ ଖଣ୍ଡିଆ ହୋଇ ଯାଇଛି ।


ତେବେ ଅଭିନେତା ଅମ୍ଲାନ ଦାସ ତାଙ୍କର ପାରିବାରିକ କଳହକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ । ଏହା ସହିତ ଅମ୍ଲାନ ଦାସ ଆହୁରି ମଧ୍ୟ କହିଥିଲେ କି ତାଙ୍କ ପତ୍ନୀ ଭୂମିକା ଟିକେ ସୁସ୍ଥ ହେବା ପରେ ତାଙ୍କୁ ଆପଣ ମାନେ ସବୁ କଥା ପଚାରିଲେ, ସେ ସବୁ କହିବେ ବୋଲି କହିଥିଲେ । ଆଉ ବର୍ତ୍ତମାନ ତାଙ୍କ ପତ୍ନୀ ସୁସ୍ଥ ହେବା ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଏସବୁକୁ ଖଣ୍ଡନ କରିଛନ୍ତି ।

ଅମ୍ଳାନଙ୍କ ବାପା ହେଉଛନ୍ତି ଓଲିଉଡର ଜଣେ ପ୍ରଖ୍ୟାତ ବରିଷ୍ଠ ଅଭିନେତା ତେଣୁ ତାଙ୍କ ପରିବାର ଲୋକଙ୍କ ବିଷୟରେ ଏମିତି ମିଛ ଗୁଜବ ପ୍ରଚାର କରିବା ନିହାତି ଭାବରେ ନିନ୍ଦନୀୟ ବିଷୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।